ଲଗାଣ ବର୍ଷା ରେ ଵେହାଲ କୋଟପାଡ଼ ନିର୍ବାଚନ ମଣ୍ଡଳୀ କୁନ୍ଦ୍ରା ବ୍ଲକର ୩ ଖଣ୍ଡ ପଂଚାୟତ l

କୋରାପୁଟ(ଭେଙ୍କାଟେସ ରାଓ)କୋରାପୁଟ ଜିଲ୍ଲା କୋଟପାଡ଼ ନିର୍ବାଚନ ମଣ୍ଡଳୀ କୁନ୍ଦ୍ରା ବ୍ଲକର ୩ ଖଣ୍ଡ ପଂଚାୟତର ଦିଗାପୂର୍, ଘୁମର ଓ ମଶୀଙ୍ଗା ପଞ୍ଚାୟତରେ ବର୍ଷାର କରାଳ ତାଣ୍ଡବ। ଲଗାଣ ବର୍ଷାରେ ୩ ପଞ୍ଚାୟତର ୧୦ ରୁ ଉର୍ଦ୍ଧ ଗ୍ରାମ ପ୍ରଭାବିତ। ପ୍ରାୟ ୫୦୦ ରୁ ଅଧିକ ଏକର ଜମି ଜଳମଗ୍ନ। ବାଲିଚରି ଯିବାରୁ ଚାଷିକୂଳ ଚିନ୍ତାରେ ରହିଛନ୍ତି।କୁନ୍ଦୁରା ଓ ଜୟପୁର ମଧ୍ୟରେ ଯୋଗାଯୋଗ ସମ୍ପୂର୍ଣ୍ଣ ରୂପେ ବିଛିନ୍ନ। ଉଭୟ ପାର୍ଶ୍ଵରେ ବିଭିନ୍ନ ଗାଡ଼ିର ଲମ୍ବା ଧାଡ଼ି ।ଦିଗାପୁର ଠାରୁ ଘୁମର ରାସ୍ତା ଉପରେ ୩ ଫୁଟ ରୁ ଅଧିକ ବର୍ଷାଜଳ ପ୍ରବାହିତ ହେଉଛି। ଏତଦବ୍ୟତୀତ ବିରୀନଦୀ ପୋଲ ଉପରେ ପାଞ୍ଚ ଫୁଟର ପାଣି ପ୍ରବାହିତ ହେଉଛି l ଅନେକ ସ୍ଥାନରେ ଘର କାନ୍ଥ ଭାଙ୍ଗି ଯାଇଛି l କୁନ୍ଦ୍ରା ସଦର ମୋହକୁମା ଠାରେ ସ୍ଥାନୀୟ ଜିଲ୍ଲାପରିଷଦ ସଭ୍ୟାଙ୍କ ଘର ଭିତରେ ପାଣି ପସିଯାଇଛି। ଉକ୍ତ ଅଞ୍ଚଳରେ ଏକ ପ୍ରାକର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଗତ ୪୦ ବର୍ଷ ମଧ୍ୟରେ ସବୁଠାରୁ ଅଧିକ ବର୍ଷା ହୋଇଥିବା ଅନୁମାନ କରୁଛନ୍ତି କୁନ୍ଦୁରା ଅଂଚଳର ଲୋକେ। ତେବେ ଜିଲ୍ଲା ପ୍ରଶାସନ ପକ୍ଷରୁ ସରକାରୀ ସହାୟତା ଅପେକ୍ଷାରେ ଗ୍ରାମବାସୀ।

  • Related Posts

    ସାହସିକତାର ଏକ ଉଦାହରଣ: କାରେଗୁଟ୍ଟା ଅପରେସନରେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ସାଗର ବୋରାଡେ ହରାଇଲେ ବାମ ଗୋଡ।

    ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)କାରେଗୁଟ୍ଟା ଅପରେସନ୍ ମଧ୍ୟରେ ଯେତେବେଳେ ଜଣେ ସାଥି ଯବାନ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଗୁରୁତର ଆହତ ହୋଇଥିଲେ ସେତେବେଳେ ସାଗର ବୋରାଡେ କମାଣ୍ଡାଣ୍ଟଙ୍କ ନିର୍ଦ୍ଦେଶକୁ ଖାତିର ନକରି ଆହତ ଯବାନଙ୍କୁ ସୁରକ୍ଷିତ ସ୍ଥାନକୁ ନେବାକୁ ଚେଷ୍ଟା କରୁଥିବା ସମୟରେ ଆଉ…

    ନକ୍ସଲପନ୍ଥିଙ୍କ ଶ୍ମଶାନ ପାଲଟିଲା କରେଗୁଟ୍ଟା ପାହାଡ – ଯବାନଙ୍କ ଜୋରଦାର ଆକ୍ରମଣ ; ୨୦ ରୁ ଉର୍ଦ୍ଧ୍ୱ ନକ୍ସଲ ନିପାତ।

    ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)ମାଲକାନଗିରି ସୀମାନ୍ତ ଛତିଶଗଡ଼ ରାଜ୍ୟର ବିଜାପୁର ଜିଲ୍ଲା ଏବଂ ତେଲେଙ୍ଗାନା ସୀମାବର୍ତ୍ତି କରେଗୁଟ୍ଟା ପାହାଡ଼ରେ ଚାଲିଥିବା ବୃହତ୍ତର ନକ୍ସଲ ଅପରେସନର ୧୬ତମ ଦିନରେ ସୁରକ୍ଷା ବାହିନୀ ଏପର୍ଯ୍ୟନ୍ତ ସବୁଠାରୁ ବଡ଼ ସଫଳତା ହାସଲ କରିଛି। ବୁଧବାର ସକାଳେ ହୋଇଥିବା…

    Leave a Reply

    Your email address will not be published. Required fields are marked *

    You cannot copy content of this page