କୋରାପୁଟ(ଭେଙ୍କାଟେସ ରାଓ)କୋରାପୁଟ ଜିଲ୍ଲା କୋଟପାଡ଼ ନିର୍ବାଚନ ମଣ୍ଡଳୀ କୁନ୍ଦ୍ରା ବ୍ଲକର ୩ ଖଣ୍ଡ ପଂଚାୟତର ଦିଗାପୂର୍, ଘୁମର ଓ ମଶୀଙ୍ଗା ପଞ୍ଚାୟତରେ ବର୍ଷାର କରାଳ ତାଣ୍ଡବ। ଲଗାଣ ବର୍ଷାରେ ୩ ପଞ୍ଚାୟତର ୧୦ ରୁ ଉର୍ଦ୍ଧ ଗ୍ରାମ ପ୍ରଭାବିତ। ପ୍ରାୟ ୫୦୦ ରୁ ଅଧିକ ଏକର ଜମି ଜଳମଗ୍ନ। ବାଲିଚରି ଯିବାରୁ ଚାଷିକୂଳ ଚିନ୍ତାରେ ରହିଛନ୍ତି।କୁନ୍ଦୁରା ଓ ଜୟପୁର ମଧ୍ୟରେ ଯୋଗାଯୋଗ ସମ୍ପୂର୍ଣ୍ଣ ରୂପେ ବିଛିନ୍ନ। ଉଭୟ ପାର୍ଶ୍ଵରେ ବିଭିନ୍ନ ଗାଡ଼ିର ଲମ୍ବା ଧାଡ଼ି ।ଦିଗାପୁର ଠାରୁ ଘୁମର ରାସ୍ତା ଉପରେ ୩ ଫୁଟ ରୁ ଅଧିକ ବର୍ଷାଜଳ ପ୍ରବାହିତ ହେଉଛି। ଏତଦବ୍ୟତୀତ ବିରୀନଦୀ ପୋଲ ଉପରେ ପାଞ୍ଚ ଫୁଟର ପାଣି ପ୍ରବାହିତ ହେଉଛି l ଅନେକ ସ୍ଥାନରେ ଘର କାନ୍ଥ ଭାଙ୍ଗି ଯାଇଛି l କୁନ୍ଦ୍ରା ସଦର ମୋହକୁମା ଠାରେ ସ୍ଥାନୀୟ ଜିଲ୍ଲାପରିଷଦ ସଭ୍ୟାଙ୍କ ଘର ଭିତରେ ପାଣି ପସିଯାଇଛି। ଉକ୍ତ ଅଞ୍ଚଳରେ ଏକ ପ୍ରାକର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଗତ ୪୦ ବର୍ଷ ମଧ୍ୟରେ ସବୁଠାରୁ ଅଧିକ ବର୍ଷା ହୋଇଥିବା ଅନୁମାନ କରୁଛନ୍ତି କୁନ୍ଦୁରା ଅଂଚଳର ଲୋକେ। ତେବେ ଜିଲ୍ଲା ପ୍ରଶାସନ ପକ୍ଷରୁ ସରକାରୀ ସହାୟତା ଅପେକ୍ଷାରେ ଗ୍ରାମବାସୀ।
ଜିଲ୍ଲା ରେଡକ୍ରସ ସୋସାଇଟି ପକ୍ଷରୁ ରକ୍ତଦାନ ଶିବିର।
ମାଲକାନଗିରି(କ୍ରୋନିକ ଓଡ଼ିଶା)ରକ୍ତ ଦାନ ଏକ ମହତ ଦାନ। ରକ୍ତ ଅଭାବ କାରଣରୁ ଚିକିତ୍ସାଧିନ ଅବସ୍ଥାରେ ଅନେକ ଲୋକଙ୍କ ଜୀବନ ଚାଲି ଯାଇଥାଏ। ରକ୍ତ ଦାନ କରିବା ଦ୍ୱାରା ଅନେକ ଲୋକଙ୍କ ଜୀବନ ବଞ୍ଚି ପାରିବ । ଏସବୁକୁ ଦୃଷ୍ଟିରେ ରଖି ମାଲକାନଗିରି…