ଜାତୀୟ ଗ୍ରାମୀଣ ପ୍ରତିଭା ଛାତ୍ରବୃତ୍ତିରେ ସୂର୍ୟାସ୍ନାତା ଜିଲ୍ଲା ଟପ୍ପର।

ମାଲକାନଗିରି(କ୍ରୋନିକ ଓଡ଼ିଶା) ଜାତୀୟ ଗ୍ରାମୀଣ ପ୍ରତିଭା ଛାତ୍ରବୃତ୍ତି ୨୦୨୪ ପରୀକ୍ଷାରେ ମାଲକାନଗିରି ଜିଲ୍ଲା ବାଲିମେଳା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଛାତ୍ରୀ ସୂର୍ୟାସ୍ନାତା ଖଣ୍ଡୁଆଳ ଟପ୍ପର ହୋଇ ଜିଲ୍ଲା ପାଇଁ ଗୌରବ ଆଣି ଦେଇଛନ୍ତି। ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ, କଟକ ପକ୍ଷରୁ ୨୦୨୪ ଶିକ୍ଷା ବର୍ଷରେ ହୋଇଥିବା ଜାତୀୟ ଗ୍ରାମୀଣ ପ୍ରତିଭା ଛାତ୍ରବୃତ୍ତି ପରୀକ୍ଷାରେ ମାଲକାନଗିରି ଜିଲ୍ଲାରେ ପ୍ରତି ବ୍ଲକରୁ ୧୦ ଜଣ ପ୍ରତିଭା ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ଜିଲ୍ଲାରେ ମୋଟ ୭ଟି ବ୍ଲକରୁ ୭୦ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେହିପରି କୋରୁକୋଣ୍ଡା ବ୍ଲକରେ ୧୦ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ବାଲିମେଳା ଏନଏସିରେ ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ୭ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହେବା ଅନନ୍ୟ। ଜିଲ୍ଲା ଟପ୍ପର ସୂର୍ୟାସ୍ନାତା ବାଲିମେଳା ଶିଶୁ ବିଦ୍ୟା ମନ୍ଦିରର ଛାତ୍ରୀ,ସେ ଏବେ ନବମ ଶ୍ରେଣୀରେ ଅଧ୍ୟୟନ କରୁଛନ୍ତି। ସୂର୍ୟାସ୍ନାତା ଶିକ୍ଷକ ଦମ୍ପତି ମନୋଜ ଖଣ୍ଡୁଆଳ ଏବଂ ସରସ୍ୱତୀ ପରିଡାଙ୍କ ଝିଅ।ଯେମିତି ତୁଳସୀ ଦୁଇ ପତ୍ରରୁ ବାସେ,ଠିକ ସେହିପରି ସୂର୍ୟାସ୍ନାତା ପିଲାଟି ଦିନରୁ ବେଶ ପ୍ରତିଭାଶାଳୀ। ତୃତୀୟ , ପଞ୍ଚମ ଶ୍ରେଣୀରେ ବୃତ୍ତି ପରୀକ୍ଷା ସୁନାମ ଆଣିଥିବା ବେଳେ ଷଷ୍ଠ ଶ୍ରେଣୀରେ ପଠାଣି ସାମନ୍ତ ମେଧାବୃତ୍ତି (ଗଣିତ) ପରୀକ୍ଷାରେ କୃତକାର୍ଯ୍ୟ ହୋଇ ଉଚ୍ଚ ପ୍ରଶଂସିତ ହୋଇଥିଲେ। ତତ୍ ସହିତ ରାଜ୍ୟ ଶିକ୍ଷା ବିକାଶ ସମିତି ଦ୍ବାରା ଆୟୋଜିତ ବିଭିନ୍ନ ପରୀକ୍ଷା ଏବଂ ପ୍ରତିଯୋଗିତାରେ ନିଜର ଦକ୍ଷତା ପ୍ରତିପାଦନ କରିଛନ୍ତି। ସୂର୍ୟାସ୍ନାତା ତାଙ୍କର ସମସ୍ତ ସଫଳତାର ଶ୍ରେୟ ବାପା ମାଆଙ୍କ ସହିତ ପ୍ରଧାନ ଆଚାର୍ଯ୍ୟ ଗୋବିନ୍ଦ ଚନ୍ଦ୍ର ତ୍ରିପାଠୀ ଏବଂ ବିଦ୍ୟାମନ୍ଦିରର ସମସ୍ତ ଗୁରୁଜୀ ଗୁରୁ ମା’ଙ୍କ ଉଦେଶ୍ୟରେ ସମର୍ପିତ କରିଛନ୍ତି। ତାଙ୍କର ଏହି ସଫଳତା ପାଇଁ ସାଙ୍ଗ ସାଥି ଏବଂ ଜ୍ଞାତି କୁଟୁମ୍ବଙ୍କ ଠାରୁ ପ୍ରଶଂସାର ସୁଅ ଛୁଟୁଛି।

  • Related Posts

    ସାହସିକତାର ଏକ ଉଦାହରଣ: କାରେଗୁଟ୍ଟା ଅପରେସନରେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ସାଗର ବୋରାଡେ ହରାଇଲେ ବାମ ଗୋଡ।

    ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)କାରେଗୁଟ୍ଟା ଅପରେସନ୍ ମଧ୍ୟରେ ଯେତେବେଳେ ଜଣେ ସାଥି ଯବାନ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଗୁରୁତର ଆହତ ହୋଇଥିଲେ ସେତେବେଳେ ସାଗର ବୋରାଡେ କମାଣ୍ଡାଣ୍ଟଙ୍କ ନିର୍ଦ୍ଦେଶକୁ ଖାତିର ନକରି ଆହତ ଯବାନଙ୍କୁ ସୁରକ୍ଷିତ ସ୍ଥାନକୁ ନେବାକୁ ଚେଷ୍ଟା କରୁଥିବା ସମୟରେ ଆଉ…

    ନକ୍ସଲପନ୍ଥିଙ୍କ ଶ୍ମଶାନ ପାଲଟିଲା କରେଗୁଟ୍ଟା ପାହାଡ – ଯବାନଙ୍କ ଜୋରଦାର ଆକ୍ରମଣ ; ୨୦ ରୁ ଉର୍ଦ୍ଧ୍ୱ ନକ୍ସଲ ନିପାତ।

    ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)ମାଲକାନଗିରି ସୀମାନ୍ତ ଛତିଶଗଡ଼ ରାଜ୍ୟର ବିଜାପୁର ଜିଲ୍ଲା ଏବଂ ତେଲେଙ୍ଗାନା ସୀମାବର୍ତ୍ତି କରେଗୁଟ୍ଟା ପାହାଡ଼ରେ ଚାଲିଥିବା ବୃହତ୍ତର ନକ୍ସଲ ଅପରେସନର ୧୬ତମ ଦିନରେ ସୁରକ୍ଷା ବାହିନୀ ଏପର୍ଯ୍ୟନ୍ତ ସବୁଠାରୁ ବଡ଼ ସଫଳତା ହାସଲ କରିଛି। ବୁଧବାର ସକାଳେ ହୋଇଥିବା…

    Leave a Reply

    Your email address will not be published. Required fields are marked *

    You cannot copy content of this page