ମାଲକାନଗିରିରେ ମେଗା ବୃକ୍ଷ ରୋପଣ।

ମାଲକାନଗିରି(କ୍ରୋନିକ ଓଡ଼ିଶା)ସାହା ଚାରିଟେବୁଲ ଟ୍ରଷ୍ଟ, ଭୁବନେଶ୍ୱରଙ୍କ ଆନୁକୂଲ୍ୟରେ ମାଲକାନଗିରି ସହରର ଚତୁର୍ଥ ସଶକ୍ତ ବାହିନୀ ପରିସର, ଜିଲ୍ଲା ପୋଲିସ କାର୍ଯ୍ୟାଳୟ, କେନ୍ଦ୍ରୀୟ ବିଦ୍ୟାଳୟ, ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ମାଲକାନଗିରି ମହାବିଦ୍ୟାଳୟ ପରିସର ମଧ୍ୟରେ ଏକ ହଜାରରୁ ଉର୍ଦ୍ଧ୍ୱ ବିଭିନ୍ନ କିସମର ଫଳଚାରା ରୋପଣ କରାଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଟ୍ରଷ୍ଟର ଅଧ୍ୟକ୍ଷ ଜୀବନ ବାବା ସଭାପତିତ୍ୱ କରିଥିବାବେଳେ, ମୁଖ୍ୟଅତିଥି ଭାବେ ତପନ ନାରାୟଣ ରଥ, ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ, ମୁଖ୍ୟବକ୍ତା ଭାବେ ସରୋଜ କୁମାର ଜେନା, ଡେପୁଟି କମାଣ୍ଡାଣ୍ଟ ଚତୁର୍ଥ ସଶକ୍ତ ବାହିନୀ ମାଲକାନଗିରି, ସ୍ୱତନ୍ତ୍ର ଅତିଥି ଭାବେ ଡକ୍ଟର ରଞ୍ଜନ କୁମାର ସ୍ବାଇଁ, ଅଧ୍ୟାପକ ତଥା ଜିଲ୍ଲା ଯୁବ ରେଡ଼କ୍ରସ ଆବାହକ ଯୋଗଦାନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସତ୍ୟପ୍ରିୟ ବିଶ୍ୱାଳ ଆୟୋଜନ କରିଥିଲେ।କାର୍ଯ୍ୟକ୍ରମରେ ବିଭିନ୍ନ ଅତିଥିମାନେ ମାଲକାନଗିରି ଜିଲ୍ଲାକୁ ସବୁଜ ସୁନ୍ଦର ତଥା ସ୍ୱାବଲମ୍ବୀ କରିବା ପାଇଁ ସାହା ଚାରିଟେବୁଲ ଟ୍ରଷ୍ଟର ଭୂୟସୀ ପ୍ରଶଂସା କରିଥିଲେ। ଜିଲ୍ଲାର ପ୍ରତ୍ୟେକ ଇଛୁକ ପରିବାରକୁ ପଚିଶ ଗୋଟି ବିଭିନ୍ନ ଫଳଚାରା ରୋପଣ କରିବା ପାଇଁ ମାଗଣାରେ ବିତରଣ କରାଯିବ ବୋଲି ଟ୍ରଷ୍ଟର ଅଧ୍ୟକ୍ଷ ଘୋଷଣା କରିଥିଲେ।ଉକ୍ତ କାର୍ଯ୍ୟକ୍ରମକୁ ଅଚ୍ୟୁତ ପ୍ରଧାନ, ସହକାରୀ କମାଣ୍ଡାଣ୍ଟ, ଗଜାନନ ମଲ୍ଲିକ ଓଁ ଯତୀନ କୁମାର ପ୍ରମୁଖ ସହଯୋଗ ପ୍ରଦାନ କରିବା ସହ କାର୍ଯ୍ୟକ୍ରମକୁ ସଫଳ କରିଥିଲେ। ପୋଲିସ ପରିବାରର ସମସ୍ତ ସଦସ୍ୟଗଣ ନିଜ ନିଜ ଗୃହ ପରିସରରେ ପିଜୁଳି, ପଣସ, ଆମ୍ବ, ସପେଟା, ଲେମ୍ବୁ, କମଳା ପ୍ରଭୃତି ଚାରା ରୋପଣ କରିଥିଲେ।

  • Related Posts

    ଗୁଣିଗାରେଡି ସନ୍ଦେହରେ ୬ ଗିରଫ, ବ୍ୟବହୃତ ଖଟୁଲି ସମେତ କାର ଜବତ।

    ମାଲକାନଗିରି(କ୍ରୋନିକ ଓଡ଼ିଶା) ମାଲକାନଗିରି ଜିଲ୍ଲା ଓର୍କେଲ ଥାନା ଅନ୍ତର୍ଗତ ଚିତାପାରୀ-୪ ଗ୍ରାମରେ ଗୁଣିଗାରେଡି ସନ୍ଦେହରେ ୬ ଜଣ ବ୍ୟକ୍ତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଓର୍କେଲ ପୋଲିସ। ମିଳିଥିବା ସୂଚନାନୁଯାୟୀ ଚିତାପାରୀ-୪ ଗ୍ରାମରେ ପୂଜା ହେବ ବୋଲି ପ୍ରଶାସନ ପକ୍ଷରୁ…

    ଭାରତୀୟ ରିଜର୍ଭ ବ୍ୟାଙ୍କ ତରଫରୁ ଏକଦିବସୀୟ ଆଲୋଚନାଚକ୍ର।

    ମାଲକାନଗିରି(କ୍ରୋନିକ ଓଡ଼ିଶା)ପି.ଏମ୍.ଶ୍ରୀ ଜବାହର ନବୋଦୟ ବିଦ୍ୟାଳୟ, ମାଲକାନଗିରି ଠାରେ ଭାରତୀୟ ରିଜର୍ଭ ବ୍ୟାଙ୍କ ତରଫରୁ ଗୋଟିଏ ଏକ ଦିବସୀୟ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି l ଭାରତୀୟ ରିଜର୍ଭ ବ୍ୟାଙ୍କର ୯୦ବର୍ଷ ପୂର୍ତ୍ତି ଅବସରରେ ଏହି କାର୍ଯ୍ୟକ୍ରମଟିର ଆୟୋଜନ କରାଯାଇଥିଲା l…

    Leave a Reply

    Your email address will not be published. Required fields are marked *

    You cannot copy content of this page