ବିଜେଡିରୁ ବିଦା ହେଲେ ସସ୍ମିତା ମାଝୀ।

ଚାକିରି ଦେବା ନାଁରେ ଲକ୍ଷ ଲକ୍ଷ ଟଙ୍କା ଠକେଇ ଖବର ପ୍ରସାରିତ ହେବା ପରେ ବିଜେଡି ଦଳ ଦ୍ବାରା ମାଥିଲି ଜିଲ୍ଲା ପରିଷଦ ସସ୍ମିତା ମାଝୀ ଦଳରୁ ବିଦା ହୋଇଛନ୍ତି। କେନ୍ଦ୍ରାପଡ଼ାର ଜଣେ ରମେଶ ରାଉତ ନିଜକୁ ସୁଜାତା ରାଉତଙ୍କ ଭାଇ ଏବଂ କାର୍ତ୍ତିକେୟ ପାଣ୍ଡିଆନଙ୍କ ଶଳା ତଥା ଜଣେ ବରିଷ୍ଠ ଓଏଏସ ଅଧିକାରୀ ପରିଚୟ ଦେବା ସହ ମାଥିଲି ଜୋନ – ୩ର ଜିଲ୍ଲା ପରିଷଦ ସସ୍ମିତା ମାଝୀଙ୍କ ସହ ମିଶି ଲକ୍ଷାଧିକ ଟଙ୍କା ଠକି ନେଇଥିବା ଜଣାପଡିବା ପରେ ବିଜେଡି ଦଳ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ସସ୍ମିତାଙ୍କୁ ଜନ ବିରୋଧୀ କାର୍ଯ୍ୟରେ ଲିପ୍ତ ରହିବା ଏବଂ ଦଳର ଶୃଙ୍ଖଳାଗତ କାର୍ଯ୍ୟନୁଷ୍ଠାନ ଦ୍ବାରା ତାଙ୍କୁ ଦଳରୁ ବହିସ୍କାର କରାଯାଇଛି।ତେବେ ଏ ଘଟଣା ପରେ ଭୁବନେଶ୍ଵରରୁ ରମେଶ ରାଉତଙ୍କୁ ଗିରଫ କରାଯାଇଥିବା ବେଳେ ସସ୍ମିତା ମାଝୀ ଏବଂ ଆଉ ଜଣେ ବିଜେଡି ନେତା ଫେରାର ଥିବା ଜଣାପଡିଛି।

  • Related Posts

    Leave a Reply

    Your email address will not be published. Required fields are marked *

    You cannot copy content of this page