ମାଲକାନଗିରି ଜିଲ୍ଲା ସୀମାନ୍ତ ରାଜ୍ୟରେ ପୁଲିସର ସଫଳତା ଦେଖି ବିଚଳିତ ଏବେ ପ୍ରତିବନ୍ଧିତ ମାଓ ସଂଗଠନ। ଛତିଶଗଡ ରାଜ୍ୟର ବିଜାପୁର ଜିଲ୍ଲା ମାଓବାଦୀ ସଂଗଠନରେ ଆଭ୍ୟନ୍ତରୀଣ ବିଦ୍ରୋହର ପରିସ୍ଥିତି ସୃଷ୍ଟି ହୋଇଥିବା ସୂଚନା ମିଳୁଛି। ଏ ସମ୍ବନ୍ଧରେ ପୁଲିସ ଏକ ପ୍ରେସ ନୋଟ୍ ଜାରି କରିଛି। ପୁଲିସ ମାଓବାଦୀଙ୍କ ସହ ଏନକାଉଣ୍ଟରରେ କ୍ରମାଗତ ଭାବରେ କ୍ଷତି ହେତୁ ନକ୍ସଲମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି | କାଙ୍କେରର ପରତାପୁରରେ ପୁଲିସ ଇନଫର୍ମର ଅଭିଯୋଗରେ ନକ୍ସଲମାନେ ନିଜ ବନ୍ଧୁ ତଥା ସାଥି କ୍ୟାଡ଼ର ବିଜ୍ଜାଙ୍କୁ ହତ୍ୟା କରିଛନ୍ତି। ତେଲୁଗୁ କ୍ୟାଡର ନକ୍ସଲ ନେତା ନେତା ବିଜୟ ରେଡ୍ଡୀ ଦଳ ସାଥୀ ନକ୍ସଲ ବିଜ୍ଜାଙ୍କୁ ହତ୍ୟା କରିବା ସହ ନକ୍ସଲ ସଂଗଠନର ପ୍ରତିଟି ଗତିବିଧି ସମ୍ପର୍କରେ ପୁଲିସକୁ ବିଜ୍ଜା ସୂଚନା ଦେଉଥିବା ଅଭିଯୋଗ କରିଛନ୍ତି। ୬ ସେପ୍ଟେମ୍ବରରେ ବିଜ୍ଜାଙ୍କୁ ହତ୍ୟା କରାଯାଇଥିଲା। ଅତୀତରେ ଛତିଶଗଡର ବିଭିନ୍ନ ମାଓ ପ୍ରବଣ ଅଞ୍ଚଳରେ ଏବଂ ବସ୍ତର ସଂଭାଗରେ ହୋଇଥିବା ଏନକାଉଣ୍ଟରରେ ଅନ୍ୟ ରାଜ୍ୟରୁ ଆସିଥିବା ନକ୍ସଲମାନଙ୍କୁ ମଧ୍ୟ ବାହାର ରାଜ୍ୟ ନକ୍ସଲ ନେତାମାନଙ୍କ ଦ୍ବାରା ହତ୍ୟା କରାଯାଇଥିଲା। ବିଗତ କିଛି ଦିନ ଓ ମାସ ମଧ୍ୟରେ ପୁଲିସ ଦ୍ୱାରା ଟପ୍ ନକ୍ସଲ ନେତାମାନଙ୍କ ହତ୍ୟା ହୋଇଥିବା ଯୋଗୁଁ ନକ୍ସଲମାନେ ବିଚଳିତ ହୋଇଛନ୍ତି। ବାହାର ରାଜ୍ୟରୁ ଆସିଥିବା ନକ୍ସଲମାନେ ସ୍ଥାନୀୟ ନକ୍ସଲ ମାନଙ୍କୁ ଢାଲ ଭାବରେ ବ୍ୟବହାର କରି ଛତିଶଗଡ ରାଜ୍ୟରୁ କୋଟି କୋଟି ଟଙ୍କା ଲୁଟି ନେଇଛନ୍ତି। ହେଲେ ଗତ କିଛି ମାସ ମଧ୍ୟରେ ବଡ଼ ବଡ଼ ନକ୍ସଲ ନେତାଙ୍କୁ ପୁଲିସ ନିପାତ କରିବାରେ ସଫଳ ହୋଇଥିବା ବେଳେ ପୁଲିସ କିପରି ନକ୍ସଲ ମାନଙ୍କ ଗତିବିଧି ସମ୍ପର୍କରେ ସୂଚନା ପାଉଛି ସେଥିପାଇଁ ନକ୍ସଲ ସଂଗଠନରେ ଏବେ ବିଦ୍ରୋହର ପରିସ୍ଥିତି। ଉଭୟ ଉଭୟଙ୍କୁ ଏବେ ସନ୍ଦେହ ଆଖିରେ ଦେଖୁଛନ୍ତି ବୋଲି ପୁଲିସ କହିଛି।ଆତ୍ମସମର୍ପଣ ବ୍ୟତୀତ ନକ୍ସଲମାନଙ୍କ ପାଖରେ କୌଣସି ବିକଳ୍ପ ବାକି ନାହିଁ।ପୁଲିସ ଦେଇଥିବା ପ୍ରେସ ନୋଟରେ ବସ୍ତର ଆଇଜି ସୁନ୍ଦରରାଜ ପି ଆଶ୍ଚର୍ଯ୍ୟଜନକ ସୂଚନା ଦେଇଛନ୍ତି। ବିଶେଷ କରି ଛତିଶଗଡ ରାଜ୍ୟର ସ୍ଥାନୀୟ ଲୋକଙ୍କୁ ପୁଲିସ ପକ୍ଷରୁ ଆହ୍ବାନ ଦିଆଯାଉଛି ଯେ ଯଥାଶୀଘ୍ର ନକ୍ସଲ ସଂଗଠନର ହାତ ଛାଡି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୁଅନ୍ତୁ ଏବଂ ନିଜ ପରିବାରକୁ ସୁରକ୍ଷିତ କରିବା ସହ ନିଜ ଜୀବନ ବଞ୍ଚାନ୍ତୁ। ଏହା ସହିତ ଛତିଶଗଡ ରାଜ୍ୟ ସରକାରଙ୍କ ମାଓ ଥଇଥାନ ଏବଂ ପୁନର୍ବାସ ଯୋଜନାର ଲାଭ ଉଠାନ୍ତୁ।
ନକ୍ସଲ ବିରୋଧୀ ଅଭିଯାନରେ ସୁରକ୍ଷାବାହିନୀକୁ ସଫଳତା ପାଇଲା, ତିନି ମିଲିସିଆ ଗିରଫ।
ମାଲକାନଗିରି(କ୍ରୋନିକ ଓଡ଼ିଶା) ମାଲକାନଗିରି ସୀମାନ୍ତ ବିଜାପୁରରେ ନକ୍ସଲ ବିରୋଧୀ ଅଭିଯାନରେ ବେଳେ ନେମେଡ ଅଞ୍ଚଳରୁ ତିନି ମିଲିସିଆଙ୍କୁ ଗିରଫ କରିଛି ପୁଲିସ।ବିଜାପୁରରେ ନକ୍ସଲ ବିରୋଧୀ ଅପରେସନ୍ ବେଳେ ସୁରକ୍ଷାବାହିନୀ ନେମେଡ ଅଞ୍ଚଳରୁ ତିନି ଜଣ ମିଲିସିଆ ସଦସ୍ୟଙ୍କୁ ଗିରଫ କରିବାରେ ସଫଳ…