ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ରାଜ୍ୟର ବିଜାପୁର ଜିଲ୍ଲାର ନକ୍ସଲ ଆତଙ୍କରେ ଗ୍ରାମବାସୀଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି। ପୁଲିସ ଇନଫର୍ମର ଅଭିଯୋଗରେ ମାଓବାଦୀ ମାନେ ଦୁଇ ଗ୍ରାମବାସୀଙ୍କୁ ପ୍ରଜାକୋର୍ଟରେ ଫାଶୀ ଦେଇଛନ୍ତି। ଏଥିସହିତ ସେମାନେ ଜଣେ ଛାତ୍ରଙ୍କୁ ମୁକ୍ତ କରିଛନ୍ତି। ଦୁଇ ଦିନ ପୂର୍ବେ ନକ୍ସଲମାନେ ଭୈରମଗଡ ଥାନା ଅନ୍ତର୍ଗତ ଜାପେମାର୍କା ଅଞ୍ଚଳରେ ଜଣେ ଛାତ୍ରଙ୍କ ସମେତ ତିନି ଜଣଙ୍କୁ ଏକ ପ୍ରଜାକୋର୍ଟ ଡ଼କାଇଥିଲେ।ଏହି ପ୍ରଜାକୋର୍ଟରେ ଜାପମେର୍କା ଗ୍ରାମବାସୀ ମାଡଭି ସୁଜା ଏବଂ ପୋଡିୟମ କୋସାକୁ ପୁଲିସ୍ ସୂଚନାଦାତା ବୋଲି ଅଭିଯୋଗ ଲଗାଇ ଫାସିଦଣ୍ଡ ଦିଆଯାଇଥିଲା। ଏହାପରେ ଦୁଇ ଗ୍ରାମବାସୀଙ୍କୁ ଫାଶୀରେ ଝୁଲାଇ ତାଙ୍କୁ ହତ୍ୟା କରାଯାଇଥିଲା।ଏହି କଥିତ ପ୍ରଜାକୋର୍ଟରେ ମିରତୁର ହଷ୍ଟେଲରେ ପଢୁଥିବା ଛାତ୍ର ପୋଡିୟମ ହିଡମାଙ୍କୁ ମୁକ୍ତ କରିଛନ୍ତି ନକ୍ସଲ। ନକ୍ସଲ ସଂଗଠନର ଭୈରମଗଡ ଏରିଆ କମିଟିର ନକ୍ସଲ ଏହି ଜଘନ୍ୟ ହତ୍ୟାକାଣ୍ଡର ଦାୟି ବୋଲି ଏକ ପୋଷ୍ଟରରେ ଉଲ୍ଲେଖ ରହିଛି। ଫାସିରେ ଝୁଲୁଥିବା ଦୁଇ ଗ୍ରାମବାସୀଙ୍କ ଛାତିରେ ପୋଷ୍ଟର ଲଗାଇ ଫେରାର ହୋଇ ଯାଇଥିଲେ।ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଖେଳେଇବା ସହ ନିଜର ଉପସ୍ଥିତି ଜାହିର କରିବା ପାଇଁ ନକ୍ସଲମାନେ ଏହି ପଦକ୍ଷେପ ନେଇଛନ୍ତି। ବସ୍ତରର ଜଣେ ପୁଲିସ ଅଧିକାରୀ କହିଛନ୍ତି ଯେ ସୁରକ୍ଷାବାହିନୀର ଜୋରଦାର କୁମ୍ବିଂ ଅପରେସନ ହେତୁ ମାଓବାଦୀମାନେ ଭୟଭୀତ ହୋଇ ଏପରି କରିଛନ୍ତି।
ନକ୍ସଲ ବିରୋଧୀ ଅଭିଯାନରେ ସୁରକ୍ଷାବାହିନୀକୁ ସଫଳତା ପାଇଲା, ତିନି ମିଲିସିଆ ଗିରଫ।
ମାଲକାନଗିରି(କ୍ରୋନିକ ଓଡ଼ିଶା) ମାଲକାନଗିରି ସୀମାନ୍ତ ବିଜାପୁରରେ ନକ୍ସଲ ବିରୋଧୀ ଅଭିଯାନରେ ବେଳେ ନେମେଡ ଅଞ୍ଚଳରୁ ତିନି ମିଲିସିଆଙ୍କୁ ଗିରଫ କରିଛି ପୁଲିସ।ବିଜାପୁରରେ ନକ୍ସଲ ବିରୋଧୀ ଅପରେସନ୍ ବେଳେ ସୁରକ୍ଷାବାହିନୀ ନେମେଡ ଅଞ୍ଚଳରୁ ତିନି ଜଣ ମିଲିସିଆ ସଦସ୍ୟଙ୍କୁ ଗିରଫ କରିବାରେ ସଫଳ…