ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ମହାବିଦ୍ୟାଳୟ ରେ ନୂତନ ଭାବେ ନିମିର୍ତ ଗ୍ରନ୍ଥାଗାର ଉଦଘାଟିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାଲକାନଗିରି ବିଧାୟକ ନରସିଂହ ମାଡକାମୀ ଯୋଗ ଦେଇଥିଲେ, ମହାବିଦ୍ୟାଳୟ ଅଧ୍ୟକ୍ଷ ଲିଙ୍ଗରାଜ ମିଶ୍ର ସଭପତିତ୍ବ କରିଥିଲେ l ସମ୍ମାନୀତ ଅତିଥି ଭାବେ ଜିଲା ପରିଷଦ ଅଧ୍ୟକ୍ଷା ସମରୀ ଟlଙ୍ଗୁଲୁ ଯୋଗ ଦେଇଥିଲେ l ରାଷ୍ଟ୍ରୀୟ ଉଚ୍ଚତର ଶିକ୍ଷା ଅଭିଯାନ ସହାୟତାରେ ନିମିର୍ତ ଏହି ଗ୍ରନ୍ଥାଗାରକୁ ଆଜି ଛାତ୍ର ଛାତ୍ରୀ ମାନଙ୍କ ଉଦ୍ଦେଶ୍ୟରେ ଉଦଘାଟନ କରାଯାଇଛି।ଏହି ସଭାରେ ମହାବିଦ୍ୟାଳୟ ରୁସା(RUSA) ସଂଯୋଜକ ଡଃ ରଞ୍ଜନ କୁମାର ସ୍ଵାଇଁ ମଞ୍ଚ ପରିଚାଳନା କରିଥିଲେ l ଅନ୍ୟତମ ସମ୍ମାନୀତ ଅତିଥି ଭାବେ ମହାବିଦ୍ୟାଳୟ ପରିଚାଳନା କମିଟି ସଭାପତି ଡଃ ଉଦୟ ନାଥ ଖରା ଯୋଗ ଦେଇଥିଲେ।ମହାବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ଏବଂ ସମସ୍ତ ଅଧ୍ୟାପକ , ଅଧ୍ୟାପିକା , ସହକାରୀ କର୍ମଚାରୀ ଏହି ସଭାରେ ଉପସ୍ଥିତ ରହି ସହଯୋଗ କରିଥିଲେ l ସଭା ଶେଷରେ ମଧ୍ୟାହ୍ନ ଭୋଜନର ଆୟୋଜନ କରାଯାଇଥିଲା l
ବୃତ୍ତିଗତ ମାନ ଉନ୍ନତି ପାଇଁ ହାଇଦ୍ରାବାଦ ଗଲେ ମୁଖ୍ୟମନ୍ତ୍ରୀ ପୁରସ୍କୃତ ପାଞ୍ଚ ଶିକ୍ଷକ ଶିକ୍ଷୟିତ୍ରୀ।
ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲାରୁ ପାଞ୍ଚ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ବୃତ୍ତିଗତ ମାନ ଉନ୍ନତି ତାଲିମ ପାଇଁ ହାଇଦ୍ରାବାଦ ଗଲେ।ଗତ ୨୦୨୩/୨୪ ଶିକ୍ଷା ବର୍ଷରେ ମାଲକାନଗିରି ଜିଲ୍ଲାର ପାଞ୍ଚ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଜିଲ୍ଲା ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇ ଜିଲ୍ଲା ପାଇଁ…