୧୦ ବର୍ଷ ପୁର୍ତ୍ତିରେ ବେଟି ବଚାଓ ଓ ବେଟି ପଢାଓ କାର୍ଯ୍ୟକ୍ରମ ଉଦଘାଟିତ।

ମାଲକାନଗିରି, ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)୧୦ ବର୍ଷ ପୁର୍ତ୍ତି ଉପଲକ୍ଷେ ଜିଲ୍ଲା ସ୍ତରୀୟ ବେଟି ବଚାଓ ଓ ବେଟି ପଢ଼ାଓ କାର୍ଯ୍ୟକ୍ରମ ଉଦ୍ଘାଟିତ ହୋଇଯାଇଛି।ମାଲକାନଗିରି ଜିଲ୍ଲା ମହିଳା ଓ ଶିଶୁ ବିକାଶ ବିଭାଗ ଓ ଜିଲ୍ଲା ପ୍ରଶାସନ ମାଲକାନଗିରିର ମିଳିତ ଅନୁକୂଲ୍ୟରେ ୧୦ ବର୍ଷ ପୁର୍ତ୍ତି ଉପଲକ୍ଷେ ଜିଲ୍ଲା ସ୍ତରୀୟ ବେଟି ବଚାଓ ଓ ବେଟି ପଢ଼ାଓ କାର୍ଯ୍ୟକ୍ରମ ଓ ଜାତୀୟ ଶିଶୁ କନ୍ୟା ଦିବସ ୨୦୨୫ ଉଦ୍ଘାଟିତ ହୋଇଯାଇଅଛି। ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ଅଗ୍ରଗତି ଓ ଅର୍ଥନୈତିକ, ରାଜନୈତିକ ଓ ସାମାଜିକ ପ୍ରଗତିରେ ଦେଶ ଓ ପ୍ରଦେଶ ମାନଙ୍କରେ ଅନେକ ପରିବର୍ତନ ଆସିଥିଲେମଧ୍ୟ ନାରୀଶିକ୍ଷା ଓ ସାମାଜିକ ବ୍ୟବସ୍ଥା ମଧ୍ୟରେ ନାରୀର ଗୁରୁତ୍ୱ କେଉଁଠି ନା କେଉଁଠି ଅନେକ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଏଥିପାଇଁ ବ୍ୟବସ୍ଥାଗତ ପରିବର୍ତନ ଓ ଝିଅ ମାନଙ୍କପାଇଁ ସୁଯୋଗସୃଷ୍ଟିକରିବାର ଆହ୍ୱାନ ନେଇ ଜିଲ୍ଲା ସ୍ତରୀୟ ବେଟି ବଚାଓ ଓ ବେଟି ପଢ଼ାଓ କାର୍ଯ୍ୟକ୍ରମ ଓ ଜାତୀୟ ଶିଶୁ କନ୍ୟା ଦିବସ ୨୦୨୫ ଉପଲକ୍ଷେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଜିଲ୍ଲାର ବିଭିନ୍ନ ଶିକ୍ଷା ଅନୁଷ୍ଠାନରୁ ଆସିଥିବା ୩୫୦ ରୁଅଧିକ କିଶୋରୀ, ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କୁ ନେଇ ଜିଲ୍ଲାସଦର ମହୁକୁମାସ୍ଥିତ ସଂସ୍କୃତି ଭବନ ସମ୍ବିଳନୀ କକ୍ଷରେ ଏକ ସଚେତନତା ଭିତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ପ୍ରାତଃ ୮ ଘଂଟିକା ସମୟରେ ସମ୍ମାନୀୟ ଜିଲ୍ଲାପାଳ ମାଲକାନଗିରିଙ୍କ କାର୍ଯ୍ୟାଳୟରୁ ଏକ ବିଶାଳ ପଦଯାତ୍ରା ୨୫୦ ରୁ ଅଧିକ ଛାତ୍ରୀ ମାନଙ୍କୁ ନେଇ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ବେଦବର ପ୍ରଧାନଙ୍କ କରକମଳରେ ଉଦ୍ଘାଟିତହୋଇ ଜିଲ୍ଲା ସଂସ୍କୃତି ଭବନ ପର୍ଯ୍ୟନ୍ତ ଆସିଥିଲା।ଏହି ଉପଲକ୍ଷେ ଜିଲ୍ଲାର ମାନ୍ୟଗଣ୍ୟ ବ୍ୟକ୍ତି, ନିମନ୍ତ୍ରିତ ଅତିଥି ଓ ଛାତ୍ରୀ ମାନଙ୍କର ଏକ ଦସ୍ତଖତ ଅଭିଯାନ କାର୍ଯ୍ୟକ୍ରମର ବ୍ୟବସ୍ତା କରାଯାଇଥିଲା। ଏହି ଉପଲକ୍ଷେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ଯୁବ ବିଧାୟକ ମାଲକାନଗିରି ଶ୍ରୀଯୁକ୍ତ ନରସିଂହ ମାଡକାମୀ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥିଭାବେ ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ମାଲକାନଗିରି ଶ୍ରୀଯୁକ୍ତ ସୋମନାଥ ପ୍ରଧାନ , ଅତିରିକ୍ତ ଜିଲ୍ଲାପାଳ(ରାଜସ୍ବ ) ମାଲକାନଗିରି ଶ୍ରୀଯୁକ୍ତ ବେଦବର ପ୍ରଧାନ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ନରେଶ ଚନ୍ଦ୍ର ଶବର, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସି.ଏଚ. ଜଗନ୍ନାଥ ରାଓ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସୁଶ୍ରୀ ତେରେସ୍କୋଭା ମଲ୍ଲିକ, ଶିଶୁ ମଙ୍ଗଳ ସମିତିର ଅଧକ୍ଷ୍ୟା ଶ୍ରୀମତୀ ସଂଯୁକ୍ତା ପ୍ରଧାନ ଯୋଗଦାନ କରି ବାଳିକା ମାନଙ୍କର ଶିକ୍ଷା, ସ୍ୱାସ୍ଥ୍ୟ , ସୁରକ୍ଷା, ଉନ୍ନତି ଓ ସହଭାଗିତା ପାଇଁ ସମସ୍ତସ୍ତରରେ ପ୍ରୋତ୍ସାହନ, ସହଯୋଗିତା, ସରକାରୀ ଉଦ୍ୟମ ଓ ରାଜନୈତିକ ପୃଷ୍ଟପୋଷକତାର ଆବଶ୍ୟକତା ସଂଗେସଂଗେ ସାମାଜିକ ଭିତିଭୂମି ଓ ମାନସିକତାର ଜରୁରୀ ବୋଲି ମତବ୍ୟକ୍ତ କରିଥିଲେ। ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ ନାରାୟଣ ଦାସ ସଭା ପରିଚାଳନା କରିଥିଲେ। ଜିଲ୍ଲାର ବିଭିନ୍ନ ଶିକ୍ଷ୍ୟା ଅନୁଷ୍ଠାନରୁ ଆସିଥିବା କିଶୋରୀ ମାନଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ଦଶମ ଓ ଦ୍ଵାଦଶ ଶ୍ରେଣୀ ପରୀକ୍ଷାର ସର୍ବୋଚ୍ଚ ନମ୍ବରରଖି ଉତୀର୍ଣ୍ଣ ହୋଇଥିବା ୬ ଜଣ କିଶୋରୀ, ଜାତୀୟ ଓ ରାଜ୍ୟ ସ୍ତରୀୟ କ୍ରୀଡାରେ କୃତିତ୍ୱ ହାସଲ କରିଥିବା ୦୩ ଜଣ କିଶୋରୀ ଓ ସାମାଜିକ ବ୍ୟବସ୍ଥାର ପରିବର୍ତନର ଆହ୍ୱାନକୁ ସଫଳତାରସହ ସାମ୍ନା କରିଥିବା ୦୩ ଜଣ କିଶୋରୀଙ୍କୁ ପ୍ରତେକକରି ୫୦୦୦ କରି ଆର୍ଥିକ ପୁରସ୍କାର ପ୍ରଦାନ କରାଯାଇଥିଲା। ଜିଲ୍ଲାରେ ନାରୀ ଶିକ୍ଷାର ଅଗ୍ରଗତି, ବାଲ୍ୟ ବିବାହର ପ୍ରତିରୋଧ, ଶିଶୁ ଶ୍ରମିକ ପ୍ରଥାର ଉଛେଦ ଓ ଜିଲ୍ଲାର ପ୍ରତେକ ଗ୍ରାମ ପଞ୍ଚାୟତକୁ ଶିଶୁ ସୁଲଭ କରିବାର ବାର୍ତାଦେଇ, କାର୍ଯ୍ୟକ୍ରମକୁ ପରିସମାପ୍ତି ଘୋଷଣା କରାଯାଇଥିଲା।ଏହି କାର୍ଯ୍ୟ କ୍ରମକୁ ସଫଳ କରିବାପାଇଁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ସମସ୍ତ କର୍ମକର୍ତା, ସମାଜ ମଙ୍ଗଳ ଅଧିକାରୀଙ୍କ ବିଭାଗର ସମସ୍ତ ପଦାଧିକାରୀ, ଶିଶୁ ମଙ୍ଗଳ ସମିତିର ସମସ୍ତ ସଦସ୍ୟ, ଶିଶୁ ଗୃହର କର୍ମକର୍ତା, ପର୍ଯ୍ୟ ବେକ୍ଷଣ ଓ ସ୍ଵଂତନ୍ତ୍ର ଆବାସର ଅଧିକ୍ଷକ ଓ ଶିଶୁ ସହାୟକ ନମ୍ବରର ସମସ୍ତ କର୍ମକର୍ତା ଓ ଜିଲ୍ଲାର ବିଭିନ୍ନ ଖବର ସରବରାହ ଅନୁଷ୍ଠାନର ଅଧିକାରୀ ବୃନ୍ଦ ଯୋଗ ଦେଇଥିଲେ।

  • Related Posts

    ସାହସିକତାର ଏକ ଉଦାହରଣ: କାରେଗୁଟ୍ଟା ଅପରେସନରେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ସାଗର ବୋରାଡେ ହରାଇଲେ ବାମ ଗୋଡ।

    ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)କାରେଗୁଟ୍ଟା ଅପରେସନ୍ ମଧ୍ୟରେ ଯେତେବେଳେ ଜଣେ ସାଥି ଯବାନ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଗୁରୁତର ଆହତ ହୋଇଥିଲେ ସେତେବେଳେ ସାଗର ବୋରାଡେ କମାଣ୍ଡାଣ୍ଟଙ୍କ ନିର୍ଦ୍ଦେଶକୁ ଖାତିର ନକରି ଆହତ ଯବାନଙ୍କୁ ସୁରକ୍ଷିତ ସ୍ଥାନକୁ ନେବାକୁ ଚେଷ୍ଟା କରୁଥିବା ସମୟରେ ଆଉ…

    ନକ୍ସଲପନ୍ଥିଙ୍କ ଶ୍ମଶାନ ପାଲଟିଲା କରେଗୁଟ୍ଟା ପାହାଡ – ଯବାନଙ୍କ ଜୋରଦାର ଆକ୍ରମଣ ; ୨୦ ରୁ ଉର୍ଦ୍ଧ୍ୱ ନକ୍ସଲ ନିପାତ।

    ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)ମାଲକାନଗିରି ସୀମାନ୍ତ ଛତିଶଗଡ଼ ରାଜ୍ୟର ବିଜାପୁର ଜିଲ୍ଲା ଏବଂ ତେଲେଙ୍ଗାନା ସୀମାବର୍ତ୍ତି କରେଗୁଟ୍ଟା ପାହାଡ଼ରେ ଚାଲିଥିବା ବୃହତ୍ତର ନକ୍ସଲ ଅପରେସନର ୧୬ତମ ଦିନରେ ସୁରକ୍ଷା ବାହିନୀ ଏପର୍ଯ୍ୟନ୍ତ ସବୁଠାରୁ ବଡ଼ ସଫଳତା ହାସଲ କରିଛି। ବୁଧବାର ସକାଳେ ହୋଇଥିବା…

    Leave a Reply

    Your email address will not be published. Required fields are marked *

    You cannot copy content of this page