୨୫ ଲକ୍ଷ ଇନାମୀ ଆନ୍ଧ୍ର ମୂଲକର ନକ୍ସଲ କମାଣ୍ଡର ରଣନ୍ଧୀର ପୁଲିସ ଗୁଳିରେ ନିହତ। ମୋଟ ୫୯ ଲକ୍ଷ ଇନାମୀ ୯ ନକ୍ସଲ ନିହତ। ପ୍ରାଣ ହରାଇଥିବା କମାଣ୍ଡର କେବଳ ଆନ୍ଧ୍ରପ୍ରଦେଶ ମୂଳ ବାସିନ୍ଦା ନୁହଁନ୍ତି, ସେ SKZSC ସଦସ୍ୟ ଏବଂ 25 ଲକ୍ଷ ଇନାମୀ ହେବା ଯବାନଙ୍କ ପାଇଁ ଏକ ବଡ଼ ସଫଳତା।ବାସ୍ତବରେ, ବର୍ତ୍ତମାନ ପର୍ଯ୍ୟନ୍ତ ସମଗ୍ର ବସ୍ତରରେ ପ୍ରାଣ ହରାଇଥିବା ନକ୍ସଲଙ୍କ ମଧ୍ୟରେ ଆନ୍ଧ୍ର-ତେଲେଙ୍ଗାନାର କୌଣସି ନକ୍ସଲ ଅନ୍ତର୍ଭୂକ୍ତ ନଥିଲେ। ଉଚ୍ଚ ପଦସ୍ଥ ନକ୍ସଲ ଲିଡରଙ୍କ ପହଁଞ୍ଚିବାକୁ ହେଲେ ଅନେକ ସୁରକ୍ଷା ସ୍ତର ଅତିକ୍ରମ କରିବାକୁ ପଡେ। ଏହା ମଧ୍ୟରେ ଘଟଣାସ୍ଥଳରୁ ବଡ଼ ନକ୍ସଲ ଖସିଯାଆନ୍ତି କିନ୍ତୁ ମଙ୍ଗଳବାର ଦିନ ଦନ୍ତେୱାଡା-ବିଜାପୁର ଜିଲ୍ଲାର ସୀମାନ୍ତରେ ଘଟିଥିବା ଏନକାଉଣ୍ଟରରେ ୨୫ ଲକ୍ଷ ଇନାମୀ କମାଣ୍ଡର ଦଣ୍ଡକାରଣ୍ୟ ସ୍ପେଶାଲ୍ ଜୋନାଲ କମିଟି ସଦସ୍ୟ ରଣନ୍ଧୀରକୁ ନିପାତ କରାଯାଇଛି।ସେ ଆନ୍ଧ୍ରପ୍ରଦେଶର ୱାରଙ୍ଗେଲ ନିବାସୀ।ଏନକାଉଣ୍ଟରରେ ନିହତ ହୋଇଥିବା ୯ ନକ୍ସଲଙ୍କ ମଧ୍ୟରୁ ୬ ଜଣ ମହିଳା। ନିହତ ନକ୍ସଲମାନେ ଦରଭି ଡିଭିଜନ, ପଶ୍ଚିମ ବସ୍ତର ଡିଭିଜନ ଏବଂ ପିଏଲଜିଏ କମ୍ପାନୀ ନମ୍ବର ୨ର ସଦସ୍ୟ। ପ୍ରାୟ ୫୦-୬୦ ଟପ ନକ୍ସଲମାନଙ୍କ ଉପସ୍ଥିତିର ସୂଚନା ପୁଲିସ ପାଇବା ମାତ୍ରେ ଡିଆରଜି, ବସ୍ତର ଫାଇଟର୍, CRPF ୟଙ୍ଗ ପ୍ଲାଟୁନ୍, ସିଆରପିଏଫ୍ ୧୧୧ ବାଟାଲିଅନର ମିଳିତ ଯବାନଙ୍କ ଭିନ୍ନ ଭିନ୍ନ ଗୃପ ଅପରେସନ ପାଇଁ ପଠାଯାଇଥିଲା।ଲୋହାଗାଓଁ-ପୁରଙ୍ଗେଲ ମଧ୍ୟସ୍ଥ ଘଞ୍ଚ ଜଙ୍ଗଲରେ ପୁଲିସ ଏବଂ ନକ୍ସଲଙ୍କ ମଧ୍ୟରେ ୪ ଘଣ୍ଟା ଧରି ଗୁଳି ବିନିମୟ ଜାରି ରହିଥିଲା।ଦନ୍ତେୱାଡା ପୁଲିସ ଅଧୀକ୍ଷକ ଗୌରବ ରାୟ କହିଛନ୍ତି ଯେ ଅପରେସନରୁ ଯବାନ ଫେରିବା ପରେ ନିହତ ନକ୍ସଲଙ୍କ ଚିହ୍ନଟ ହୋଇଯାଇଛି। ଏଥିମଧ୍ୟରୁ DKSJCM ରଣନ୍ଧୀର ୨୫ ଲକ୍ଷ ଇନାମୀ। ରଣନ୍ଧୀର ସମ୍ପର୍କରେ ଅଧିକ ତଥ୍ୟ ସଂଗ୍ରହ କରାଯାଉଛି। ଅନ୍ୟମାନେ ହେଲେ ଏସିଏମ ଶାନ୍ତି ୩୧ ପିଏଲ ସଦସ୍ୟ(୫ ଲକ୍ଷ) ସୁଶୀଲା ମାଡକମ୍, ଗାଙ୍ଗି ମୁଚାକି, କୋସା ମାଡଭି, ଲଲିତା ଡିଭିସିଏମ୍ ସୁରକ୍ଷା ଦଲମ ସଦସ୍ୟ, କବିତା ଏଓଏସ୍ ଜେସିଏମ୍ ଗାର୍ଡ, ହିଡମେ ମାଡକମ୍ ଡିଭିସିଏମ୍(୨ ଲକ୍ଷ) ଏବଂ କମଲେସ୍ ପ୍ଲାଟୁନ୍ ସଦସ୍ୟ ଭାବେ ପରିଚୟ ମିଳିପାରିଛି।
ନକ୍ସଲ ବିରୋଧୀ ଅଭିଯାନରେ ସୁରକ୍ଷାବାହିନୀକୁ ସଫଳତା ପାଇଲା, ତିନି ମିଲିସିଆ ଗିରଫ।
ମାଲକାନଗିରି(କ୍ରୋନିକ ଓଡ଼ିଶା) ମାଲକାନଗିରି ସୀମାନ୍ତ ବିଜାପୁରରେ ନକ୍ସଲ ବିରୋଧୀ ଅଭିଯାନରେ ବେଳେ ନେମେଡ ଅଞ୍ଚଳରୁ ତିନି ମିଲିସିଆଙ୍କୁ ଗିରଫ କରିଛି ପୁଲିସ।ବିଜାପୁରରେ ନକ୍ସଲ ବିରୋଧୀ ଅପରେସନ୍ ବେଳେ ସୁରକ୍ଷାବାହିନୀ ନେମେଡ ଅଞ୍ଚଳରୁ ତିନି ଜଣ ମିଲିସିଆ ସଦସ୍ୟଙ୍କୁ ଗିରଫ କରିବାରେ ସଫଳ…