
ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ବାଲିମେଳା ବିଜ୍ଞାପିତ ଅଞ୍ଚଳ ପରିଷଦ ସ୍ଥାନୀୟ କଲ୍ୟାଣ ମଣ୍ଡପ ଠାରେ ଜିଲ୍ଲାପାଳ ଆଶିଷ ଇଶ୍ଵର ପାଟିଲଙ୍କ ଅଧ୍ୟକ୍ଷତାରେ ଯୁଗ୍ମ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ବାଲିମେଳା ବିଜ୍ଞାପିତ ଅଞ୍ଚଳ ପରିଷଦର ୧୨ ଟି ୱାର୍ଡ ଏବଂ କୋରୁକୋଣ୍ଡା ବ୍ଲକର ବିଭିନ୍ନ ଅଞ୍ଚଳର ଗ୍ରାମବାସୀ ନିଜ ସମସ୍ୟା ଲିଖିତ ଭାବେ ଜିଲ୍ଲାପାଳଙ୍କୁ ଜଣାଇଥିଲେ। ଉକ୍ତ ଜନ ଶୁଣାଣି ଶିବିରରେ ସମସ୍ତ ଜିଲ୍ଲା ସ୍ତରୀୟ ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତ ରହିଥିବା ବେଳେ ୮୪ରୁ ଉର୍ଦ୍ଧ୍ବ ଅଭିଯୋଗର ସମାଧାନ କରାଯାଇଥିଲା। ବିଶେଷ କରି କୌଶଳ ବିକାଶ , ସ୍ବ ରୋଜଗାର ଉପରେ ଗୁରୁତ୍ୱାରୋପ କରାଯାଇଥିବା ବେଳେ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ପକ୍ଷରୁ ଅନାଥ ପିଲାମାନଙ୍କ ଯତ୍ନ ନେବାକାରୀଙ୍କୁ ମାସିକ ୪ ହଜାର ଟଙ୍କା ପ୍ରଦାନ କରାଯିବ ବୋଲି ନିଷ୍ପତି ହୋଇଥିଲା।ତେବେ ଦୀର୍ଘ ବର୍ଷ ଧରି ବାଲିମେଳା ଜଳ ବିଦ୍ୟୁତ କେନ୍ଦ୍ର ପକ୍ଷରୁ ସ୍ୱଚ୍ଛତା ପାଇଁ ଟେଣ୍ଡର ଡକା ଯାଉଥିଲେ ମଧ୍ୟ ଅଞ୍ଚଳରେ ସ୍ବଚ୍ଛତାରେ ଅବହେଳା ଦେଖାଯାଉଛି। ଏଥିନେଇ ଜଳ ବିଦ୍ୟୁତ କେନ୍ଦ୍ର ମୁଖ୍ୟ ସାଧାରଣ ପରିଚାଳକ(ସିଜିଏମ)ଙ୍କ ଉପରେ ଜିଲ୍ଲାପାଳ ଶ୍ରୀ ପାଟିଲ ଅସନ୍ତୋଷ ପ୍ରକାଶ କରିବା ସହ ଅଞ୍ଚଳର ସ୍ବଚ୍ଛତା କାର୍ଯ୍ୟକୁ ଏନଏସିକୁ ହସ୍ତାନ୍ତର କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।ଏହି ଜନ ଶୁଣାଣି ଶିବିରରେ ଉପ ଜିଲ୍ଲାପାଳ ଦୁର୍ଯ୍ୟୋଧନ ଭୋଇ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ତପନ ନାରାୟଣ ରଥ , ପିଡିଡିଆରଡିଏ ନରେଶ ଚନ୍ଦ୍ର ଶବର, ବାଲିମେଳା ଜଳ ବିଦ୍ୟୁତ କେନ୍ଦ୍ର ମୁଖ୍ୟ ସାଧାରଣ ପରିଚାଳକ ଦିଲ୍ଲୀପ କୁମାର ସ୍ବାଇଁ , ଯନ୍ତ୍ରୀ ଦେବେନ୍ଦ୍ର ସାହୁ ,ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସସ୍ମିତା ସ୍ବାଇଁ,ବାଲିମେଳା ଏନଏସି ଅଧ୍ୟକ୍ଷ ପ୍ରଦୀପ କୁମାର ନାୟକ, ଉପାଧକ୍ଷା ରଶ୍ମିତା ବାଙ୍କା, କାଉନସିଲର ଲଷ୍ମୀ ନାରାୟଣ ପଟ୍ଟନାୟକ, ବିମଳ ବେହେରା, ସନ୍ତୋଷ ପଣ୍ଡା, ସୁନିତା ଗୁରୁ, ମଙ୍ଗୁଳି ହିଆଲ,କୋରୁକୋଣ୍ଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅମୁଲ୍ୟ ସାହୁ, ବାଲିମେଳା ଏନଏସିର ନିର୍ବାହୀ ଅଧିକାରୀ ମୁନା ତୁରୁକ ପ୍ରମୁଖ ଉପସ୍ଥିତ ଥିଲେ।