କେସିଙ୍ଗା : ( ପ୍ରୀତେଶ ପଟେଲ)ଆମ ଦେଶରେ ପାଳିତ ହୋଇଛି ୭୮ ତମ ସ୍ବାଧିନତା ଦିବସ। ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ବିଦ୍ୟାପୀଠ ପଡ଼ିଆରେ କେସିଙ୍ଗା ସିଟିଜେନ୍ କମିଟି ତରଫରୁ ଉତ୍ସାହ ଉଦ୍ଦୀପନା ସହ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ୭୮ତମ ସ୍ବାଧୀନତା ଦିବସ ଉପଲକ୍ଷେ କେସିଙ୍ଗା ସହର ତଥା ଆଖପାଖର ସମସ୍ତ ସ୍କୁଲ ଓ କଲେଜର ଛାତ୍ରଛାତ୍ରୀମାନେ ପ୍ରଥମେ ପ୍ୟାରେଡ୍ ଓ ବ୍ୟାଣ୍ଡବାଜା ବଜାଇ ସହର ପରିକ୍ରମା କରି ବିଦ୍ୟାପୀଠ ପଡ଼ିଆରେ ଏକତ୍ରିତ ହୋଇଥିଲେ। ବିଭିନ୍ନ ସ୍କୁଲ ଓ କଲେଜର ୩୨ଟି ଦଳ ପ୍ୟାରେଡ ରେ ଅଂଶ ଗ୍ରହଣ କରିଥିଲା ବେଳେ ଆଜିର ମୁଖ୍ୟ ଆକର୍ଷଣ ଥିଲା ଏବିଭିପି ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ନିର୍ମିତ ୩୦୦ ଫୁଟ୍ ର ଜାତୀୟ ପତାକା।
ଏହି ଉତ୍ସବର ମୁଖ୍ୟ ଅତିଥି ଭବାନୀପାଟଣା ବିଧାୟକ ସାଗର ଦାସ ଓ କେସିଙ୍ଗା ଏନ୍ଏସି ନଗରପାଳ ନୃପରାଜ ଯାଦବ ଜାତୀୟ ପତାକା ଉତ୍ତୋଳନ କରିବା ପରେ ଛାତ୍ରଛାତ୍ରୀମାନଙ୍କ ଠାରୁ ଅଭିବାଦନ ଗ୍ରହଣ କରିଥିଲେ। ନଗରପାଳ ଶ୍ରୀ ଯାଦବଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ବିଧାୟକ ଶ୍ରୀ ଦାସ ଓ ଅନ୍ୟତମ ଅତିଥି ଭାବେ ସ୍ଥାନୀୟ ବିଇଓ ଆନନ୍ଦ କୁମାର ବେହେରା ପ୍ରମୁଖଙ୍କ ସମେତ ଏନ୍ଏସି ଉପାଧ୍ୟକ୍ଷା ସରସ୍ବତୀ ସାହା ଓ ଅନ୍ୟାନ୍ୟ କାଉନସିଲର ମାନେ ମଞ୍ଚାସୀନ ଥିଲେ। ଏହି ଅବସରରେ ନିମନ୍ତ୍ରିତ ଅତିଥିମାନେ ଦେଶ ସ୍ବାଧିନତା, ଘରେ ଘରେ ତ୍ରିରଙ୍ଗା ଓ ଏନ୍ଏସିର ବିକାଶମୂଳକ କାର୍ଯ୍ୟ ଉପରେ ଆଲୋକପାତ କରିଥିଲେ।