ପ୍ରତିବନ୍ଧିତ ସିପିଆଇ (ମାଓବାଦୀ) ସଂଗଠନର ଦୁଇ ହାର୍ଡକୋର ନକ୍ସଲ ବରଗଡ଼ ଉତ୍ତର ରେଞ୍ଜ ଆଇଜି ଏବଂ ଏସପିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। ସେମାନେ ହେଲେ ୧. ଏସିଏମ ଆମିଲା @ ପାରୋ @ ପୂଜା ତାତି(35)୨. ଏଲଓଏସ ପ୍ଲାଟୁନ କମାଣ୍ଡର ରଘୁ@ସୈତୁ ପଦମ(୩୧), ଉଭୟ ଛତିଶଗଡ ନକ୍ସଲ ସଂଗଠନର ବୋଲି ଜଣାପଡିଛି।
ଆମିଲା ଓରଫ ପାରୋ ଓରଫ ପୂଜା ତାତି (ACM) 2010 ମସିହାରୁ ଗନ୍ଧମର୍ଡନ ରିଜର୍ଭ ଜଙ୍ଗଲରେ ସକ୍ରିୟ ଥିଲେ। ସେ ସକ୍ରିୟ ଭାବରେ ବରଗଡ ଏବଂ ବୋଲାଙ୍ଗୀର ଜିଲ୍ଲାରେ ମାଓବାଦୀ କାର୍ଯ୍ୟକଳାପ ବିସ୍ତାର କରିବାକୁ ଚେଷ୍ଟା କରୁଥିଲେ। ତାଙ୍କ ମୁଣ୍ଡ ଉପରେ ନଗଦ ପୁରସ୍କାର ୪ ଲକ୍ଷ ଟଙ୍କା ରହିଥିଲା।ସେହିପରି, ରଘୁ ଓରଫ ସୈତୁ ପଦମ (ACM) 2012 ମସିହାରୁ ଗନ୍ଧମର୍ଡନ ରିଜର୍ଭ ଜଙ୍ଗଲରେ ସକ୍ରିୟ ଥିଲା। ସେ ସକ୍ରିୟ ଭାବରେ ବରଗଡ ଏବଂ ବୋଲାଙ୍ଗୀର ଜିଲ୍ଲାରେ ମାଓବାଦୀ କାର୍ଯ୍ୟକଳାପ ବିସ୍ତାର କରିବାକୁ ଚେଷ୍ଟା କରୁଥିଲେ। ତା ମୁଣ୍ଡ ଉପରେ ୩ ଲକ୍ଷ ଟଙ୍କା ନଗଦ ପୁରସ୍କାର ଘୋଷଣା ଅଛି। ସେ ପୋଲିସ୍ ଆଗରେ ଆତ୍ମସମର୍ପଣ କରିବା ସହ ସଂଗଠନ ନୈତିକତା ହରାଇଛି। ସଂଗଠନରେ ହେଉଥିବା ଭେଦଭାବ , ନିର୍ଯ୍ୟାତନା , ଅପହରଣ , ଲୁଟମାର , ବଟି , ନିରୀହଙ୍କ ହତ୍ୟା,ବିଶେଷ କରି ଛତିଶଗଡ ରାଜ୍ୟର ମହିଳା ନକ୍ସଲଙ୍କର ଲଗାତାର ଶାରିରୀକ, ମାନସିକ ଶୋଷଣର ଶୀକାର ହେଉଛନ୍ତି। ତେବେ ଅଞ୍ଚଳର ବିକାଶମୂଳକ କାର୍ଯ୍ୟ ଏବଂ ସରକାରଙ୍କ ଥଇଥାନ , ପୁନର୍ବାସ ନୀତିରେ ପ୍ରୋତ୍ସାହିତ ହୋଇ ଆତ୍ମସମର୍ପଣ କରୁଛୁ। ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇ ସମାଜର ଉନ୍ନତି ଦିଗରେ କାର୍ଯ୍ୟ କରିବୁ।