ଆଜି କେନ୍ଦ୍ରୀୟ ବିଦ୍ୟାଳୟ ମାଲକାନଗିରି ରେ ବିଦ୍ୟାଳୟ ସଂଚାଳନ ସମିତି ର ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଶ୍ରୀ ଆଶିଷ ଈଶ୍ବର ପାଟିଲ ଙ୍କ ଅଧ୍ୟକ୍ଷତା ରେ ଏହି କାର୍ଯ୍ୟ କାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକ ରେ ବିଦ୍ୟାଳୟ ର 12 ଜଣ ସଦସ୍ୟ ଙ୍କୁ ନେଇ ହୋଇଥିଲା। ବିଦ୍ୟାଳୟ ର ଅଧ୍ୟକ୍ଷ ଡ଼ କୈଳାଶ ମୀନା ବିଦ୍ୟାଳୟ ର ସଫଳତା ଏବଂ ବିଭିନ୍ନ ସମସ୍ୟା ଗୁଡିକ ଏହି ବୈଠକ ରେ ଉପସ୍ଥାପନା କରିଥିଲେ। ବିଦ୍ୟାଳୟ ର ଉନ୍ନତି ପାଇଁ ଜିଲ୍ଲlପାଳ ଶ୍ରୀ ପାଟିଲ ଏବଂ ଅନ୍ୟ ସଦସ୍ୟ ମାନେ ପରାମର୍ଶ ଦେଇଥିଲେ। ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନେ ବିଭିନ୍ନ ପ୍ରତିଯୋଗିତା ମୂଳକ ପରୀକ୍ଷା ରେ ସଫଳତା ଲାଭ କରିବେ ଏବଂ ପୁରାତନ ଛାତ୍ରଛାତ୍ରୀ ମାନେ କିପରି ସହଯୋଗ କରିପାରିବେ ସେ ଉପରେ ଜିଲ୍ଲାପାଳ ବିଶେଷ ଭାବରେ ଗୁରୁତ୍ୱାରୋପ କରିଥିଲେ ଏବଂ ଆବଶ୍ୟକ ମୂଳକ ସହଯୋଗ ପାଇଁ କହିଥିଲେ।ଏହି ବୈଠକ ରେ ମାଲକାନଗିରି ମହାବିଦ୍ୟାଳୟ ର ବାଣିଜ୍ୟ ବିଭାଗ ମୁଖ୍ୟ ଡ଼ ରଞ୍ଜନ କୁମାର ସ୍ୱାଇଁ, ମହିଳା ମହାବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀ ଦୁଷ୍ମନ୍ତ କୁମାର ଜେନା, ଟି ପି ଏସ ଓ ଡି ଏଲ ର ଏଗଜିକ୍ୟୁଟିଭ ଇଞ୍ଜିନିଅର ଶ୍ରୀ ଆଶିଷ କୁ ଜେନା, ଡା ସାଗର ବାଲା, ଅଭିଭାବକ ଶ୍ରୀ ମାନିକଲାଲ ଚକ୍ରବର୍ତ୍ତୀ, ଅଭିଭାବକ ଶ୍ରୀମତୀ କ୍ରିଷ୍ଣା ମିର୍ଧା ଏବଂ ଶ୍ରୀ ଅରବିନ୍ଦ କୁମାର ସେଠ୍ ଉପସ୍ଥିତ ଥିଲେ ।ଅଧ୍ୟାପକ ଶ୍ରୀ ଅମିତ ଦାସ ଏହି ବୈଠକ କୁ ପରିଚାଳନା କରିଥିଲେ ଏବଂ ସଭା ଶେଷ ରେ ଧନ୍ୟବାଦ ଜ୍ଞାପନ କରିଥିଲେ। ବିଦ୍ୟାଳୟ ର ଅଧ୍ୟାପକ ଶ୍ରୀ ଭି ଅଶୋକ କୁମାର ଏବଂ ଆଦିତ୍ୟ ରାୟ , ଅଧ୍ୟାପିକା ଶ୍ରୀମତୀ ଆଶ୍ରିତା ପଣ୍ଡା ଏବଂ ସୁଶ୍ରୀ କବିତା ଭାରତୀ ଏହି କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ।

  • Related Posts

    ବିଜେପିରେ ଯୋଗ ଦେଲେ ବିଜେଡି ଜିଲ୍ଲା ଉପ ସଭାପତି।

    ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ବିଜେପି କାର୍ଯ୍ୟାଳୟ ପରିସରରେ ଆଜି ବିଜେପି ଜିଲ୍ଲା ସଭାପତି ନିମାଇଁ ଚରଣ ପାଲଙ୍କ ନେତୃତ୍ୱରେ ବୁଥ ସ୍ତରୀୟ ନିର୍ବାଚନ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ରାଜ୍ୟରୁ ଆସିଥିବା ଜିଲ୍ଲା ପର୍ଯ୍ୟବେକ୍ଷକ ଅଜୟ କୁମାର ସ୍ୱାଇଁ,…

    ମୋବାଇଲ , ସାଇକେଲ ଚୋରି ମାମଲାରେ ୪ ନାବାଳକଙ୍କ ସମେତ ୮ ଗିରଫ ; ୧୮ ମୋବାଇଲ,୨ ସାଇକେଲ ଜବତ।

    ମାଲକାନଗିରି(କ୍ରୋନିକ ଓଡ଼ିଶା)ଓର୍କେଲ ପୋଲିସକୁ ଏକ ବଡ ସଫାଳତା। ୪ ନାବାଳକ ସମେତ ମୋଟ ୮ ଜଣ ଚତୁର ଚୋରଙ୍କୁ ଗିରଫ କରିଛି ଓର୍କେଲ ପୁଲିସ। ଲୋକଙ୍କ ଆଖିରେ ଧୁଳି ଦେଇ କରୁଥିଲେ ଚୋରି ଗୃହ ଉପକରଣ ଏବଂ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ।…

    Leave a Reply

    Your email address will not be published. Required fields are marked *

    You cannot copy content of this page