ମାଲକାନଗିରି ପୌରପାଳିକା ଏବଂ ବାଲିମେଳା ଏନଏସିରେ ସ୍ୱାୟତ ଶାସନ ଦିବସ ପାଳିତ।

ମାଲକାନଗିରି ଜିଲ୍ଲା ସଦର ମହକୁମାରେ ଥିବା ମାଲକାନଗିରି ପୌର ପରିଷଦ କାର୍ଯ୍ୟ।ଳୟ ପରିସରରେ ଆଜି ସ୍ୱାୟତ ଶାସନ ଦିବସ ପାଳିତ ହୋଇ ଯାଇଛିା ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୌର ପରିଷଦ ଅଧକ୍ଷ ମନୋଜ କୁମାର ବାରିକ ଯୋଗ ଦେଇଥିବା ବେଳେ ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଉପାଧ୍ୟକ୍ଷା କବିତା ମହନ୍ତଙ୍କ ସହ ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ରାଜେନ୍ଦ୍ର କୁମାର ଖରା ଯୋଗଦେଇଥିଲେ । ଏହି ଅବସରରେ ପୌର ପରିଷଦର ସମସ୍ତ ୱାର୍ଡର କାଉନସିଲର, ସମସ୍ତ କର୍ମଚାରୀ, ସଫେଇ କର୍ମଚାରୀ ସହରର ମାନ୍ୟଗଣ୍ୟ ବ୍ୟକ୍ତି ମାନେ ମଧ୍ୟ ଉପସ୍ଥିତ ଥିଲୋ ପ୍ରଥମେ ନଗର ଭବନ ପରିସରରେ ଥିବା ମହାପୁରୁଷ ମାନଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ ପରେ କାର୍ଯ୍ୟାଳୟ ପରିସରରେ ମୁଖ୍ୟ ଅତିଥି ଶ୍ରୀ ବାରିକ ସ୍ୱାୟତ ସାସନ ପତାକା ଉତୋଳନ କରିଥିଲୋ ପରେ ପରେ ପୌର ପରିଷଦ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମୁଖରେ ଥିବା ପାର୍କ ପରିସରରେ ଏକ ୧୧୦ ଫୁଟ ଉଚ୍ଚତା ବିଶିଷ୍ଟ ଜାତୀୟ ପତାକାର ଶୁଭ ଉଦ୍ଘାଟନ କରଯାଇଥିଲା । ଏହା ସହ ଜିଲ୍ଲା ସଦରରେ ଥିବା ମହାପୁରୁଷ ମାନଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରଯାଇଥିଲା । ସେହିପରି ବାଲିମେଳା ପୌର ପରିଷଦ ପକ୍ଷରୁ ଅଧ୍ୟକ୍ଷ ପ୍ରଦୀପ କୁମାର ନାୟକଙ୍କ ପୌରହିତ୍ୟରେ କଲ୍ୟାଣ ମଣ୍ଡପ ପରିସରରେ ବହୁ ଆଡମ୍ବରରେ ସ୍ବାୟତ ଶାସନ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଏନଏସି କର୍ମକର୍ତ୍ତାଙ୍କ ସହ ସମସ୍ତ କାଉନସିଲର , ସଫେଇ କର୍ମଚାରୀ , ସ୍ବଚ୍ଛ ସାଥି ଏବଂ ବାଲିମେଳା ସହରର ଅନେକ ମହିଳା ସଂଗଠନର ମାଆମାନେ ଉପସ୍ଥିତ ଥିଲେ। ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରତିଯୋଗିତା , ସାଂସ୍କୃତିକ କାର୍ଯ୍ୟକ୍ରମ , ସର୍ବସାଧାରଣଙ୍କ ପାଇଁ ଭୂରି ଭୋଜନର ବନ୍ଦୋବସ୍ତ ହୋଇଥିବା ବେଳେ ଶେଷରେ କୃତି ଛାତ୍ରଛାତ୍ରୀ ଏବଂ ସାମ୍ବାଦିକ ବନ୍ଧୁଙ୍କୁ ଉପଢୌକନ ସହ ସମ୍ବର୍ଦ୍ଧନା କରାଯାଇଥିଲା।

  • Related Posts

    ବିଜେପିରେ ଯୋଗ ଦେଲେ ବିଜେଡି ଜିଲ୍ଲା ଉପ ସଭାପତି।

    ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ବିଜେପି କାର୍ଯ୍ୟାଳୟ ପରିସରରେ ଆଜି ବିଜେପି ଜିଲ୍ଲା ସଭାପତି ନିମାଇଁ ଚରଣ ପାଲଙ୍କ ନେତୃତ୍ୱରେ ବୁଥ ସ୍ତରୀୟ ନିର୍ବାଚନ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ରାଜ୍ୟରୁ ଆସିଥିବା ଜିଲ୍ଲା ପର୍ଯ୍ୟବେକ୍ଷକ ଅଜୟ କୁମାର ସ୍ୱାଇଁ,…

    ମୋବାଇଲ , ସାଇକେଲ ଚୋରି ମାମଲାରେ ୪ ନାବାଳକଙ୍କ ସମେତ ୮ ଗିରଫ ; ୧୮ ମୋବାଇଲ,୨ ସାଇକେଲ ଜବତ।

    ମାଲକାନଗିରି(କ୍ରୋନିକ ଓଡ଼ିଶା)ଓର୍କେଲ ପୋଲିସକୁ ଏକ ବଡ ସଫାଳତା। ୪ ନାବାଳକ ସମେତ ମୋଟ ୮ ଜଣ ଚତୁର ଚୋରଙ୍କୁ ଗିରଫ କରିଛି ଓର୍କେଲ ପୁଲିସ। ଲୋକଙ୍କ ଆଖିରେ ଧୁଳି ଦେଇ କରୁଥିଲେ ଚୋରି ଗୃହ ଉପକରଣ ଏବଂ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ।…

    Leave a Reply

    Your email address will not be published. Required fields are marked *

    You cannot copy content of this page