ବାଲିମେଳା-ଚିତ୍ରକୋଣ୍ଡା ରାସ୍ତା ଭାଲବ ହାଉସ ଛକରେ ଟ୍ରକ ଦୁର୍ଘଟଣା ଗ୍ରସ୍ତ।

ମାଲକାନଗିରି ଜିଲ୍ଲା ବାଲିମେଳା-ଚିତ୍ରକୋଣ୍ଡା ମୁଖ୍ୟ ରାସ୍ତାର ଘାଟି ଉପର ଭାଲବ ହାଉସ ଛକ ନିକଟରେ ଆନ୍ଧ୍ରପ୍ରଦେଶ ଆଡକୁ ଯାଉଥିବା ଏକ ଟ୍ରକ ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇଯାଇଛି। ଡ୍ରାଇଭର ଅଳ୍ପ ଆହତ ହୋଇଥିବା ବେଳେ ତାଙ୍କୁ ଚିକିତ୍ସା ନିମନ୍ତେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ଏହି ଟ୍ରକରେ ଅଧିକ ପରିମାଣର ସାମଗ୍ରୀ ଲୋଡ ନେଇ ଘାଟିରେ ଟ୍ରକ ଡ୍ରାଇଭରଙ୍କ ଅସାବଧାନତା ହେତୁ ଅଧିକାଂଶ ମାଲବାହୀ ଗାଡି ଦୁର୍ଘଟଣା ଗ୍ରସ୍ତ ହେଉଥିବା ଜଣାପଡିଛି। ଦୁର୍ଘଟଣା ଗ୍ରସ୍ତ ଟ୍ରକଟି ତାମିଲନାଡୁ ରାଜ୍ୟର ହୋଇଥିବା ଜଣାପଡିଛି। ତେବେ ବାରମ୍ବାର ଘାଟିରେ ଟ୍ରକ ଡ୍ରାଇଭର ମାନଙ୍କ ବେପରୁଆ ଗାଡ଼ି ଚଳେଇବା କାରଣରୁ ଦୈନନ୍ଦିନ ଏପରି ଦୁର୍ଘଟଣା ମାନ ଘଟୁଥିବା ଦେଖିବାକୁ ମିଳୁଛି। ବାଲିମେଳା-ଚିତ୍ରକୋଣ୍ଡା ଘାଟି ରାସ୍ତା ସେତେଟା ପ୍ରଶସ୍ତ  ହୋଇ ନଥିବାରୁ ଏପରି ଦୁର୍ଘଟଣାର ଦୁଃଖଦ ଦୃଶ୍ୟ ବାରମ୍ବାର ଦେଖିବାକୁ ମିଳୁଛି। ତେଣୁ ବାଲିମେଳା ଠାରୁ ଚିତ୍ରକୋଣ୍ଡା ଯିବା ପର୍ଯ୍ୟନ୍ତ ରାସ୍ତାକୁ ପୁଣି ଥରେ କାଟି ଓସାରିଆ କରାଯାଏ ତାହେଲେ ଏହିପରି ଦୁର୍ଘଟଣା ଗୁଡିକ ରୋକା ଯାଇପାରିବ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି।

  • Related Posts

    ସାହସିକତାର ଏକ ଉଦାହରଣ: କାରେଗୁଟ୍ଟା ଅପରେସନରେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ସାଗର ବୋରାଡେ ହରାଇଲେ ବାମ ଗୋଡ।

    ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)କାରେଗୁଟ୍ଟା ଅପରେସନ୍ ମଧ୍ୟରେ ଯେତେବେଳେ ଜଣେ ସାଥି ଯବାନ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଗୁରୁତର ଆହତ ହୋଇଥିଲେ ସେତେବେଳେ ସାଗର ବୋରାଡେ କମାଣ୍ଡାଣ୍ଟଙ୍କ ନିର୍ଦ୍ଦେଶକୁ ଖାତିର ନକରି ଆହତ ଯବାନଙ୍କୁ ସୁରକ୍ଷିତ ସ୍ଥାନକୁ ନେବାକୁ ଚେଷ୍ଟା କରୁଥିବା ସମୟରେ ଆଉ…

    ନକ୍ସଲପନ୍ଥିଙ୍କ ଶ୍ମଶାନ ପାଲଟିଲା କରେଗୁଟ୍ଟା ପାହାଡ – ଯବାନଙ୍କ ଜୋରଦାର ଆକ୍ରମଣ ; ୨୦ ରୁ ଉର୍ଦ୍ଧ୍ୱ ନକ୍ସଲ ନିପାତ।

    ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)ମାଲକାନଗିରି ସୀମାନ୍ତ ଛତିଶଗଡ଼ ରାଜ୍ୟର ବିଜାପୁର ଜିଲ୍ଲା ଏବଂ ତେଲେଙ୍ଗାନା ସୀମାବର୍ତ୍ତି କରେଗୁଟ୍ଟା ପାହାଡ଼ରେ ଚାଲିଥିବା ବୃହତ୍ତର ନକ୍ସଲ ଅପରେସନର ୧୬ତମ ଦିନରେ ସୁରକ୍ଷା ବାହିନୀ ଏପର୍ଯ୍ୟନ୍ତ ସବୁଠାରୁ ବଡ଼ ସଫଳତା ହାସଲ କରିଛି। ବୁଧବାର ସକାଳେ ହୋଇଥିବା…

    Leave a Reply

    Your email address will not be published. Required fields are marked *

    You cannot copy content of this page