ମାଲକାନଗିରି ଜିଲ୍ଲାରେ ତୁହାକୁ ତୁହା ପ୍ରବଳ ବର୍ଷା।ବର୍ଷା ପାଣିରେ ବୁଡିଲା ମାଲକାନଗିରିରେ ତଳିଆପୋଲ। ୩୨୬ ନମ୍ବର ଜାତୀୟ ରାଜପଥ ପଥରେ ଅଟକି ରହିଛି ଆମ୍ବୁଲାନ୍ସ , ବସ୍ , ଟ୍ରକ ଓ ବହୁ ଗାଡି।ମାଲାକାନଗିରି ଠାରୁ ମୋଟୁ ସମେତ ଛତିଶଗଡ , ଆନ୍ଧ୍ରପ୍ରଦେଶ ଦୁଇ ରାଜ୍ୟକୁ ଯୋଗାଯୋଗ ବିଚ୍ଛିନ୍ନ।ଗତକାଲି ରାତିରେ ମାଲକାନଗିରି ଜିଲାରେ ଲଗାଣ ବର୍ଷା ଯୋଗୁଁ ୩୨୬ ନମ୍ବର ଜାତୀୟ ରାଜପଥ ଥିବା କାଙ୍ଗୁରୁକୁଣ୍ଡା ପୋଲୋ ଉପରେ ଚାଲିଛି ୨ଫୁଟର ପାଣି । ଅତ୍ୟଧିକ ବର୍ଷା ଯୋଗୁଁ ମାଲାକାନଗିରିରୁ ମୋଟୁକୁ ସଂଯୋଗ କରୁଥିବା ୩୨୬ ନମ୍ବର ଜାତୀୟ ରାଜପଥର କାଙ୍ଗୁରୁକୋଣ୍ଡା ପୋଲ ଉପରେ ବନ୍ୟା ପାଣି ପ୍ରବାହିତ ହେଉଥିବା ଦେଖିବାକୁ ମିଳିଛି । ପୋଲ ଉପରେ ୨ରୁ୩ ଫୁଟ ଉଚ୍ଚରେ ପାଣି ପ୍ରବାହିତ ହେଉଥିବାରୁ ଏହି ରାସ୍ତା ଦେଇ ଯାଉଥିବା ଯାନବାହାନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି। କାଙ୍ଗୁରୁକୋଣ୍ଡା , ଏମ୍ ଭି ୯୦ ନମ୍ବର ପୋଲୋ ଓ କନ୍ୟା ଆଶ୍ରମ ପୋଲ ଉପରେ ପାଣି ଚାଲିଥିବା ବେଳେ , ପଟେରୁ ପୋଲ ଉପରେ ଉପରେ ପାଣି ପ୍ରବାହିତ ହବାର ସମ୍ଭାବନା ରହିଛି।କାଲିମେଳା ପୁଲିସ କର୍ମଚାରୀମାନେ ପୋଲ ପାର ହେବାକୁ ଲୋକଙ୍କୁ ବାରଣ କରୁଛନ୍ତି। ପ୍ରଶାସନ ପକ୍ଷରୁ ପୋଲର ଉଭୟ ପାର୍ଶ୍ଵରେ ନାଲିଫିତା ଟଣା ଯାଇ ଯାତାୟତକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି। ଯାତାୟତ କରୁଥିବା ସମସ୍ତ ସରକାରୀ ଓ ବେସରକାରୀ ବସ୍ ସେଠାରେ ଅଟକି ରହିଛି। ଏହା ଫଳରେ ଓଡ଼ିଶାରୁ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଗତ କାଲିଠାରୁ ଝିପିଝିପି ବର୍ଷା ଲାଗି ରହିଥବା ବେଳେ ଜଳସ୍ତର ଆହୁରି ବୃଦ୍ଧି ପାଇବ ଇବା ଆଶଙ୍କା ଦେଖାଦେଇଛି। ସେହିପରି ପଡ଼ିଆକୁ ସଂଯୋଗ କରୁଥିବା କନ୍ୟାଶ୍ରମ ପୋଲ ଉପରେ ୨ ରୁ ୪ଫୁଟ ପାଣି ପ୍ରଭା ଦେଖିବାକୁ ମିଳିଛି। ଯାହାଫଳରେ କାଲିମେଳାରୁ ପଡ଼ିଆ ଯାତାୟତ ବାଧକ ପ୍ରାପ୍ତ ରହିଛି। ବର୍ଷାକୁ ନଜରରେ ରଖ୍ ପ୍ରଶାସନିକ ଅଧିକାରୀମାନେ ସ ସଜାଗ ରହିଛନ୍ତି। ଜିଲା ବିପର୍ଯ୍ୟୟ ପରିଚାଳନା ଅଧିକାରୀ କାଙ୍ଗୁରୁକୋଣ୍ଡା ଗସ୍ତ କରି ସ୍ଥିତି ଡ ଉପରେ ନଜର ରଖୁଛନ୍ତି। କାଲିମେଳା ବିଡିଓ , ମୋଟୁ ତହସିଲଦାର ଓ କାଲିମେଳା ଥାନା ଅଧିକାରି ବୁଡ଼ି ଯାଇଥୂବା ପୋଲ ଅଞ୍ଚଳ ଗସ୍ତ କରି ସ୍ତିତି ଅନୁଧ୍ୟାନ କରି ଜିଲ୍ଲା ପ୍ରଶାସନକୁ ଅବଗତ କରାଉଛନ୍ତି।
ବିଜେପିରେ ଯୋଗ ଦେଲେ ବିଜେଡି ଜିଲ୍ଲା ଉପ ସଭାପତି।
ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ବିଜେପି କାର୍ଯ୍ୟାଳୟ ପରିସରରେ ଆଜି ବିଜେପି ଜିଲ୍ଲା ସଭାପତି ନିମାଇଁ ଚରଣ ପାଲଙ୍କ ନେତୃତ୍ୱରେ ବୁଥ ସ୍ତରୀୟ ନିର୍ବାଚନ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ରାଜ୍ୟରୁ ଆସିଥିବା ଜିଲ୍ଲା ପର୍ଯ୍ୟବେକ୍ଷକ ଅଜୟ କୁମାର ସ୍ୱାଇଁ,…