ରାଜ୍ୟ ସ୍ତରୀୟ ପାଣି ପଞ୍ଚାଯତ କୁଇଜ୍ ପ୍ରତିଯୋଗିତାରେ ମାଲକାନଗିରି ଜିଲ୍ଲା ପ୍ରଥମ।

ମାଲକାନଗିରି(କ୍ରୋନିକ ଓଡ଼ିଶା) ମାଲକାନଗିରି ଜିଲ୍ଲା ତଥା ସାରା ରାଜ୍ୟରେ ପାଣି ପଞ୍ଚାୟତ ପକ୍ଷ ପାଳନ ହେଉଛି।ଏହି ପରିପ୍ରେକ୍ଷିରେ ପାଣି ପଞ୍ଚାୟତ ପକ୍ଷପାଳନ ୨୦୨୪-୨୫ ସମଗ୍ର ରାଜ୍ୟରେ ତା. ୨୨.୧୨.୨୦୨୪ ରିଖ ଠାରୁ ତା ୦୫.୦୧.୨୦୨୫ ରିଖ ଯାଏ ବହୁ ଆଡମ୍ବର ସହ କୃଷକ ଓ ବିଭାଗୀୟ କର୍ତ୍ତୃପକ୍ଷଙ୍କ ମିଳିତ ଉଦ୍ୟମରେ ପାଳନ କରାଯାଉଅଛି । ଏହି ଅବସରରେ କୃଷି ଓ କୃଷକଙ୍କ ସଶକ୍ତିକରଣ ନିମନ୍ତେ ପାଣିର ସୁବଣ୍ଟନ କିପରି କରାଯାଇ ପାରିବ ଏବଂ କୃଷି ବ୍ୟବସାୟକୁ ସମୃଦ୍ଧ କରିହେବ ସେନେଇ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ କରାଯାଉଛି। ଏନେଇ ରାଜ୍ୟର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ରାଜ୍ୟ ସ୍ତରୀୟ କୁଇଜ୍ ପ୍ରତିଯୋଗିତା କରାଯାଇଥିଲା। ତେବେ ପ୍ରତିଯୋଗିତାରେ ମାଲକାନଗିରି ଜିଲ୍ଲା ତରଫରୁ ପ୍ରତିନିଧିତ୍ୱ କରୁଥିବା ଛାତ୍ର ପି.ରୋହିତ୍ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଏ ଖବର ପାଇବା ପରେ ପୋଟେରୁ ଜଳସେଚନ ପ୍ରକଳ୍ପ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ପିତବାସ ସେଠୀ ଛାତ୍ର ପି. ରୋହିତଙ୍କୁ ଶୁଭେଚ୍ଛା ଜଣାଇବା ସହ ମାଲକାନଗିରି ଜିଲ୍ଲାରେ ଅନେକ ସମ୍ଭାବନା ରହିଛି ଯଦି ଉପଯୁକ୍ତ ପ୍ରୋତ୍ସାହନ ମିଳେ ତେବେ ରାଜ୍ୟ ତଥା ଜାତୀୟ ସ୍ତରରେ ମାଲକାନଗିରି ଜିଲ୍ଲାର ଅଧିକାଂଶ ଛାତ୍ରଛାତ୍ରୀ ବିଭିନ୍ନ କ୍ଷେତ୍ରରେ ସୁନାମ ଆଣି ପାରିବେ ବୋଲି କହିଛନ୍ତି। ପି.ରୋହିତ୍ ବର୍ତ୍ତମାନ ପଡିଆ ବ୍ଲକ୍ ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଅଧ୍ୟୟନ ରତ। ତାଙ୍କ ପିତା ପି.ତ୍ରିନାଥ ଜଣେ ଦରଜି ଏବଂ ମା ଜଣେ ଗୃହିଣୀ। ଉଭୟ ପିତା ମାତା ରୋହିତଙ୍କ ଏହି ସଫଳତାରେ ଖୁବ୍ ଆନନ୍ଦିତ ହେବା ସହ ରାଜ୍ୟ ସ୍ତରରେ ଜିଲ୍ଲା ପାଇଁ ଗୌରବ ଆଣିଥିବାରୁ ଜିଲ୍ଲାବାସୀ ମଧ୍ୟ ଆନନ୍ଦିତ ଅଛନ୍ତି। ପି. ରୋହିତ୍ ପୂର୍ବରୁ ମଧ୍ୟ ବିଭିନ୍ନ ବ୍ଲକ୍ ଓ ଜିଲ୍ଲା ସ୍ତରୀୟ କୁଇଜ୍ ପ୍ରତିଯୋଗିତା ରେ ଭାଗନେଇ କୃତକାର୍ଯ୍ୟ ହୋଇଛନ୍ତି। ସେଥିପାଇଁ ତାଙ୍କ ପରିବାର ଏବଂ ଜ୍ଞାତି କୁଟୁମ୍ବ ତାଙ୍କର ସଫଳ ଭବିଷ୍ୟତ କାମନା କରିଛନ୍ତି।

  • Related Posts

    ସାହସିକତାର ଏକ ଉଦାହରଣ: କାରେଗୁଟ୍ଟା ଅପରେସନରେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ସାଗର ବୋରାଡେ ହରାଇଲେ ବାମ ଗୋଡ।

    ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)କାରେଗୁଟ୍ଟା ଅପରେସନ୍ ମଧ୍ୟରେ ଯେତେବେଳେ ଜଣେ ସାଥି ଯବାନ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଗୁରୁତର ଆହତ ହୋଇଥିଲେ ସେତେବେଳେ ସାଗର ବୋରାଡେ କମାଣ୍ଡାଣ୍ଟଙ୍କ ନିର୍ଦ୍ଦେଶକୁ ଖାତିର ନକରି ଆହତ ଯବାନଙ୍କୁ ସୁରକ୍ଷିତ ସ୍ଥାନକୁ ନେବାକୁ ଚେଷ୍ଟା କରୁଥିବା ସମୟରେ ଆଉ…

    ନକ୍ସଲପନ୍ଥିଙ୍କ ଶ୍ମଶାନ ପାଲଟିଲା କରେଗୁଟ୍ଟା ପାହାଡ – ଯବାନଙ୍କ ଜୋରଦାର ଆକ୍ରମଣ ; ୨୦ ରୁ ଉର୍ଦ୍ଧ୍ୱ ନକ୍ସଲ ନିପାତ।

    ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)ମାଲକାନଗିରି ସୀମାନ୍ତ ଛତିଶଗଡ଼ ରାଜ୍ୟର ବିଜାପୁର ଜିଲ୍ଲା ଏବଂ ତେଲେଙ୍ଗାନା ସୀମାବର୍ତ୍ତି କରେଗୁଟ୍ଟା ପାହାଡ଼ରେ ଚାଲିଥିବା ବୃହତ୍ତର ନକ୍ସଲ ଅପରେସନର ୧୬ତମ ଦିନରେ ସୁରକ୍ଷା ବାହିନୀ ଏପର୍ଯ୍ୟନ୍ତ ସବୁଠାରୁ ବଡ଼ ସଫଳତା ହାସଲ କରିଛି। ବୁଧବାର ସକାଳେ ହୋଇଥିବା…

    Leave a Reply

    Your email address will not be published. Required fields are marked *

    You cannot copy content of this page