ବର୍ଷାରେ ଭୁଷୁଡିଲା କାନ୍ଥ, ଆହତ ପରିବାର ଡାକ୍ତରଖାନାରେ ଭର୍ତ୍ତି, ଏଯାଏଁ ପହଞ୍ଚିନି ପ୍ରଶାସନ।

ମାଲକାନଗିରି(କ୍ରୋନିକ ଓଡ଼ିଶା)ଗତ କିଛି ଦିନର ଲଗାଣ ବର୍ଷାରେ ଭୁଶୁଡ଼ିଲା ଘର କାନ୍ଥ, ଆହତ ଅବସ୍ଥାରେ ପରିବାର ଲୋକେ ହେଲେ ଚିକିତ୍ସାଳୟରେ ଭର୍ତ୍ତି କିନ୍ତୁ  ଏପର୍ଯ୍ୟନ୍ତ ପହଁଞ୍ଚି ପାରିଲା ନାହିଁ ସ୍ଥାନୀୟ ପ୍ରଶାସନ। ଏପରି ଅଭାବନୀୟ ଘଟଣା ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ସୋମନାଥପୁର ପଂଚାୟତର ତୋଟାଗୁଡା ଗ୍ରାମରେ ଦେଖିବାକୁ ମିଳିଛି। ସୂଚନା ମୁତାବକ ଗ୍ରାମର ମଙ୍ଗରାଜ ହନ୍ତାଳ ନାମକ ବ୍ୟକ୍ତି ତାଙ୍କ ପରିବାର କୁ ନେଇ ନିଜ ଘରେ ଶୋଇ ରହିଥିଲେ। ତେବେ ଗତକାଲି ମଧ୍ୟରାତ୍ର ପ୍ରାୟ ୨.୩୦ ସମୟରେ ଏହି ଲଗାଣ ବର୍ଷା ଫଳରେ ମଙ୍ଗରାଜ ଙ୍କ ଘରର ଗୋଟିଏ କାନ୍ଥ ଭୁଶୁଡି ତାଙ୍କ ଉପରେ ପଡିଯାଇଛି। ଫଳରେ ମଙ୍ଗରାଜ ଙ୍କ ଅଣ୍ଟା ରେ ଖୁବ ଜୋରରେ ଆଘାତ ଲାଗିଥିବା ବେଳେ ସ୍ତ୍ରୀ ଏବଂ ୭ ବର୍ଷ ର ପୁଅ ମଧ୍ୟ ଗୁରୁତର ଆହତ ହୋଇଛି। ତେବେ ଏହି ଅଘଟଣ ଘଟିବା ପରେ ପଡ଼ୋଶୀ ଙ୍କ ସହାୟତା ରେ ସଙ୍ଗେ ସଙ୍ଗେ ମଙ୍ଗରାଜ ଙ୍କ ପରିବାର କୁ କୁଡୁମୁଲୁଗୁମ୍ମା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କୁ ନିଆଯାଇଥିଲା। ସେଠାରେ ତାଙ୍କ ପରିବାର ର ଗୁରୁତର ଅବସ୍ଥା ଦେଖି ଡାକ୍ତର ମାଲକାନଗିରି ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତରିତ କରିଥିଲେ। ତେବେ ସବୁଠାରୁ ଆଶ୍ଚର୍ଯ୍ୟ ର ବିଷୟ ଏହିକି ଯେ ଏତେ ବଡ଼ ଅଘଟଣ ପରେ ବି ସ୍ଥାନୀୟ ପ୍ରଶାସନ କିମ୍ବା ରାଜସ୍ୱ ନିରୀକ୍ଷକଙ୍କ ପାଦ ସେହି ଗ୍ରାମରେ ପଡିନାହିଁ। ତେବେ ଗ୍ରାମର ଜଣେ ଯୁବକ ଆଜି ସକାଳୁ କୁଡୁମୁଲୁଗୁମ୍ମା ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟକୁ ଯାଇଥିବା ବେଳେ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ଏକ ପଲିଥିନ ପାଲକୁ ଅଧା କାଟି ଭୁଶୁଡ଼ିଥିବା କାନ୍ଥକୁ ଘୋଡାଇବା ପାଇଁ ଦେଇଛନ୍ତି।ପଲିଥିନ ପାଲକୁ କାଟିକି ଗ୍ରାମବାସୀଙ୍କୁ ଦେବା କେତେଦୂର ଯୁକ୍ତିଯୁକ୍ତ। ଏଥିପ୍ରତି ଦୃଷ୍ଟି ଦେବା ନିହାତି ଆବଶ୍ୟକ।ଅଧା କଟା ପଲିଥିନ ଯାହା ସମ୍ପୂର୍ଣ୍ଣ କାନ୍ଥ ଘୋଡାଇ ହୋଇନଥିବା ବେଳେ ଘରର ସବୁ ଆସବାବପତ୍ର ବର୍ଷାରେ ଭିଜୁଥିବା ଦେଖିବାକୁ ମିଳିଛି। ତେବେ ତୁରନ୍ତ ମଙ୍ଗରାଜଙ୍କୁ ସରକାରୀ ସହାୟତା ପ୍ରଦାନ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।

  • Related Posts

    ସାହସିକତାର ଏକ ଉଦାହରଣ: କାରେଗୁଟ୍ଟା ଅପରେସନରେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ସାଗର ବୋରାଡେ ହରାଇଲେ ବାମ ଗୋଡ।

    ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)କାରେଗୁଟ୍ଟା ଅପରେସନ୍ ମଧ୍ୟରେ ଯେତେବେଳେ ଜଣେ ସାଥି ଯବାନ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଗୁରୁତର ଆହତ ହୋଇଥିଲେ ସେତେବେଳେ ସାଗର ବୋରାଡେ କମାଣ୍ଡାଣ୍ଟଙ୍କ ନିର୍ଦ୍ଦେଶକୁ ଖାତିର ନକରି ଆହତ ଯବାନଙ୍କୁ ସୁରକ୍ଷିତ ସ୍ଥାନକୁ ନେବାକୁ ଚେଷ୍ଟା କରୁଥିବା ସମୟରେ ଆଉ…

    ନକ୍ସଲପନ୍ଥିଙ୍କ ଶ୍ମଶାନ ପାଲଟିଲା କରେଗୁଟ୍ଟା ପାହାଡ – ଯବାନଙ୍କ ଜୋରଦାର ଆକ୍ରମଣ ; ୨୦ ରୁ ଉର୍ଦ୍ଧ୍ୱ ନକ୍ସଲ ନିପାତ।

    ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)ମାଲକାନଗିରି ସୀମାନ୍ତ ଛତିଶଗଡ଼ ରାଜ୍ୟର ବିଜାପୁର ଜିଲ୍ଲା ଏବଂ ତେଲେଙ୍ଗାନା ସୀମାବର୍ତ୍ତି କରେଗୁଟ୍ଟା ପାହାଡ଼ରେ ଚାଲିଥିବା ବୃହତ୍ତର ନକ୍ସଲ ଅପରେସନର ୧୬ତମ ଦିନରେ ସୁରକ୍ଷା ବାହିନୀ ଏପର୍ଯ୍ୟନ୍ତ ସବୁଠାରୁ ବଡ଼ ସଫଳତା ହାସଲ କରିଛି। ବୁଧବାର ସକାଳେ ହୋଇଥିବା…

    Leave a Reply

    Your email address will not be published. Required fields are marked *

    You cannot copy content of this page