ମାଲ୍ୟାବନ୍ତ ସ୍ବେଚ୍ଛାସେବୀ ସଂଗଠନ ଦ୍ବାରା ଭିନ୍ନକ୍ଷମଙ୍କୁ ସଚେତନତା ଓ ଶିତ ବସ୍ତ୍ର ବଣ୍ଟନ।

ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ବାଲିମେଳା ବିଜ୍ଞାପିତ ଅଞ୍ଚଳ ପରିଷଦରେ ମାଲ୍ୟବନ୍ତ ସ୍ବେଛାସେବୀ ସଂଗଠନ ପକ୍ଷରୁ ଭିନ୍ନକ୍ଷମ ସଚେତନତା ଓ ଶୀତବସ୍ତ୍ର ପ୍ରଦାନ । ଆଜି ସକାଳ ୧୦ ଘଟିକା ସମୟରେ ମାଲ୍ୟବନ୍ତ ସ୍ବେଛାସେବୀ ସଂଗଠନ ଦ୍ୱରା ଏକ ଭିନ୍ନକ୍ଷମ ସଚେତନତା ସଭା ବାଲିମେଳା ସ୍ଥିତ ଅଫିସର ଲାଇନ ଥିବା ମାଲ୍ୟାବନ୍ତ ସ୍ୱେଚ୍ଛାସେବୀ ସଂସ୍କୃତି ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ବାଲିମେଳା ଜଳ ବିଦ୍ୟୁତ କେନ୍ଦ୍ରର ସାଧାରଣ ପରିଚାଳକ ଇଂ ରାଧାମଧବ ଓତା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ସମିତିର ଉପେଦେଷ୍ଟା ବିଜୟ ପ୍ରଧାନ , କୋରୁକୋଣ୍ଡା ବ୍ଲକ ବିଆରପି ରତିକାନ୍ତ ମହନ୍ତ ଓ ମୁଖ୍ୟ ବକ୍ତା ଭାବେ ଚିତ୍ତରଞ୍ଜନ ନାୟକ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ଆରମ୍ଭ ରେ ଶିଶୁ ମାନଙ୍କ ଦ୍ୱାରା ସ୍ୱାଗତ ବନ୍ଦନା ବଂଶୀ ମାଧ୍ୟମରେ କରାଯାଇଥିଲା ଏହାପରେ ଶ୍ରୀ ମହନ୍ତ କାର୍ଯ୍ୟକ୍ରମ ର ମୁଖ୍ୟ ଉଦେଶ୍ୟ ଉପରେ ଆସିଥିବା ସମସ୍ତ ଦିଵ୍ୟାଙ୍ଗ ମାନଙ୍କୁ ସଚେତନ ବାର୍ତ୍ତା ଦେଇଥିଲେ।କିଭଳି ଭିନ୍ନକ୍ଷମ ମାନେ କିପରି ପ୍ରମାଣପତ୍ର ପାଇବା ସହ ସରକାରଙ୍କ ଜନ ମଙ୍ଗଳାକାରୀ କାର୍ଯ୍ୟ ଗୁଡିକରେ ସାମିଲ ହୋଇପାରିବେ । ଏଥିସହିତ ପ୍ରମାଣ ପତ୍ର ପାଇବା ପାଇଁ ହେଲେ ପ୍ରଥମେ ଅନଲାଇନ କରିବା ଏହାପରେ ପ୍ରତ୍ୟକ ମାସର ପ୍ରଥମ ଓ ତୃତୀୟ ଶନିବାର ଦିନ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଯାଇ ନିଜର ପ୍ରମାଣପତ୍ର ପାଇପାରିବେ ଏବଂ ଏହି ମାସ ୧୯ ତାରିଖରେ କୋରୁକୋଣ୍ଡା ବ୍ଲକ ଓ ବାଲିମେଳା ଏନଏସିରେ ଏକ ଭିର୍ଣ୍ଣକ୍ଷମ ଶିବିର ଆୟୋଜନ ହେବାକୁ ଯାଉଛି ଏବଂ ୭୦ ପ୍ରତିଶତ ରୁ ଉର୍ଦ୍ଧ ଭିର୍ଣ୍ଣକ୍ଷମ ଛାତ୍ରଛାତ୍ରୀଙ୍କ ପାଇଁ ସରକାର ୧୦ ହଜାର ଟଙ୍କା ପ୍ରଦାନ ମଧ୍ୟ କରୁଛନ୍ତି ବୋଲି ସଚେତନ କରାଯାଇଥିଲା । ଶେଷରେ ଅତିଥି ମାନକ ଦ୍ୱାରା ଶୀତବସ୍ତ୍ର ଓ କମ୍ବଳ ବଣ୍ଟନ କରାଯାଇଥିଲା । ସମସ୍ତ କାର୍ଯ୍ୟକ୍ରମକୁ ପ୍ରଦ୍ୟୁମ୍ନ ସ୍ୱାଇଁ ପରିଚାଳନା କରିଥିଲେ ।

  • Related Posts

    ସାହସିକତାର ଏକ ଉଦାହରଣ: କାରେଗୁଟ୍ଟା ଅପରେସନରେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ସାଗର ବୋରାଡେ ହରାଇଲେ ବାମ ଗୋଡ।

    ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)କାରେଗୁଟ୍ଟା ଅପରେସନ୍ ମଧ୍ୟରେ ଯେତେବେଳେ ଜଣେ ସାଥି ଯବାନ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଗୁରୁତର ଆହତ ହୋଇଥିଲେ ସେତେବେଳେ ସାଗର ବୋରାଡେ କମାଣ୍ଡାଣ୍ଟଙ୍କ ନିର୍ଦ୍ଦେଶକୁ ଖାତିର ନକରି ଆହତ ଯବାନଙ୍କୁ ସୁରକ୍ଷିତ ସ୍ଥାନକୁ ନେବାକୁ ଚେଷ୍ଟା କରୁଥିବା ସମୟରେ ଆଉ…

    ନକ୍ସଲପନ୍ଥିଙ୍କ ଶ୍ମଶାନ ପାଲଟିଲା କରେଗୁଟ୍ଟା ପାହାଡ – ଯବାନଙ୍କ ଜୋରଦାର ଆକ୍ରମଣ ; ୨୦ ରୁ ଉର୍ଦ୍ଧ୍ୱ ନକ୍ସଲ ନିପାତ।

    ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)ମାଲକାନଗିରି ସୀମାନ୍ତ ଛତିଶଗଡ଼ ରାଜ୍ୟର ବିଜାପୁର ଜିଲ୍ଲା ଏବଂ ତେଲେଙ୍ଗାନା ସୀମାବର୍ତ୍ତି କରେଗୁଟ୍ଟା ପାହାଡ଼ରେ ଚାଲିଥିବା ବୃହତ୍ତର ନକ୍ସଲ ଅପରେସନର ୧୬ତମ ଦିନରେ ସୁରକ୍ଷା ବାହିନୀ ଏପର୍ଯ୍ୟନ୍ତ ସବୁଠାରୁ ବଡ଼ ସଫଳତା ହାସଲ କରିଛି। ବୁଧବାର ସକାଳେ ହୋଇଥିବା…

    Leave a Reply

    Your email address will not be published. Required fields are marked *

    You cannot copy content of this page