ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ଶିଖପାଲ୍ଲି ପଞ୍ଚାୟତ ସ୍ଥିତ ସହିଦ ଲକ୍ଷ୍ମଣ ନାୟକ ଉଚ୍ଚ ବିଦ୍ୟାଳୟ ଠାରେ ଜିଲ୍ଲା ଶିକ୍ଷା ବିଭାଗ ତରଫରୁ ରେଡ଼କ୍ରସ ସୋସାଇଟି ତରଫରୁ ଜିଲ୍ଲା ସ୍ତରୀୟ ତିନି ଦିନିଆ ଶିକ୍ଷା ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଯାଇଛି, ଏହି ତିନିଦିନିଆ ଜିଲ୍ଲା ସ୍ତରୀୟ ଜୁନିୟର ରେଡ଼କ୍ରସ ଶିକ୍ଷା ପ୍ରଶିକ୍ଷଣ ଶିବିର ଉଦଯାପନୀ ସଭାକୁ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀଯୁକ୍ତ ବିଶ୍ଵନାଥ ସାହୁଙ୍କ ସଭାପତିତ୍ବ କରି ଥିଲାବେଳେ, ମୁଖ୍ୟ ଅତିଥି ଭାବରେ ବିଦ୍ୟାଳୟର ପୂର୍ବତନ ସଭାପତି ମୁକା ମାଡ଼କାମୀ ଯୋଗ ଦେଇଥିଲେ ଅନ୍ୟତମ ମୁଖ୍ୟ ମୁଖ୍ୟବକ୍ତା ଭାବରେ ଯୋଗ ଦେଇଥିଲେ ଜିଲ୍ଲା ଯୁବ ରେଡ଼କ୍ରସ ଆବାହକ ଡଃ ରଂଜନ କୁମାର ସ୍ୱାଇଁ ସମ୍ମାନିତ ଅତିଥି ଭାବେ ପରିଚାଳନା କମିଟି ସଭ୍ୟା ଯମୁନା ରାୟ ଥିଲେ, ତତସହିତ ଜିଲ୍ଲା ଶାରିରିକ ଶିକ୍ଷାଧିକାରୀ କାର୍ତ୍ତିକ ଚନ୍ଦ୍ର ବେହେରା,ଏକ୍ପ ଜୁନିୟର ରେଡ଼କ୍ରସ ଅଧିକାରୀ ରଶ୍ମି ରଂଜନ ଜେନା, ପ୍ରଧାନ ଶିକ୍ଷକ ରମେଶ ମହାରଣା, ଜୁନିୟର ରେଡ଼କ୍ରସ ଅଧିକାରୀ ନିରଞ୍ଜନ ମହାରଣା ପ୍ରମୁଖ ଉପସ୍ଥିତ ଥିଲେ, ଧନ୍ୟବାଦ ଅର୍ପଣ କରିଥିଲେ ଜୁନିୟର ରେଡ଼କ୍ରସ ଶିବିର ସଂଯୋଜକ ଦୀନବନ୍ଧୁ ବେଜ, କାର୍ଯ୍ୟକୁମକୁ ସଂଯୋଜନା କରିଥିଲେ ଜୁନିୟର ରେଡ଼କ୍ରସ ଖଇରିପୁଟ ବ୍ଲକ ସଂଯୋଜକ ଦେବରାଜ ସେଠୀ, ବିଭିନ୍ନ ବିଦ୍ୟାଳୟରୁ ଆସିଥିବା କାଉନସିଲର, ଡ଼ିଆରପି, ଭୋଲେଣ୍ଟିୟର, ସାତଟି ବ୍ଲକର ଡ଼ିଷ୍ଟିଟ କୋର୍ଡ଼ିନେଟର, କନିଷ୍ଠ ରେଡ଼କ୍ରସ ଶିକ୍ଷାର୍ଥୀ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଛାତ୍ରଛାତ୍ରୀ ତତସହିତ ଅଂଚ଼ଳର ଶିକ୍ଷାପ୍ରେମୀ ବୁଦ୍ଧିଜିବୀ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ, ସଂଯୋଜକ ଶ୍ରୀଯୁକ୍ତ ନିରଂଜନ ମହାରଣା ପ୍ରମୁଖ ଉପସ୍ଥିତ ରହିଥିଲେ। ସମସ୍ତେ ସମାଜରେ ଅନ୍ୟର ସେବାର ନିଜକୁ ନିୟୋଜିତ କରିବା ପାଇଁ ପରାମର୍ଶ ଦେଇଥିଲେ। ସାତଟି ବ୍ଲକରୁ ମୋଟ ଶହେ ଏକଚାଳିସିଟି ବିଦ୍ୟାଳରୁ ଜୁନିୟର ଓ କାଉନସିଲର ମିକ ତିନିଶହ ତେପନ ଜଣ ଶିକ୍ଷାର୍ଥୀ ଯୋଗଦାନ କରିଥିବା ଏହି ତିନି ଦିନିଆ ଶିବିରରେ ପ୍ରାଥମିକ ଚିକିତ୍ସା ରକ୍ତଦାନ, ଏଡ୍ସ ନିୟନ୍ତ୍ରଣ, ଜଳବାୟୁ ପରିବର୍ତ୍ତିନ, ଅଗ୍ନି ନିର୍ବାପନ ବିଷୟରେ ତାଲିମ ପ୍ରଦାନ କରାଯାଇଥିଲା। ଆୟୋଜିତ ବିଭିନ୍ନ ପ୍ରତିଯୋଗିତା ଉତ୍ତିର୍ଣ୍ଣ ପ୍ରତିଭାଗୀଙ୍କୁ ଶିକ୍ଷା ଅଧିକାରୀ ପ୍ରଶଂସା ପତ୍ର ପ୍ରଦାନ କରିଥିଲା ବେଳେ କାଉନସିଲ ଏବଂ ଭୋଲେଣ୍ଟିୟର ମାନଙ୍କୁ ଆୟୋଜିତ କାର୍ଯ୍ୟକ୍ରମ ର ସଫଳତା ପାଇଁ ପ୍ରଶଂସା କରିଥିଲେ, କାର୍ଯ୍ୟକ୍ରମ ର ସଫଳ ରୂପାୟନ ପାଇଁ ସହୀଦ ଲକ୍ଷ୍ମଣ ନାୟକ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ଶିକ୍ଷା କର୍ମଚାରୀଙ୍କୁ ଧନ୍ୟବାଦ ଜଣାଇ ସଭା ସାଙ୍ଗ କରିଥିଲେ ।
ବୃତ୍ତିଗତ ମାନ ଉନ୍ନତି ପାଇଁ ହାଇଦ୍ରାବାଦ ଗଲେ ମୁଖ୍ୟମନ୍ତ୍ରୀ ପୁରସ୍କୃତ ପାଞ୍ଚ ଶିକ୍ଷକ ଶିକ୍ଷୟିତ୍ରୀ।
ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲାରୁ ପାଞ୍ଚ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ବୃତ୍ତିଗତ ମାନ ଉନ୍ନତି ତାଲିମ ପାଇଁ ହାଇଦ୍ରାବାଦ ଗଲେ।ଗତ ୨୦୨୩/୨୪ ଶିକ୍ଷା ବର୍ଷରେ ମାଲକାନଗିରି ଜିଲ୍ଲାର ପାଞ୍ଚ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଜିଲ୍ଲା ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇ ଜିଲ୍ଲା ପାଇଁ…