ନୀତି ଆୟୋଗ ବିଦ୍ୟାଳୟର ଦୁଇଦିନିଆ FLN ଓ ପ୍ରାରମ୍ଭିକ ସ୍ତର ତାଲିମ ଅନୁଷ୍ଠିତ।

ମାଲକାନଗିରି(କ୍ରୋନିକ ଓଡ଼ିଶା)ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ମାଲକାନଗିରି ପରିସରରେ ଥିବା FLC ହଲ୍ ରେ ନୀତି ଆୟୋଗ ଦ୍ୱାରା ପୋଷ୍ୟ, ଜିଲ୍ଲାର ୧୦୦ ଟି ବିଦ୍ୟାଳୟର ଶହେ ଜଣ FLN Grade ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କୁ ନେଇ ଦୁଇଦିନିଆ ତାଲିମ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି।ଦୁଇଟି ପର୍ଯ୍ୟାୟରେ ୧୦୦ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଏହି ତାଲିମ ଗ୍ରହଣ କରିବେ।ପ୍ରାରମ୍ଭରେ ଅତିରିକ୍ତ ଜିଲ୍ଲାପାଳ, ମାଲକାନଗିରି ସୋମନାଥ ପ୍ରଧାନ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିବା ବେଳେ ଜିଲ୍ଲା ଶିକ୍ଷାଧିକାରୀ ବିଶ୍ୱନାଥ ସାହୁ ଓ ଅତିରିକ୍ତ ଜିଲ୍ଲାମଙ୍ଗଳ ଅଧିକାରୀ ସୁମନ୍ତ କୁମାର ମାଝୀ ଉପସ୍ଥିତ ଥିଲେ। ଅତିରିକ୍ତ ଜିଲ୍ଲାପାଳ ମହୋଦୟ ଶିକ୍ଷକ/ଶିକ୍ଷୟିତ୍ରୀମାନଙ୍କୁ ଛାତ୍ରଛାତ୍ରୀ ମାନଙ୍କ ଶିକ୍ଷଣର ଅଗ୍ରଗତି କରିବା ପାଇଁ ଉପଦେଶ ଦେଇଥିଲେ।ଜିଲ୍ଲା ଶିକ୍ଷାଧିକାରୀ ଭାଷା ଶିକ୍ଷଣର ବିଭିନ୍ନ ଉପାୟ ସଂପର୍କରେ ଆଲୋଚନା କରିଥିଲେ।ଏହି ତାଲିମରେ ପ୍ରଥମ ଦିନ ଭାଷା ଶିକ୍ଷଣ ଓ ଦ୍ୱିତୀୟ ଦିନ ଗଣିତ ଶିକ୍ଷଣ ସଂପର୍କରେ ତାଲିମ ଦିଆଯିବ। ଏହି ଅବସରରେ ପ୍ରଥମ ଥର ପାଇଁ ବିଦ୍ୟାଳୟ ମାନଙ୍କୁ ଯୋଗାଇ ଦେବାକୁ ଥିବା ୱାନ୍-ଟୁ-ୱ୍ୱାନ୍ କରେସ୍ ପଣ୍ଡେନ୍ସ ଇଣ୍ଟରାକ୍ଟିଭ ସ୍ମାର୍ଟ ଆଣ୍ଡ୍ରୟଡ୍ ବୋର୍ଡ ଟେବୁଲର୍ (One-to-one Interactive Correspondence Board Table) ଉଦଘାଟନ ମଧ୍ୟ କରାଯାଇଥିଲା।ଏହି ତାଲିମରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀମାନେ ଅଭିନୟ, ସଂଳାପ କଥନ, କବିତା ଲିଖନ, ଶିକ୍ଷଣ ସାମଗ୍ରୀ ପ୍ରଦର୍ଶନ, ଶିକ୍ଷଣ କାର୍ଯ୍ୟ ପ୍ରଦର୍ଶନ ଆଦି କାର୍ଯ୍ୟ କରିଥିଲେ। ସାଧନ କର୍ମୀ ରୂପେ ଶିକ୍ଷକ ପ୍ରମୋଦ କୁମାର ସେନାପତି, ସୁରେନ୍ଦ୍ର ସାହୁ, ଜୟନ୍ତ ପୋଇ, ପ୍ରମୋଦ କୁମାର ବାରିକ, ରାମପ୍ରସାଦ ପାଢୀ, ପ୍ରମୋଦ ଦାସ, ଅଶୋକ ହାଲଦାର ଓ ରାମକୃଷ୍ଣ ପାଢୀ ଯୋଗ ଦେଇ ଶ୍ରେଣୀ ପରିଚାଳନା କରିଥିଲେ।ଏହି କାର୍ଯ୍ୟକ୍ରମରେ ପିରାମିଲ୍ ଫାଉଣ୍ଡେସନର ଜିଲ୍ଲା ସଂଯୋଜକ ଉପସ୍ଥିତ ଥିଲେ ଓ ଜିଲ୍ଲା ଆଦିବାସୀ ଶିକ୍ଷା ତଥା ଶୈକ୍ଷିକ ସଂଯୋଜକ ଶେଷ ଶଙ୍କର ମହାଳିକ ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ। ଜିଲ୍ଲା ପ୍ରକଳ୍ପ କାର୍ଯ୍ୟାଳୟର ସୀତାରାମ ଗୌଡ, ସତ୍ୟବ୍ରତ ମିଶ୍ର ଓ ଶିକ୍ଷକ କାଳୁ ଚରଣ ମହାରଣା ସହଯୋଗ କରିଥିଲେ।ଏହି ତାଲିମ କାର୍ଯ୍ୟକ୍ରମ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଜଣାପଡିଛି।

  • Related Posts

    ସାହସିକତାର ଏକ ଉଦାହରଣ: କାରେଗୁଟ୍ଟା ଅପରେସନରେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ସାଗର ବୋରାଡେ ହରାଇଲେ ବାମ ଗୋଡ।

    ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)କାରେଗୁଟ୍ଟା ଅପରେସନ୍ ମଧ୍ୟରେ ଯେତେବେଳେ ଜଣେ ସାଥି ଯବାନ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଗୁରୁତର ଆହତ ହୋଇଥିଲେ ସେତେବେଳେ ସାଗର ବୋରାଡେ କମାଣ୍ଡାଣ୍ଟଙ୍କ ନିର୍ଦ୍ଦେଶକୁ ଖାତିର ନକରି ଆହତ ଯବାନଙ୍କୁ ସୁରକ୍ଷିତ ସ୍ଥାନକୁ ନେବାକୁ ଚେଷ୍ଟା କରୁଥିବା ସମୟରେ ଆଉ…

    ନକ୍ସଲପନ୍ଥିଙ୍କ ଶ୍ମଶାନ ପାଲଟିଲା କରେଗୁଟ୍ଟା ପାହାଡ – ଯବାନଙ୍କ ଜୋରଦାର ଆକ୍ରମଣ ; ୨୦ ରୁ ଉର୍ଦ୍ଧ୍ୱ ନକ୍ସଲ ନିପାତ।

    ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)ମାଲକାନଗିରି ସୀମାନ୍ତ ଛତିଶଗଡ଼ ରାଜ୍ୟର ବିଜାପୁର ଜିଲ୍ଲା ଏବଂ ତେଲେଙ୍ଗାନା ସୀମାବର୍ତ୍ତି କରେଗୁଟ୍ଟା ପାହାଡ଼ରେ ଚାଲିଥିବା ବୃହତ୍ତର ନକ୍ସଲ ଅପରେସନର ୧୬ତମ ଦିନରେ ସୁରକ୍ଷା ବାହିନୀ ଏପର୍ଯ୍ୟନ୍ତ ସବୁଠାରୁ ବଡ଼ ସଫଳତା ହାସଲ କରିଛି। ବୁଧବାର ସକାଳେ ହୋଇଥିବା…

    Leave a Reply

    Your email address will not be published. Required fields are marked *

    You cannot copy content of this page