ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ରାଜ୍ୟର ସୁକମା ଜିଲ୍ଲାର ଜାଗରଗୁଣ୍ଡା ଥାନା ପୁଲିସ ବିସ୍ଫୋରକ ସାମଗ୍ରୀ ସହ ଦୁଇ ନକ୍ସଲଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ଜଣେ ଆରପିସି ସିଏନ୍ଏମ୍ କମାଣ୍ଡର ନକ୍ସଲଙ୍କ ମୁଣ୍ଡ ଉପରେ ୧ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରାଯାଇଥିଲା। ଜିଲ୍ଲା ପୁଲିସ, ଡିଆରଜି , ସିଆରପିଏଫ୍ ବାଟାଲିୟନ ୧୬୫ , ୨୩୧ର ଯବାନ ନକ୍ସଲମାନଙ୍କୁ ଗିରଫ କରିବାରେ ଭୂମିକା ଗ୍ରହଣ କରିଛି | ବିସ୍ଫୋରକ ପଦାର୍ଥ ଅଧିନିୟମ ଅନୁଯାୟୀ ଏକ ମାମଲା ପଞ୍ଜିକରଣ କରିବା ପରେ ଗୁରୁବାର ଦିନ ଉଭୟଙ୍କୁ କୋର୍ଟରେ ହାଜର କରାଯାଇଥିଲା ଏବଂ ସୁକମା ଜିଲ୍ଲା ପୁଲିସ ଅଧୀକ୍ଷକ କିରଣ ଚୌହାନ ଗୁରୁବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଯେ ଜିଲ୍ଲାରେ ଚାଲିଥିବା ନକ୍ସଲ ବିଲୋପ ଅଭିଯାନରେ ଜିଲ୍ଲା ପୁଲିସ , ଡିଆରଜି ସିଆରପିଏଫ୍ ଯବାନ ପାଟ୍ରୋଲିଂ ପାଇଁ କୁନ୍ଦେଡ , ଓରସାଙ୍ଗଲ ଗାଁ ନିକଟସ୍ଥ ଜଙ୍ଗଲକୁ ପଠାଯାଇଥିଲା।ଦୁଇ ସନ୍ଦିଗ୍ଧ ଯୁବକ କୁନ୍ଦେଡ ଏବଂ ଜାଗରଗୁଣ୍ଡା ମଧ୍ୟ ଜଙ୍ଗଲି ରାସ୍ତାରେ ପୁଲିସକୁ ଦେଖି ଲୁଚି ଯାଇଥିଲେ। ଯବାନ ମାନେ ସେମାନଙ୍କୁ ଘେରାଉ କରି ଗିରଫ କରିବାରେ ସଫଳ ହୋଇଥିଲେ। ଗିରଫ ସନ୍ଦିଗ୍ଧଙ୍କୁ ପଚରାଉଚରା ବେଳେ ସେମାନଙ୍କ ନାମ ବୋଗାମ ଦେବା(୩୦) , ସୋଡି ରାମା(୩୦) ବୋଲି ଜଣାପଡିଛି। ଜବତ ବ୍ୟାଗ ଯାଞ୍ଚ କରିବା ବେଳେ କର୍ଡେକ୍ସ ତାର, ଜିଲେଟିନ ଛଡ଼ , ଡିଟୋନେଟର ଏବଂ ଅନ୍ୟ ସାମଗ୍ରୀ ପୁଲିସ ଜବତ କରିଥିଲା। ବୋଗାମ ଦେବା ବାୟାମ୍ପାଲୀ ଆରପିସି ସିଏନଏମ କମାଣ୍ଡର (ଏକ ଲକ୍ଷ ଟଙ୍କା ପୁରସ୍କାର), ନିଷିଦ୍ଧ ସଂଗଠନରେ ସୋଡି ରାମା ଡୋଡିତୁମନାର ଆରପିସି ମିଲିସିଆ ସଦସ୍ୟ ତଥା ସୁରକ୍ଷା ବାହିନୀକୁ କ୍ଷତି ପହଞ୍ଚାଇବା ଉଦ୍ଦେଶ୍ୟରେ ବିସ୍ଫୋଟକ ସାମଗ୍ରୀ ନେଇ ଯାଉଥିଲେ। ବିସ୍ଫୋରକ ସାମଗ୍ରୀ ଏବଂ ନକ୍ସଲ ଗତିବିଧି ସମ୍ପୂର୍ଣ୍ଣ ରୂପେ ଆଇନ ବିରୁଦ୍ଧ। ତେଣୁ ଜାଗରଗୁଣ୍ଡା ପୁଲିସ ବିସ୍ଫୋରକ ପଦାର୍ଥ ଅଧିନିୟମର ଧାରା ଅନୁଯାୟୀ ମାମଲା ରୁଜୁ କରି ଉଭୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି କୋର୍ଟ ଚାଲାଣ କରିଛି।
ନକ୍ସଲ ବିରୋଧୀ ଅଭିଯାନରେ ସୁରକ୍ଷାବାହିନୀକୁ ସଫଳତା ପାଇଲା, ତିନି ମିଲିସିଆ ଗିରଫ।
ମାଲକାନଗିରି(କ୍ରୋନିକ ଓଡ଼ିଶା) ମାଲକାନଗିରି ସୀମାନ୍ତ ବିଜାପୁରରେ ନକ୍ସଲ ବିରୋଧୀ ଅଭିଯାନରେ ବେଳେ ନେମେଡ ଅଞ୍ଚଳରୁ ତିନି ମିଲିସିଆଙ୍କୁ ଗିରଫ କରିଛି ପୁଲିସ।ବିଜାପୁରରେ ନକ୍ସଲ ବିରୋଧୀ ଅପରେସନ୍ ବେଳେ ସୁରକ୍ଷାବାହିନୀ ନେମେଡ ଅଞ୍ଚଳରୁ ତିନି ଜଣ ମିଲିସିଆ ସଦସ୍ୟଙ୍କୁ ଗିରଫ କରିବାରେ ସଫଳ…