ମାଲକାନଗିରି ମହାବିଦ୍ୟାଳୟ ଲକ୍ଷ୍ମଣ ନାୟକ ଛାତ୍ରାବାସ ସଭା ଗୃହରେ ନବାଗତ ଅନ୍ତେବାସୀଙ୍କୁ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଏହି ସଭାରେ ମୁଖ୍ୟ ଅତିଥି ରୂପେ ଅଧ୍ୟକ୍ଷ ଲିଙ୍ଗରାଜ ମିଶ୍ର ଯୋଗଦାନ କରି ଶୃଙ୍ଖଳିତ ଜୀବନଯାପନ କରିବା ସହିତ କଠିନ ପରିଶ୍ରମ କରି ଭଲ ମଣିଷଟିଏ ହେବାପାଇଁ ପରାମର୍ଶ ଦେଇଛନ୍ତି। ମୁଖ୍ୟବକ୍ତା ଡକ୍ଟର ରଞ୍ଜନ କୁମାର ସ୍ବାଇଁ ବାଣିଜ୍ୟ ବିଭାଗର ମୁଖ୍ୟ ଯୋଗଦାନ କରି ଅନ୍ତେବାସୀ ମାନଙ୍କୁ -କାକ ସ୍ନାନ, ବକ ଧ୍ୟାନଂ, ଶ୍ଵାନ ନିଦ୍ରା ତଥେଇବଚ, ଅଳ୍ପହାରୀ, ଗୃହ ତ୍ୟାଗୀ ବିଦ୍ୟାର୍ଥୀ ପଞ୍ଚ ଲକ୍ଷଣମ୍, ଏହି ନିୟମ ପାଳନ କରି ସୁପ୍ରତିଷ୍ଠିତ ବ୍ୟକ୍ତି ହେବା ପାଇଁ ପରାମର୍ଶ ଦେଇଛନ୍ତି। ସମ୍ମାନିତ ଅତିଥି ଭାବେ ଗୌତମ ନାୟକ ସାର ବାବୁ ଜଗତ ଜୀବନ ରାମ ଛାତ୍ରାବାସର ଅଧୀକ୍ଷକ, ଅନ୍ୟତମ ଅତିଥି ମନରଞ୍ଜନ ପରିଡା ବରିଷ୍ଠ ସହାୟକ, ପ୍ରେମରେଖା ଭତ୍ରା ଅଗ୍ନିଶିଖା ଛାତ୍ରୀନିବାସ ଯୋଗଦାନ କରି ଅନ୍ତେବାସୀଙ୍କୁ ସ୍ୱାଗତ ଜଣେଇ ଭଲ ପାଠ ପଢି ଉତ୍ତମ ମଣିଷ ହେବାପାଇଁ ଉତ୍ସାହିତ କରିଥିଲେ। ଏହି କାର୍ଯ୍ୟକ୍ରମକୁ ସୁଶାନ୍ତ କୁମାର ମାଝୀ ଅଧୀକ୍ଷକ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଜୟରାମ ପୁଜାରୀ ଶେଷବର୍ଷର ଅନ୍ତେବାସୀ ମଞ୍ଚ ପରିଚାଳନା କରିଥିଲେ। ଏହି ସଭାରେ ୧୨୦ ଜଣ ଛାତ୍ର ଉପସ୍ଥିତ ରହି ଭାବର ଆଦାନ ପ୍ରଦାନ କରିଥିଲେ। ଏହା ପ୍ରଥମ ଥର ପାଇଁ ପାଳନ କରି ପିଲାମାନଙ୍କୁ କଲମ ଓ ଚନ୍ଦନ ଦେଇ ସ୍ୱାଗତ କରାଯାଇଥିଲା। ସଭା ଶେଷରେ ଦଶରଥ ସିନ୍ଧି ଉପସ୍ଥିତ ରହି ଛାତ୍ର ମାନଙ୍କୁ ଛାତ୍ରାବାସର ନିୟମାବଳୀ ବୁଝାଇଥିଲେ। ସଭାଶେଷରେ ପ୍ରତାପ ଧନ୍ୟବାଦ ପ୍ରଦାନ କରିଥିଲେ।
ଗୁଣିଗାରେଡି ସନ୍ଦେହରେ ୬ ଗିରଫ, ବ୍ୟବହୃତ ଖଟୁଲି ସମେତ କାର ଜବତ।
ମାଲକାନଗିରି(କ୍ରୋନିକ ଓଡ଼ିଶା) ମାଲକାନଗିରି ଜିଲ୍ଲା ଓର୍କେଲ ଥାନା ଅନ୍ତର୍ଗତ ଚିତାପାରୀ-୪ ଗ୍ରାମରେ ଗୁଣିଗାରେଡି ସନ୍ଦେହରେ ୬ ଜଣ ବ୍ୟକ୍ତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଓର୍କେଲ ପୋଲିସ। ମିଳିଥିବା ସୂଚନାନୁଯାୟୀ ଚିତାପାରୀ-୪ ଗ୍ରାମରେ ପୂଜା ହେବ ବୋଲି ପ୍ରଶାସନ ପକ୍ଷରୁ…