ଧରମପାଲ୍ଲୀ ଆଶ୍ରମ ବିଦ୍ୟାଳୟରେ ଅଷ୍ଟମ ବାର୍ଷିକ କ୍ରୀଡ଼ା ଉତ୍ସବ।

ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ପଞ୍ଚାୟତ ଧରମପାଲ୍ଲୀ ସ୍ଥିତ ଆଶ୍ରମ ବିଦ୍ୟାଳୟରେ ୮ମ ବାର୍ଷିକ କ୍ରୀଡ଼ା ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ପଡିଆ ଗୋଷ୍ଟି ସମ୍ପ୍ରସାରଣ ଅଧିକାରୀ ଯୋତି ପ୍ରକାଶ ବେହେରା ଓ ପଡିଆ ଉଚ୍ଚ ଆଶ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବୁଦୁରା କବାସି ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବର କବିରାଜ ପ୍ରଧାନ,ନିରଞ୍ଜନ ମହାପାତ୍ର,କ୍ଷୀରୋଦ ମହାନ୍ତି,ମୋହନ ପାଙ୍ଗି,ଉମା ଶଙ୍କର ବରମନ ଓ ପ୍ରଭାତ କୁମାର ମହାରଣା ଉପସ୍ଥିତ ଥିଲେ। ସ୍ଥାନୀୟ ଗ୍ରାମ୍ୟ ମନ୍ଦିରରୁ କ୍ରିଡ଼ା ମଶାଲ ପ୍ରଜ୍ଜଳନ କରାଯାଇ ଆଶ୍ରମ ବିଦ୍ୟାଳୟ ପଡ଼ିଆ ପର୍ଯ୍ୟନ୍ତ ଅଣାଯାଇ ବିଧିବଦ୍ଧ ଭାବରେ କ୍ରୀଡ଼ା ଅନୁଷ୍ଠିତ ହୋଇଥିଲା। ଏଥିରେ ବିଦ୍ୟାଳୟର ଛାତ୍ର ଛାତ୍ରୀ ବିଶେଷ କ୍ରୀଡ଼ା କୌଶଳ ପ୍ରଦର୍ଶନ କରିଥିଲେ। ଖେଳକୁଦ ଏକ ମହୌଷଧି ଯାହାକି ଛାତ୍ରଛାତ୍ରୀ ମାନଙ୍କ ଶାରୀରିକ ଓ ବୌଦ୍ଧିକ ବିକାଶର ମାଧ୍ୟମ। ପିଲାଙ୍କର ଶାରୀରିକ ମାନସିକ ପ୍ରାଣିକ ବିକାଶ କରିଥାଏ। ପିଲାମାନେ ପାଠ ସହିତ କ୍ରୀଡ଼ା କସରତ କରିବା ଉଚିତ, ଯାହା ଭବିଷ୍ୟତ ନିର୍ମାଣରେ ଫଳପ୍ରଦ ହେବ ବୋଲି ମୁଖ୍ୟବକ୍ତା ବସନ୍ତ କୁମାର ମହାପାତ୍ର ପ୍ରକାଶ କରିଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଜୟ କୁମାର ପାତ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ମାନେ ନିଜର କ୍ରିଡା ପ୍ରତିଭାର ପ୍ରଦର୍ଶନ କରିଥିଲେ।ପ୍ରତି ବର୍ଷ ଭଳି ଏହି ବିଦ୍ୟାଳୟରେ କ୍ରୀଡା ଉତ୍ସବ ବେଶ ଆଡ଼ମ୍ବରେରେ ପାଳିତ ହୋଇଥିବା ବେଳେ ଗ୍ରାମବାସୀ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଖୁସିର ଲହରୀ ଦେଖିବାକୁ ମିଳିଥିଲା।ଶେଷରେ ମେକ୍କା ଆଶ୍ରମ ବିଦ୍ୟାଳୟର ଶିକ୍ଷକ ପ୍ରସନ୍ନ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।ଏହି କ୍ରୀଡା ଉତ୍ସବରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ କର୍ମଚାରୀ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସୁପରିଚାଳନା କରିଥିଲେ।

  • Related Posts

    ସାହସିକତାର ଏକ ଉଦାହରଣ: କାରେଗୁଟ୍ଟା ଅପରେସନରେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ସାଗର ବୋରାଡେ ହରାଇଲେ ବାମ ଗୋଡ।

    ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)କାରେଗୁଟ୍ଟା ଅପରେସନ୍ ମଧ୍ୟରେ ଯେତେବେଳେ ଜଣେ ସାଥି ଯବାନ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଗୁରୁତର ଆହତ ହୋଇଥିଲେ ସେତେବେଳେ ସାଗର ବୋରାଡେ କମାଣ୍ଡାଣ୍ଟଙ୍କ ନିର୍ଦ୍ଦେଶକୁ ଖାତିର ନକରି ଆହତ ଯବାନଙ୍କୁ ସୁରକ୍ଷିତ ସ୍ଥାନକୁ ନେବାକୁ ଚେଷ୍ଟା କରୁଥିବା ସମୟରେ ଆଉ…

    ନକ୍ସଲପନ୍ଥିଙ୍କ ଶ୍ମଶାନ ପାଲଟିଲା କରେଗୁଟ୍ଟା ପାହାଡ – ଯବାନଙ୍କ ଜୋରଦାର ଆକ୍ରମଣ ; ୨୦ ରୁ ଉର୍ଦ୍ଧ୍ୱ ନକ୍ସଲ ନିପାତ।

    ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)ମାଲକାନଗିରି ସୀମାନ୍ତ ଛତିଶଗଡ଼ ରାଜ୍ୟର ବିଜାପୁର ଜିଲ୍ଲା ଏବଂ ତେଲେଙ୍ଗାନା ସୀମାବର୍ତ୍ତି କରେଗୁଟ୍ଟା ପାହାଡ଼ରେ ଚାଲିଥିବା ବୃହତ୍ତର ନକ୍ସଲ ଅପରେସନର ୧୬ତମ ଦିନରେ ସୁରକ୍ଷା ବାହିନୀ ଏପର୍ଯ୍ୟନ୍ତ ସବୁଠାରୁ ବଡ଼ ସଫଳତା ହାସଲ କରିଛି। ବୁଧବାର ସକାଳେ ହୋଇଥିବା…

    Leave a Reply

    Your email address will not be published. Required fields are marked *

    You cannot copy content of this page