
ମାଲକାନଗିରି ମହାବିଦ୍ୟାଳୟ ଖେଳପଡିଆ ଠାରେ ଜାତୀୟ କ୍ରୀଡା ଦିବସ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ମହାବିଦ୍ୟାଳୟର ଅଧ୍ୟକ୍ଷ ଲିଙ୍ଗରାଜ ମିଶ୍ର କାର୍ଯ୍ୟକ୍ରମକୁ ଉଦଘାଟନ କରି ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିଥିଲେ। ମୁଖ୍ୟବକ୍ତା ଭାବେ ବରିଷ୍ଠ ପ୍ରଧ୍ୟାପକ ଅଶୋକ କୁମାର ଷଡ଼ଙ୍ଗୀ ଯୋଗଦେଇ ମେଜର ଧ୍ୟାନଚାନ୍ଦଙ୍କର ଜୀବନୀ ଉପରେ ପିଲାଙ୍କୁ ଉଦବୋଧନ ଦେଇ ପ୍ରେରିତ କରିଥିଲେ।ସମ୍ମାନିତ ଅତିଥି ବାଣିଜ୍ୟ ବିଭାଗ ମୁଖ୍ୟ ତଥା ଆଇ.କ୍ୟୁ.ଏ.ସି (IQAC) ସଂଯୋଜକ ଡକ୍ଟର ରଞ୍ଜନ କୁମାର ସ୍ବାଇଁ ଯୋଗଦେଇ ଖେଳର ଉପଯୋଗୀତା ଓ ସ୍ୱାସ୍ଥ୍ୟ ଗଠନ ଉପରେ ଅଭିଭାଷଣ ପ୍ରଦାନ କରିଥିଲେ।ଏହି କାର୍ଯ୍ୟକ୍ରମରେ ୧୦ ଗୋଟି ଉଭୟ ପୁରୁଷ ଓ ମହିଳା ଦଳ ଅଂଶ ଗ୍ରହଣ କରି ଫୁଟବଲ ମ୍ୟାଚ ଖେଳିଥିଲେ। ପରବର୍ତ୍ତୀ ବିଜୟୀ ଦଳକୁ ମାନପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା।ଏହି କାର୍ଯ୍ୟକ୍ରମକୁ ଜାତୀୟ ସେବା ସଂସ୍ଥା ଯୋଜନା ଅଧିକାରୀ ଗୌତମ କୁମାର ନାୟକ ମଞ୍ଚ ପରିଚାଳନା କରିବା ସହିତ ଖେଳକୁ ଆୟୋଜନ କରିଥିଲେ।ଏହି ଅବସରରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ଉପସ୍ଥିତ ରହି ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ।ସଭା ଶେଷରେ ଜାତୀୟ ସେବା ସଂସ୍ଥା ଯୋଜନା ଅଧିକାରୀ ପ୍ରେମରେଖା ଭତ୍ରା ଧନ୍ୟବାଦ ଅର୍ପଣ କରିଥିଲେ।