
ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)ବିଜାପୁରରେ ବଡ଼ ନକ୍ସଲ ଏନକାଉଣ୍ଟର।୧୨ ରୁ ଅଧିକ ନକ୍ସଲ ନିହତ ହୋଇଥିବା ସୂଚନା, ଛତିଶଗଡ ମହାରାଷ୍ଟ୍ର ସୀମା ନିକଟରେ ଭିଷଣ ଏନକାଉଣ୍ଟର।
ବିଜାପୁର ଜିଲ୍ଲାର ମହାରାଷ୍ଟ୍ର ସୀମାନ୍ତ ଜାତୀୟ ଉଦ୍ୟାନ ଅଞ୍ଚଳରେ ନକ୍ସଲ ଏବଂ DRG, STF ଏବଂ ବସ୍ତର ଫାଇଟରଙ୍କ ମିଳିତ ଦଳ ମଧ୍ୟରେ ଏକ ବଡ଼ ଏନକାଉଣ୍ଟର ହୋଇଛି। କୁହାଯାଉଛି ଯେ ଏହି ଏନକାଉଣ୍ଟରରେ ସୈନିକମାନେ ୧୨ରୁ ଅଧିକ ନକ୍ସଲଙ୍କୁ ନିପାତ।
ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପୂର୍ବରୁ, ବିଜାପୁରର ଜାତୀୟ ଉଦ୍ୟାନ ଅଞ୍ଚଳରେ ପୋଲିସ ଏବଂ ନକ୍ସଲ ମଧ୍ୟରେ ଏକ ବଡ଼ ଏନକାଉଣ୍ଟର ହୋଇଥିଲା। ଏହି ଏନକାଉଣ୍ଟରରେ ୧୨ ରୁ ଅଧିକ ନକ୍ସଲ ନିହତ ହୋଇଥିବା ଜଣାପଡ଼ିଛି। ତେବେ, ଏପର୍ଯ୍ୟନ୍ତ, ପୁଲିସ ପକ୍ଷରୁ ଘଟଣାର ସୁନିଶ୍ଚିତ କରାଯାଇ ନାହିଁ।
ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବିଜାପୁର ଜିଲ୍ଲାର ମହାରାଷ୍ଟ୍ର ସୀମାନ୍ତ ଜାତୀୟ ଉଦ୍ୟାନ ଅଞ୍ଚଳରେ ଡିଆରଜି, ଏସଟିଏଫ ଏବଂ ବସ୍ତର ଫାଇଟର ମିଳିତ ଯବାନଙ୍କ ସହ ନକ୍ସଲଙ୍କ ମଧ୍ୟରେ ମୁହାଁମୁହିଁ ଭୀଷଣ ଏନକାଉଣ୍ଟର ହୋଇଛି। ଏହି ଏନକାଉଣ୍ଟରରେ ଯବାନମାନେ ୧୨ରୁ ଅଧିକ ନକ୍ସଲଙ୍କୁ ନିପାତ ହୋଇଥିବା ବେଳେ ୨ ଯବାନ ଆହାତ ଏବଂ ୨ ଯବାନ ସହୀଦ ହୋଇଥିବା ସୂଚନା। ଛତିଶଗଡ଼ର ବିଜାପୁର ଜିଲ୍ଲା ସଂଲଗ୍ନ ମହାରାଷ୍ଟ୍ର ସୀମାନ୍ତରେ ଥିବା ଜାତୀୟ ଉଦ୍ୟାନ ଅଞ୍ଚଳରେ ସକାଳ ଠାରୁ ଏହି ଏନକାଉଣ୍ଟର ଜାରି ରହିଛି।