ଜାତୀୟ ଖେଳକୁଦ ପ୍ରତିଯୋଗିତାରେ ନବୋଦୟ ବିଦ୍ୟାଳୟ-୨ର ଦୁଇ ବିବେଚିତ ଛାତ୍ର।

ମାଲକାନଗିରି ଜିଲ୍ଲା ବାଲିମେଳା ସ୍ଥିତ ପି.ଏମ ଶ୍ରୀ ନବୋଦୟ ବିଦ୍ୟାଳୟ-୨ର ଦୁଇ ଛାତ୍ର ଜାତୀୟ ସ୍ତରରେ ଖେଳକୁଦ ପ୍ରତିଯୋଗିତା ନିମନ୍ତେ ବିବେଚିତ ହୋଇଛନ୍ତି। ଆନ୍ତଃରାଜ୍ୟ ସ୍ତରୀୟ ଖେଳକୁଦ ପ୍ରତିଯୋଗିତା ଝାଡ଼ଖଣ୍ଡ ରାଜ୍ୟର ରାଞ୍ଚୀ ସହରରେ ଥିବା ବିର୍ଶା ମୁଣ୍ଡା ଷ୍ଟାଡିୟମ ଠାରେ ଗତ ଅଗଷ୍ଟ ମାସରେ ହୋଇଥିବା ପ୍ରତିଯୋଗିତାରେ ଭାଗ ନେଇ ନବୋଦୟ ବିଦ୍ୟାଳୟ -୨ର ଏକାଦଶ ଶ୍ରେଣୀ ଛାତ୍ର ଚନ୍ଦନ ନାୟକ ଲମ୍ବା ଡିଆଁରେ ପ୍ରଥମ ସ୍ଥାନ ଅଳଙ୍କୃତ କରିଥିବା ବେଳେ ୪୦୦ ମିଟର ହଡଲ୍ସ ରେସରେ ଏକାଦଶ ଶ୍ରେଣୀର ଛାତ୍ର ଅନନ୍ତ ବଡ଼ ନାୟକ ପ୍ରଥମ ସ୍ଥାନ ଅଧିକାର କରି ନିଜ ବିଦ୍ୟାଳୟ ତଥା ମାଲକାନଗିରି ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି।ଏଥି ପାଇଁ ବିଦ୍ୟାଳୟର ଭୋପାଳ ସ୍ଥିତ ମୁଖ୍ୟ ଆଞ୍ଚଳିକ କାର୍ଯ୍ୟାଳୟ, ବିଦ୍ୟାଳୟର ଅଧ୍ୟକ୍ଷ ବ୍ରହ୍ମା ଦେଭ ପ୍ରସାଦ, କ୍ରୀଡା ଶିକ୍ଷକ ଆଦର୍ଶ ଶ୍ରୀନିବାସ, କ୍ରୀଡା ଶିକ୍ଷୟିତ୍ରୀ କୁମୁମ ମେରୀ ମାନକୀଙ୍କ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ର ଛାତ୍ରୀ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ଉଭୟ ଛାତ୍ରଙ୍କୁ ବିଦ୍ୟାଳୟ ତରଫରୁ ସମ୍ମାନୀତ କରାଯାଇଛି। ତେବେ ଆଗାମୀ ଦିନରେ ଉଭୟ ଛାତ୍ର ଜାତୀୟ ସ୍ତରରେ ଖେଳିବେ ବୋଲି ବିଦ୍ୟାଳୟ ଅଧ୍ୟକ୍ଷ ଶ୍ରୀ ପ୍ରସାଦ ପ୍ରକାଶ କରିଛନ୍ତି।

  • Related Posts

    ଗୁଣିଗାରେଡି ସନ୍ଦେହରେ ୬ ଗିରଫ, ବ୍ୟବହୃତ ଖଟୁଲି ସମେତ କାର ଜବତ।

    ମାଲକାନଗିରି(କ୍ରୋନିକ ଓଡ଼ିଶା) ମାଲକାନଗିରି ଜିଲ୍ଲା ଓର୍କେଲ ଥାନା ଅନ୍ତର୍ଗତ ଚିତାପାରୀ-୪ ଗ୍ରାମରେ ଗୁଣିଗାରେଡି ସନ୍ଦେହରେ ୬ ଜଣ ବ୍ୟକ୍ତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଓର୍କେଲ ପୋଲିସ। ମିଳିଥିବା ସୂଚନାନୁଯାୟୀ ଚିତାପାରୀ-୪ ଗ୍ରାମରେ ପୂଜା ହେବ ବୋଲି ପ୍ରଶାସନ ପକ୍ଷରୁ…

    ଭାରତୀୟ ରିଜର୍ଭ ବ୍ୟାଙ୍କ ତରଫରୁ ଏକଦିବସୀୟ ଆଲୋଚନାଚକ୍ର।

    ମାଲକାନଗିରି(କ୍ରୋନିକ ଓଡ଼ିଶା)ପି.ଏମ୍.ଶ୍ରୀ ଜବାହର ନବୋଦୟ ବିଦ୍ୟାଳୟ, ମାଲକାନଗିରି ଠାରେ ଭାରତୀୟ ରିଜର୍ଭ ବ୍ୟାଙ୍କ ତରଫରୁ ଗୋଟିଏ ଏକ ଦିବସୀୟ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି l ଭାରତୀୟ ରିଜର୍ଭ ବ୍ୟାଙ୍କର ୯୦ବର୍ଷ ପୂର୍ତ୍ତି ଅବସରରେ ଏହି କାର୍ଯ୍ୟକ୍ରମଟିର ଆୟୋଜନ କରାଯାଇଥିଲା l…

    Leave a Reply

    Your email address will not be published. Required fields are marked *

    You cannot copy content of this page