ତିନି ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ରାଜ୍ୟର ଦନ୍ତେୱାଡା ଜିଲ୍ଲାରେ ଚାଲିଥିବା ଲୋନ ଭାରାଟୁ (ଘରକୁ ଫେରି ଆସ) ଅଭିଯାନ ଦ୍ୱାରା ପ୍ରଭାବିତ ହୋଇ ତିନି ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ସେଥିମଧ୍ୟରୁ ଦୁଇ ଜଣ ମାଓବାଦୀଙ୍କୁ ପ୍ରତ୍ୟେକଙ୍କୁ ୨ ଲକ୍ଷ ଲେଖାଏଁ ଟଙ୍କା ପୁରସ୍କାର ରାଶି ମିଳିବ। ଆତ୍ମସମର୍ପିତ ମାଓବାଦୀ ମାନେ ଦରଭା ଡିଭିଜନ ମାଲାଙ୍ଗିର ଏରିଆ କମିଟିର ସକ୍ରିୟ ସଦସ୍ୟ ଥିଲେ।

ଆତ୍ମସମର୍ପିତ ମାଓବାଦୀ ନନ୍ଦୁ ମାଡଭି ଗତ ୬-୭ ବର୍ଷ ଧରି ସଂଗଠନର ପ୍ଲାଟୁନ୍ ନମ୍ବର ୨୪ ରେ ସକ୍ରିୟ ଥିଲେ। ଛତିଶଗଡ ସରକାରଙ୍କ ଦ୍ବାରା ତାଙ୍କ ମୁଣ୍ଡ ଉପରେ ଉପରେ ୨ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରିଥିଲେ। ଆତ୍ମସମର୍ପଣ କରିଥିବା ମାଓବାଦୀ ହିଡମା ମାଡଭି ଗତ ଏକ ବର୍ଷ ଧରି ଡିଭିସି ସଚିବ ଜଗଦୀଶଙ୍କ ଗାର୍ଡ ଏବଂ ପ୍ଲାଟୁନ୍ ନମ୍ବର ୨୪ରେ ସଦସ୍ୟ ଭାବରେ ସକ୍ରିୟ ଥିଲେ।

ସେମାନଙ୍କ ସହ ତୃତୀୟ ମାଓବାଦୀ ଦେବା ହେଲମାଙ୍କ ପିତା ବୁଦ୍ଧରାମ ହେଲମା ମଧ୍ୟ ଆତ୍ମସମର୍ପଣ କରିଛନ୍ତି। ଏ ପର୍ଯ୍ୟନ୍ତ ଏହି ତିନି ମାଓବାଦୀଙ୍କ ସମେତ ମୋଟ ୨୦୪ ଇନାମୀ ମାଓବାଦୀଙ୍କ ସହିତ ୮୮୦ ଜଣ ମାଓବାଦୀ ଲୋନ୍ ଭାରାଟୁ(ଘରକୁ ଫେରି ଆସ)ଅଭିଯାନ ମାଧ୍ୟମରେ ଆତ୍ମସମର୍ପଣ କରିଛନ୍ତି |

ସୂଚନାଯୋଗ୍ୟ ଯେ ଲୋନ ଭାରାଟୁ(ଘରକୁ ଫେରି ଆସ)ଅଭିଯାନ ମାଧ୍ୟମରେ ଆତ୍ମସମର୍ପଣ କରୁଥିବା ନକ୍ସଲମାନଙ୍କୁ ଛତିଶଗଡ ସରକାର ପ୍ରଦାନ କରିଥିବା ୨୫ ହଜାର ଟଙ୍କା ପ୍ରୋତ୍ସାହନ ରାଶି ସହିତ ୨ ଲକ୍ଷ ପୁରସ୍କାର ରାଶି ମଧ୍ୟ ପ୍ରଦାନ କରାଯାଇଛି। ଏହି ପରିପ୍ରେକ୍ଷୀରେ ଆତ୍ମସମର୍ପଣ କରିଥିବା ନନ୍ଦୁ ମାଡଭି ଏବଂ ହିଡମା ମାଡଭିଙ୍କୁ ୨.୨୫ ଲକ୍ଷ ଟଙ୍କା ମିଳିବ ବୋଲି ପୁଲିସ କତୃପକ୍ଷଙ୍କ ପକ୍ଷରୁ ସୂଚନା ମିଳିଛି।

  • Related Posts

    ନକ୍ସଲ ବିରୋଧୀ ଅଭିଯାନରେ ସୁରକ୍ଷାବାହିନୀକୁ ସଫଳତା ପାଇଲା, ତିନି ମିଲିସିଆ ଗିରଫ।

    ମାଲକାନଗିରି(କ୍ରୋନିକ ଓଡ଼ିଶା) ମାଲକାନଗିରି ସୀମାନ୍ତ ବିଜାପୁରରେ ନକ୍ସଲ ବିରୋଧୀ ଅଭିଯାନରେ ବେଳେ ନେମେଡ ଅଞ୍ଚଳରୁ ତିନି ମିଲିସିଆଙ୍କୁ ଗିରଫ କରିଛି ପୁଲିସ।ବିଜାପୁରରେ ନକ୍ସଲ ବିରୋଧୀ ଅପରେସନ୍ ବେଳେ ସୁରକ୍ଷାବାହିନୀ ନେମେଡ ଅଞ୍ଚଳରୁ ତିନି ଜଣ ମିଲିସିଆ ସଦସ୍ୟଙ୍କୁ ଗିରଫ କରିବାରେ ସଫଳ…

    ପୁଲିସ ଇନଫର୍ମର ଅଭିଯୋଗରେ ଯୁବକଙ୍କୁ ହତ୍ୟା କଲେ ନକ୍ସଲ।

    ମାଲକାନଗିରି(କ୍ରୋନିକ ଓଡ଼ିଶା) ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ରାଜ୍ୟ ବିଜାପୁର ଜିଲ୍ଲାରେ ପୁଣି ପୁଲିସ ଇନଫର୍ମର ଅଭିଯୋଗରେ ଜଣେ ଯୁବକଙ୍କୁ ହତ୍ୟା କରିଛନ୍ତି ନକ୍ସଲ।ସୁରକ୍ଷାବାହିନୀ ଦ୍ୱାରା କ୍ରମାଗତ ଭାବେ ମାଟି କାମୁଡୁଥିବା ନକ୍ସଲମାନେ ଏବେ ସ୍ଥାନୀୟ ଗ୍ରାମବାସୀଙ୍କ ଉପରେ ନିଜ ଆକ୍ରୋଶର…

    Leave a Reply

    Your email address will not be published. Required fields are marked *

    You cannot copy content of this page