ମାଲକାନଗିରି ଜିଲ୍ଲା ବାଲିମେଳା-ଚିତ୍ରକୋଣ୍ଡା ମୁଖ୍ୟ ରାସ୍ତାର ଘାଟି ଉପର ଭାଲବ ହାଉସ ଛକ ନିକଟରେ ଆନ୍ଧ୍ରପ୍ରଦେଶ ଆଡକୁ ଯାଉଥିବା ଏକ ଟ୍ରକ ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇଯାଇଛି। ଡ୍ରାଇଭର ଅଳ୍ପ ଆହତ ହୋଇଥିବା ବେଳେ ତାଙ୍କୁ ଚିକିତ୍ସା ନିମନ୍ତେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ଏହି ଟ୍ରକରେ ଅଧିକ ପରିମାଣର ସାମଗ୍ରୀ ଲୋଡ ନେଇ ଘାଟିରେ ଟ୍ରକ ଡ୍ରାଇଭରଙ୍କ ଅସାବଧାନତା ହେତୁ ଅଧିକାଂଶ ମାଲବାହୀ ଗାଡି ଦୁର୍ଘଟଣା ଗ୍ରସ୍ତ ହେଉଥିବା ଜଣାପଡିଛି। ଦୁର୍ଘଟଣା ଗ୍ରସ୍ତ ଟ୍ରକଟି ତାମିଲନାଡୁ ରାଜ୍ୟର ହୋଇଥିବା ଜଣାପଡିଛି। ତେବେ ବାରମ୍ବାର ଘାଟିରେ ଟ୍ରକ ଡ୍ରାଇଭର ମାନଙ୍କ ବେପରୁଆ ଗାଡ଼ି ଚଳେଇବା କାରଣରୁ ଦୈନନ୍ଦିନ ଏପରି ଦୁର୍ଘଟଣା ମାନ ଘଟୁଥିବା ଦେଖିବାକୁ ମିଳୁଛି। ବାଲିମେଳା-ଚିତ୍ରକୋଣ୍ଡା ଘାଟି ରାସ୍ତା ସେତେଟା ପ୍ରଶସ୍ତ ହୋଇ ନଥିବାରୁ ଏପରି ଦୁର୍ଘଟଣାର ଦୁଃଖଦ ଦୃଶ୍ୟ ବାରମ୍ବାର ଦେଖିବାକୁ ମିଳୁଛି। ତେଣୁ ବାଲିମେଳା ଠାରୁ ଚିତ୍ରକୋଣ୍ଡା ଯିବା ପର୍ଯ୍ୟନ୍ତ ରାସ୍ତାକୁ ପୁଣି ଥରେ କାଟି ଓସାରିଆ କରାଯାଏ ତାହେଲେ ଏହିପରି ଦୁର୍ଘଟଣା ଗୁଡିକ ରୋକା ଯାଇପାରିବ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି।
ଜିଲ୍ଲା ରେଡକ୍ରସ ସୋସାଇଟି ପକ୍ଷରୁ ରକ୍ତଦାନ ଶିବିର।
ମାଲକାନଗିରି(କ୍ରୋନିକ ଓଡ଼ିଶା)ରକ୍ତ ଦାନ ଏକ ମହତ ଦାନ। ରକ୍ତ ଅଭାବ କାରଣରୁ ଚିକିତ୍ସାଧିନ ଅବସ୍ଥାରେ ଅନେକ ଲୋକଙ୍କ ଜୀବନ ଚାଲି ଯାଇଥାଏ। ରକ୍ତ ଦାନ କରିବା ଦ୍ୱାରା ଅନେକ ଲୋକଙ୍କ ଜୀବନ ବଞ୍ଚି ପାରିବ । ଏସବୁକୁ ଦୃଷ୍ଟିରେ ରଖି ମାଲକାନଗିରି…