
ମାଲକାନଗିରି ଜିଲ୍ଲା ବାଲିମେଳା ଏନଏସି ପକ୍ଷରୁ ଆଜି ମଧ୍ୟାହ୍ନ ସମୟରେ ବାଲିମେଳା ବିଜ୍ଞାପିତ ପରିଷଦ ଅଞ୍ଚଳର ସମସ୍ତ ସଫେଇ କର୍ମଚାରୀଙ୍କ ନିମନ୍ତେ ଟାଉନ ହଲ ଠାରେ ଏକ ବଡା ଖାନା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ବାଲିମେଳା ସହରରେ କାର୍ଯ୍ୟରତ ପରିମଳ ବିଭାଗ ସ୍ୱଚ୍ଛ ସାଥୀ, ସଫେଇ କର୍ମୀ , କାର୍ଯ୍ୟାଳୟ କର୍ମଚାରୀ ଏବଂ ସମସ୍ତ ସାମ୍ବାଦିକ ବନ୍ଧୁଙ୍କ ନିମନ୍ତେ ଆଜିର ଏହି ବଡା ଖାନା ଭୋଜିର ଆୟୋଜନ ହୋଇଥିଲା। ବିଭିନ୍ନ ପ୍ରକାରର ସୁସ୍ୱାଦୁ ବ୍ୟଞ୍ଜନ ପ୍ରସ୍ତୁତ କରାଯାଇଥିବା ବେଳେ ପାଖାପାଖି ୧୦୦ ରୁ ଉର୍ଦ୍ଧ୍ବ ସଫେଇ କର୍ମଚାରୀ, ପ୍ରଶାସନିକ ଅଧିକାରୀ , ଏନଏସି କର୍ମଚାରୀ ଓ ସାମ୍ବାଦିକ ବନ୍ଧୁ ମାନେ ମିଳିତ ଭାବେ ମଧ୍ୟାହ୍ନ ଭୋଜନ ଖାଇଥିଲେ। ଏହି ସମ୍ପୂର୍ଣ କାର୍ଯ୍ୟକ୍ରମକୁ ପରିମଳ ବିଶେଷଜ୍ଞ ସନ୍ତୋଷ ଖେମୁଣ୍ଡୁ ପରିଚାଳନା କରିଥିଲେ। ନିଜେ ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ରାଜେଶ କୁମାର ମହାପାତ୍ର ସମସ୍ତ ସଫେଇ କର୍ମଚାରୀଙ୍କୁ ଖାଦ୍ୟ ପରଶିଥିଲେ। କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ମହାପାତ୍ରଙ୍କ ହାତ ପରଷାରେ ସଫେଇ କର୍ମଚାରୀ ମାନେ ପେଟ ଭରି ଖାଇ ଆତ୍ମ ସନ୍ତୋଷ ହୋଇଥିଲା ବୋଲି କହି କାର୍ଯ୍ୟ ନିର୍ବାହି ଅଧିକାରୀଙ୍କୁ ପ୍ରଶଂସା ମଧ୍ୟ କରିଥିଲେ।