ଜିଲ୍ଲା ଉନ୍ନୟନ ସମନ୍ଵୟ ଓ ପର୍ଯ୍ୟାଲୋଚନା କମିଟି(ଦିଶା) ବୈଠକ , ରେଳ ପ୍ରକଳ୍ପ କାର୍ଯ୍ୟକୁ ତ୍ଵରାନିତ ଉପରେ ଗୁରୁତ୍ବ।

ମାଲକାନଗିରି(କ୍ରୋନିକ ଓଡ଼ିଶା)ବିଭିନ୍ନ ଗ୍ରାମୀଣ ଉନ୍ନୟନ କାର୍ଯ୍ୟକ୍ରମର ସମନ୍ଵୟ ଓ ପର୍ଯ୍ୟାଲୋଚନା ନିମନ୍ତେ ଗଠିତ କମିଟି (ଦିଶା) ର ଏକ ବୈଠକ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ନବରଙ୍ଗପୁର ଲୋକସଭା ସାଂସଦ ଈଂ ବଳଭଦ୍ର ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ମାଲକାନଗିରି ବିଧାୟକ ନରସିଂହ ମାଡକାମୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରୀ ତାଙ୍ଗୁଲ, ଚିତ୍ରକୋଣ୍ଡା ବିଧାୟକ ପ୍ରତିନିଧି ଗୋବିନ୍ଦ ପାତ୍ର, ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ, ବନଖଣ୍ଡ ଅଧିକାରୀ ପ୍ରତାପ କଟ୍ଟାପଲ୍ଲୀ, ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ବେଦବର ପ୍ରଧାନ ଓ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ନରେଶ ଚନ୍ଦ୍ର ଶବର ପ୍ରମୁଖ ମଞ୍ଚାସୀନ ଥିଲେ। ବିଭିନ୍ନ କାର୍ଯ୍ୟର ଅଗ୍ରଗତିକୁ ନେଇ ସାଂସଦ ସମୀକ୍ଷା କରିବା ସହ ଚାଲୁଥିବା କାର୍ଯ୍ୟ ଗୁଡ଼ିକୁ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଶେଷ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି। ମାଲକାନଗିରି ଭଳି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ଆତ୍ମ ନିର୍ଭର ଭାରତ ଓ ୨୦୪୭ ସୁଦ୍ଧା ବିକଶିତ ଭାରତର ସ୍ବପ୍ନକୁ ସାକାର କରିବା ପାଇଁ ଶିକ୍ଷା ଓ ସ୍ଵାସ୍ଥ୍ୟ ଭଳି ଅନେକ କ୍ଷେତ୍ରରେ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି ବୋଲି ସାଂସଦ ଶ୍ରୀମାଝୀ ଗୁରୁତ୍ଵାରୋପ କରିଛନ୍ତି। ଅନ୍ତତଃ ଦୁଇ ଦିନ ବ୍ୟବଧାନରେ ମନରେଗା ଶ୍ରମିକଙ୍କୁ ମଜୁରୀ ଦେବାର ବ୍ୟବସ୍ଥା ହେଲେ ଜିଲ୍ଲାର ଦାଦନ ହାର କମିବ ବୋଲି ସେ ମତବ୍ୟକ୍ତ କରିଛନ୍ତି। ସାଂସଦ ଶ୍ରୀମାଝୀ ରେଳ ପ୍ରକଳ୍ପ କାର୍ଯ୍ୟକୁ ତ୍ଵରାନିତ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।ବୈଠକରେ ପ୍ରତି ଘରକୁ ବିଜୁଳି ସଂଯୋଗୀକରଣ, ପାନୀୟ ଜଳ, କୃଷି, ଜଳ ସେଚନ, ପଶୁ ପାଳନ ସହ ଦୁଗ୍ଧ ଓ ମାଛ ଉତ୍ପାଦନ କ୍ଷେତ୍ରରେ ସ୍ବାବଲମ୍ବୀ ହେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଗ୍ରାମାଂଚଳର ସ୍ଵାସ୍ଥ୍ୟ ସେବା ଓ ଶିକ୍ଷା ବ୍ୟବସ୍ଥାରେ ଗୁଣାତ୍ମକ ମାନ ବୃଦ୍ଧି ନିମନ୍ତେ ବିଭାଗୀୟ ଅଧିକାରୀଙ୍କୁ କୁହାଯାଇଛି। ରେଞ୍ଜ ଅନୁସାରେ ଜିଲ୍ଲାର ଜଙ୍ଗଲ ଗୁଡ଼ିକର ସର୍ଭେ କରି ରିପୋର୍ଟ ପ୍ରଦାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ପ୍ରଧାନମନ୍ତ୍ରୀ ଜନ କଲ୍ୟାଣ ଯୋଜନା, ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ଯୋଜନା, ସୁକନ୍ୟା, ଲକ୍ଷପତି ଦିଦି, ଅଟଳ ପେନସନ ଓ ମୁଦ୍ରା ଯୋଜନା ବିଷୟରେ ଆଲୋଚନା କରାଯାଇ କିଭଳି ଏହା ବିଷୟରେ ସମସ୍ତେ ଅବଗତ ହୋଇ ଏହାର ଲାଭ ଉଠାଇ ପାରିବେ ସେନେଇ ଆଲୋଚନା କରାଯାଇଛି। ଅପହଞ୍ଚ ଗ୍ରାମ ଗୁଡିକୁ ସଡ଼କ ପଥ ମାଧ୍ୟମରେ ଯୋଡିବା ପାଇଁ ଗୁରୁତ୍ଵାରୋପ କରାଯାଇଛି। ସେହିପରି ନୂତନ ଶିକ୍ଷା ନୀତି ଆଧାରରେ ସମସ୍ତ ବିଦ୍ୟାଳୟରେ ଆନୁଷଙ୍ଗିକ ବ୍ୟବସ୍ଥା କରିବା ପାଇଁ କୁହାଯାଇଛି।ପ୍ରତ୍ୟେକ ଗ୍ରାମକୁ ବିଜୁଳି ସେବା କିଭଳି ଯୋଗାଇ ଦିଆଯିବ ସେଥି ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି। ପ୍ରତ୍ୟେକ ଗ୍ରାମରେ ମୋବାଇଲ ନେଟୱର୍କ ସେବାକୁ ସୁନିଶ୍ଚିତ କରିବା ପାଇଁ ମଧ୍ଯ ଆଲୋଚନା କରାଯାଇଥିଲ।ସାଂସଦଙ୍କ ନିର୍ଦ୍ଦେଶ ପ୍ରକାରେ ସମସ୍ତ ଉନ୍ନୟନ ମୂଳକ କାର୍ଯ୍ୟ ଓ ଯୋଜନା ଗୁଡିକ ତୃଣମୂଳ ସ୍ତରରେ ପହଞ୍ଚାଇବା ନିମନ୍ତେ ସମସ୍ତ ବିଭାଗ ପଦକ୍ଷେପ ନେବେ ବୋଲି ଜିଲ୍ଲାପାଳ କହିଛନ୍ତି। ଅନ୍ୟ ମାନଙ୍କ ମଧ୍ୟରେ ଉପ ଜିଲ୍ଲାପାଳ ଦୁର୍ଯ୍ୟୋଧନ ଭୋଇ ଓ ଜିଲ୍ଲାର ସମସ୍ତ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ।ଶେଷରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଧନ୍ୟବାଦ ଅର୍ପଣ କରିଥିଲେ।

  • Related Posts

    ମାଲକାନଗିରିରେ ପାଳନ ହେଲା ଜାତୀୟ ମତଦାତା ଦିବସ।

    ମାଲକାନଗିରି(କ୍ରୋନିକ ଓଡ଼ିଶା)ଜିଲ୍ଲା ପ୍ରଶାସନ ପକ୍ଷରୁ ସଦରମହକୁମାରେ ୧୫ତମ ଜାତୀୟ ମତଦାତା ଦିବସ ପାଳନ କରାଯାଇଛି। ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ସଂସ୍କୃତି ଭବନ ପର୍ଯ୍ୟନ୍ତ ଏକ ୱାକାଥନ ଆୟୋଜନ କରାଯାଇଛି। ଏହାକୁ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ତଥା ଅତିରିକ୍ତ ଜିଲ୍ଲା…

    ଜିଲ୍ଲାସ୍ତରୀୟ ଜାତୀୟ ବାଳିକା ଶିଶୁ ଦିବସ ୨୦୨୫ ପାଳିତ।

    ମାଲକାନଗିରି(କ୍ରୋନିକ ଓଡ଼ିଶା)ସମଗ୍ର ଶିକ୍ଷା, ମାଲକାନଗିରି ଗଣଶିକ୍ଷା ବିଭାଗ ତରଫରୁ ଜିଲ୍ଲାସ୍ତରୀୟ ଜାତୀୟ ବାଳିକା ଶିଶୁ ଦିବସ ସରକାରୀ କସ୍ତୁରବା ଗାନ୍ଧୀ ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ମହା ସମାରୋହରେ ପାଳିତ ହୋଇଯାଇଅଛି । କାର୍ଯ୍ୟକ୍ରମ ଉଦ୍ ଘାଟନ ସମାରୋହରେ ଅତିଥି…

    Leave a Reply

    Your email address will not be published. Required fields are marked *

    You cannot copy content of this page