
ମାଲକାନଗିରି ଜିଲ୍ଲାରେ ଶୁଭାରମ୍ଭ ହେଲା କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଜନମନ ଯୋଜନା। ୨୩ ଅଗଷ୍ଟରୁ ୧୦ ସେପ୍ଟେମ୍ବର ପର୍ଯ୍ୟନ୍ତ ଚାଲିବ। ମାଲକାନଗିରି ଜିଲ୍ଲାରେ ୧୨୫ ପ୍ରାଚୀନ ତଥା ଦୁର୍ବଳ ଜନଜାତି ସମୂହ ଗ୍ରାମରେ ସୂଚନା , ଶିକ୍ଷା ଏବଂ ଯୋଗାଯୋଗର ଅଭିଯାନ ଚାଲିବ। ପ୍ରଥମ ପର୍ଯ୍ୟାୟରେ ଡିଡାଇ ସମୂହଙ୍କ ପାଇଁ ନିଲାପାରି ମୁରଲିଗୁଡା ଗାଁକୁ ଚିହ୍ନଟ କରାଯାଇଥିବା ବେଳେ ବଣ୍ଡା ସମୂହଙ୍କ ପାଇଁ ତୁଲାଗିରମ ଗାଁରେ ପ୍ରଧାନମନ୍ତ୍ରୀ ଜନମନ ଯୋଜନା କାର୍ଯ୍ୟକାରୀ କରାଯିବ। ପିଏମ ଜନମନ ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଦୁର୍ବଳ ଜନଜାତି ସମୂହଙ୍କ ବିଶେଷ ବିକାଶ। ସମସ୍ତଙ୍କୁ ପକ୍କା ଘର , ପ୍ରତ୍ୟେକ ଘରକୁ ଜଳ ଜୀବନ ମିଶନରେ ଟ୍ୟାପ ପାଣି , ଦୁର୍ଗମ ଗାଁ ଗାଁକୁ ପକ୍କା ସଡ଼କ , ଘରେ ଘରେ ବିଜୁଳି ଆଲୋକ , ଶିକ୍ଷା କ୍ଷେତ୍ରରେ ଛାତ୍ରଛାତ୍ରୀ ମାନଙ୍କ ପାଇଁ ହଷ୍ଟେଲ ସୁବିଧା , ସମସ୍ତଙ୍କ ମଧ୍ୟରେ କୌଶଳ ବିକାଶ , ଜନଜାତି ଗାଁର ପ୍ରତ୍ୟେକ ଘରକୁ ମୋବାଇଲ ମେଡିକାଲ ୟୁନିଟ , ସମସ୍ତଙ୍କୁ ପୋଷଣ , ଉନ୍ନତ ମାନର ଆଜିବିକା , ଗାଁର ପ୍ରତ୍ୟେକଙ୍କ ଘର ପାହାନ୍ତାରେ ମୋବାଇଲ ନେଟୱର୍କ। ବିଶେଷ ଭାବରେ ଦୁର୍ବଳ ଜନଜାତି ସମୂହକୁ ସଚେତନ କରାଇବା ସହ ପ୍ରତି କ୍ଷେତ୍ରରେ ସଶକ୍ତ କରାଇବା ଏହାର ମୁଖ୍ୟ ଲକ୍ଷ୍ୟ। ଭିତ୍ତିଭୂମି ବ୍ୟତୀତ ଯଦି କାହାର ଆଧାର କାର୍ଡ ଯୋଗାଇ ଦେବା , ବ୍ୟାଙ୍କରେ ଖାତା ଖୋଲିବା , ଜଙ୍ଗଲ ଜମି ଅଧିକାର ପଟ୍ଟା ପ୍ରଦାନ , ଜାତିଗତ ପ୍ରମାଣ ପତ୍ର , ସମୁଦାୟ ପ୍ରମାଣପତ୍ର ଯଦି କାହାର ହୋଇ ନଥିବ। ସେ ସମ୍ପର୍କରେ ଜିଲ୍ଲା ପ୍ରଶାସନ ସୁନିଶ୍ଚିତ କରିବା ସହ ସବୁ ପ୍ରକାରର ପ୍ରମାଣପତ୍ର ଯୋଗାଇ ଦିଆଯିବ। ବିଶେଷ କରି ଜଙ୍ଗଲ ଜମି ପଟ୍ଟାକୁ ପ୍ରାଥମିକତା ଦିଆଯିବ।କାରଣ ଅନ୍ୟାନ୍ୟ ଯୋଜନା ପାଇଁ ପଟ୍ଟା ଏକ ମୌଳିକ ଆବଶ୍ୟକତା । ଏନେଇ ଭିନ୍ନ ଭିନ୍ନ ଅଞ୍ଚଳରେ କ୍ୟାମ୍ପ କରାଯିବାର ବ୍ୟବସ୍ଥା ରହିଛି।ସେହି କ୍ୟାମ୍ପରେ ଗୁଡ଼ିକରେ ଯେଉଁ ଦଶଟି ମାପଦଣ୍ଡକୁ ଗୁରୁତ୍ଵ ଦିଆଯାଇଛି। ସେଥିରେ ସବୁ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ରହି ସୁନିଶ୍ଚିତ କରିବା ସହ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେବେ। ତେବେ ପ୍ରଥମ ପର୍ଯ୍ୟାୟରେ ଆସନ୍ତା ଏକ ମାସ ମଧ୍ୟରେ ମାଲକାନଗିରି ଜିଲ୍ଲାରେ ଯେଉଁ ୩ଟି ଆଦର୍ଶ ଗାଁକୁ ଚିହ୍ନଟ କରାଯାଇଛି।ସେହି ଗାଁ ଗୁଡିକକୁ ପ୍ରଧାନମନ୍ତ୍ରୀ ଜନମନ ଯୋଜନାରେ ପରିପୂର୍ଣ୍ଣ କରାଇବାର ଲକ୍ଷ୍ୟ ଧାର୍ଯ୍ୟ କରିଛୁ ପରେ ମାଲକାନଗିରି ଜିଲ୍ଲାରେ ୧୨୫ ଗାଁକୁ ମଧ୍ୟ ପରିପୂର୍ଣ କରାଇବୁ ବୋଲି ଜିଲ୍ଲାପାଳ ଆଶିଷ ଇଶ୍ଵର ପାଟିଲ ପ୍ରଧାନମନ୍ତ୍ରୀ ଜନମନ ଯୋଜନାର ଶୁଭାରମ୍ଭ ବେଳେ ସୂଚନା ଦେଇଛନ୍ତି।