ମୋବାଇଲ ନେଟୱର୍କ ପାଇଁ କାନ୍ଦୁଛି ସ୍ବାଭିମାନ ଅଞ୍ଚଳ।

ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ସ୍ବାଭିମାନ ଅଞ୍ଚଳରେ ମୋବାଇଲ ନେଟୱର୍କ କରିଛି ଅଭିମାନ। ମାସ ମାସ ଧରି ରହୁନାହିଁ ମୋବାଇଲ ନେଟୱର୍କ।ସେଥିପାଇଁ ଚିତ୍ରକୋଣ୍ଡା ବ୍ଲକ ବଡପଦର ପଞ୍ଚାୟତର ବାଙ୍ଗୁରପଡା , ଅଞ୍ଜିରାଗୁଡା , ଲାମ୍ବାସିଂ , ରେକାପାଲି , କମାରଗୁଡା , ଫୁଲପଦର , ଆରଏସି-୨୩ ଭଳି ପ୍ରାୟ ଦଶରୁ ଅଧିକ ଗାଁର ଗ୍ରାମବାସୀ ମାନେ ଆଜି ଜିଲ୍ଲାପାଳ ଆଶିଷ ଇଶ୍ଵର ପାଟିଲଙ୍କୁ ସାକ୍ଷାତ କରି ଏକ ଲିଖିତ ଅଭିଯୋଗ ପ୍ରଦାନ କରିଛନ୍ତି। ଏହି ଅଞ୍ଚଳରେ ୫ ହଜାରରୁ ଉର୍ଦ୍ଧ୍ଵ ଲୋକ ସଂଖ୍ୟା ରହିଥିବା ବେଳେ ଦୀର୍ଘ ଦିନ ଧରି ଅଞ୍ଚଳରେ ମୋବାଇଲ ନେଟୱର୍କ ନରହିବାରୁ ସରକାରୀ କର୍ମଚାରୀ ଠାରୁ ଆରମ୍ଭ କରି ଛାତ୍ରଛାତ୍ରୀ ପର୍ଯ୍ୟନ୍ତ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି। ଫଳରେ ପିଲାମାନଙ୍କ ପାଠପଢ଼ା ବ୍ୟାହତ ହେଉଛି। ପଞ୍ଚାୟତ ସମିତିର ଅନେକ କାର୍ଯ୍ୟ ଠପ୍ ହୋଇଯାଇଛି। ମନରେଗା କାର୍ଯ୍ୟ ଏକ ପ୍ରକାର ବନ୍ଦ ହୋଇ ଯାଇଥିବା କହିଛନ୍ତି ଗ୍ରାମବାସୀ। ମନରେଗାର କୌଣସି ଫଟୋ କିମ୍ବା ନଥିପତ୍ର ଅନଲାଇନରେ ପଠାଇବାକୁ ହେଲେ ଗାଁ ଠାରୁ ୧୦ କିମି ଦୂର ଚିତ୍ରକୋଣ୍ଡା ବଜାରକୁ ଆସିବାକୁ ପଡୁଛି। ବଡପଦର ପଞ୍ଚାୟତରେ ପାଖାପାଖି ୫୨ଟି ଗାଁରେ ନାହିଁ ମୋବାଇଲ ନେଟୱର୍କ ସେବା।ସେପଟେ କରୋନା ମହାମାରୀ ଠାରୁ ଛାତ୍ରଛାତ୍ରୀ ମାନଙ୍କୁ ଅନଲାଇନ ପାଠ ପଢ଼ିବାକୁ ମଝିରେ ମଝିରେ ଶିକ୍ଷା ବିଭାଗର ନିର୍ଦ୍ଦେଶ ମଧ୍ୟ ଆସୁଛି।୨୦୧୮ ମସିହା ଜୁଲାଇ ୨୬ ଦିନ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଗୁରୁପ୍ରିୟା ସେତୁ ଉଦଘାଟନ କରିବା ବେଳେ ଚିତ୍ରକୋଣ୍ଡାର ଏହି ବିଚ୍ଛିନ୍ନାଞ୍ଚଳକୁ ସ୍ବାଭିମାନ ଅଞ୍ଚଳ ବୋଲି ନାମିତ କରିଥିଲେ।ସତକୁ ସତ ଦିନେ କେଇଟାରେ ଚିତ୍ରକୋଣ୍ଡାର ରଙ୍ଗ ରୂପ ସମ୍ପୂର୍ଣ୍ଣ ପରିବର୍ତ୍ତନ ହେଲା କିନ୍ତୁ ଆଜିର ଦିନରେ ସ୍ବାଭିମାନ ଅଞ୍ଚଳରେ ମୋବାଇଲ ନେଟୱର୍କ ଅଭିମାନ କରିଛି। କେବଳ ଦେଖିବା ପାଇଁ ଏହି ଅଞ୍ଚଳରେ ବିଏସଏନଏଲ ଏବଂ ଜିଓ କମ୍ପାନୀର ଟାଓ୍ବାର ରହିଛି ହେଲେ ନା କଲ୍ କଲେ କଲ୍ ଯାଉଛି ନା ଓ୍ବାଟସପରେ ଫଟୋ ମେସେଜ ଯାଉଛି। ଗ୍ରାମବାସୀଙ୍କ କହିବାନୁଯାୟୀ ଅଞ୍ଚଳରେ ମୂଳରୁ ନେଟୱର୍କ ନଥିଲା ଚଳି ଯାଉଥିଲା। ଏବେ କିନ୍ତୁ ଟାଓ୍ବାର ଅଛି ହେଲେ ମାସ ମାସ ଧରି ନେଟୱର୍କ ରହୁନାହିଁ। ଫଳରେ ବେସରକାରୀ ସଂସ୍ଥା ଯେତିକି ଅସୁବିଧା ଭୋଗୁଛନ୍ତି। ସରକାରୀ କାର୍ଯ୍ୟ ମଧ୍ୟ ସେତିକି ବାଧାପ୍ରାପ୍ତ ହେଉଛି।ତେଣୁ ଅତି ଶୀଘ୍ର ଆମ ଅଞ୍ଚଳରେ ମୋବାଇଲ ନେଟୱର୍କ ବ୍ୟବସ୍ଥା କରିବା ପାଇଁ ଗ୍ରାମବାସୀ ମାନେ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି। ତେବେ ଏ ସମ୍ପର୍କରେ ଚିତ୍ରକୋଣ୍ଡା ବିଡ଼ିଓ ତନ୍ମୟ ପାତ୍ରଙ୍କୁ ପଚାରିବାରୁ ଉପରିସ୍ଥ ଅଧିକାରୀ ଏବଂ ସରକାରଙ୍କୁ ଏ ବିଷୟରେ ଅବଗତ କରିଛୁ। ଖୁବଶୀଘ୍ର ମୋବାଇଲ ନେଟୱର୍କ ସମସ୍ୟା ଦୂର ହେବ ବୋଲି କହିଥିଲେ। ତେବେ ଗତ ଲୋକସଭା ନିର୍ବାଚନ ବେଳେ ବଡପଦର , ଧୁଳିପୁଟ , ଦୋରା ଗୁଡା , ଗାଜଲମାମୁଡି , ଗୁଣ୍ଠାବେଢା , କପାତୁଟି , ନୂଆ ଗୁଡା ଏବଂ ରାଲେଗଡ଼ା ଭଳି ୭ ପଞ୍ଚାୟତ ମୁଖ୍ୟାଳୟରେ ନେଟୱର୍କ ନଥିଲା। ଏମିତିରେ ଚିତ୍ରକୋଣ୍ଡା ବ୍ଲକର ୧୫୧ ଖଣ୍ଡ ଗାଁ କେବେ ମୋବାଇଲ ନେଟୱର୍କ ସହ ଯୋଡ଼ି ହେଉଛି ତାହା ଦେଖିବାକୁ ବାକି ରହିଲା।

  • Related Posts

    ଗୁଣିଗାରେଡି ସନ୍ଦେହରେ ୬ ଗିରଫ, ବ୍ୟବହୃତ ଖଟୁଲି ସମେତ କାର ଜବତ।

    ମାଲକାନଗିରି(କ୍ରୋନିକ ଓଡ଼ିଶା) ମାଲକାନଗିରି ଜିଲ୍ଲା ଓର୍କେଲ ଥାନା ଅନ୍ତର୍ଗତ ଚିତାପାରୀ-୪ ଗ୍ରାମରେ ଗୁଣିଗାରେଡି ସନ୍ଦେହରେ ୬ ଜଣ ବ୍ୟକ୍ତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଓର୍କେଲ ପୋଲିସ। ମିଳିଥିବା ସୂଚନାନୁଯାୟୀ ଚିତାପାରୀ-୪ ଗ୍ରାମରେ ପୂଜା ହେବ ବୋଲି ପ୍ରଶାସନ ପକ୍ଷରୁ…

    ଭାରତୀୟ ରିଜର୍ଭ ବ୍ୟାଙ୍କ ତରଫରୁ ଏକଦିବସୀୟ ଆଲୋଚନାଚକ୍ର।

    ମାଲକାନଗିରି(କ୍ରୋନିକ ଓଡ଼ିଶା)ପି.ଏମ୍.ଶ୍ରୀ ଜବାହର ନବୋଦୟ ବିଦ୍ୟାଳୟ, ମାଲକାନଗିରି ଠାରେ ଭାରତୀୟ ରିଜର୍ଭ ବ୍ୟାଙ୍କ ତରଫରୁ ଗୋଟିଏ ଏକ ଦିବସୀୟ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି l ଭାରତୀୟ ରିଜର୍ଭ ବ୍ୟାଙ୍କର ୯୦ବର୍ଷ ପୂର୍ତ୍ତି ଅବସରରେ ଏହି କାର୍ଯ୍ୟକ୍ରମଟିର ଆୟୋଜନ କରାଯାଇଥିଲା l…

    Leave a Reply

    Your email address will not be published. Required fields are marked *

    You cannot copy content of this page