ମାଲକାନଗିରି, ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ବାଲିମେଳା ସହର ସ୍ଥିତ ଓର୍କେଲ ଥାନାଧିକାରୀ ଧିରେନ ପଟ୍ଟନାୟକ ଏକ ନିଆରା ଢଙ୍ଗରେ ପାଳିଲେ ସାଧାରଣ ତନ୍ତ୍ର ଦିବସ।ନିଜ ପରିବାର ସହ ବାଲିମେଳା ଠାରେ ଥିବା ମାଲ୍ୟବନ୍ତ ସ୍ବେଚ୍ଛାସେବୀ ସମିତି ଦ୍ବାରା ପରିଚାଳିତ ଏକ ଅନାଥାଶ୍ରମରେ ପହଞ୍ଚି ପାଳିଲେ ସାଧାରଣ ତନ୍ତ୍ର ଦିବସ।ସାଧାରଣ ତନ୍ତ୍ର ଦିବସର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଓର୍କେଲ ଥାନାଧିକାରୀଙ୍କ ଦ୍ବାରା ଏମିତି ଏକ ସୁନ୍ଦର ପ୍ରୟାସ କରିବାର ଦେଖିବାକୁ ମିଳିଥିଲା।ନିଜ ସପରିବାର ସେହି ଅନାଥାଶ୍ରମରେ ପହଞ୍ଚି ପ୍ରଥମେ କୁନି କୁନି ପିଲାମାନଙ୍କ ସହ କିଛି ସମୟ ଅତିବାହିତ କରିଥିଲେ। ଅନାଥାଶ୍ରମର ପିଲାମାନେ ଗୀତା ପାଠ କରିବା ସହ ବିଭିନ୍ନ ଗୀତ ଗାଇଥିଲେ। ଥାନାଧିକାରୀ ମଧ୍ୟ ପିଲାମାନଙ୍କୁ ଅନେକ ଶିକ୍ଷଣୀୟ ପରାମର୍ଶ ଦେବା ସହ ସାଧାରଣ ତନ୍ତ୍ର ଦିବସର ବିଶେଷତ୍ଵ ସମ୍ପର୍କରେ ବୁଝାଇଥିଲେ। କିପରି ଆମ ଦେଶ ୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ସ୍ବାଧିନତା ପାଇଲା ଏବଂ ଆଜିର ଦିନ ଜାନୁଆରୀ ୨୬ ତାରିଖ ୧୯୫୦ ମସିହାରେ କିପରି ସମ୍ବିଧାନ ଲାଗୁ ହେଲା।ଏହି ଦିନକୁ ମନେ ପକାଇବା ପାଇଁ ଦେଶବାସୀ ପ୍ରତି ବର୍ଷ ଜାନୁୟାରୀ ୨୬ ତାରିଖରେ ଏହି ଦିବସକୁ ସାଧାରଣ ତନ୍ତ୍ର ଦିବସ ଭାବେ ପାଳନ କରୁ ବୋଲି ପିଲାମାନଙ୍କୁ ବୁଝାଇଥିଲେ ଥାନାଧିକାରୀ।ଏହା ସହିତ ଅନାଥାଶ୍ରମର ପାଖାପାଖି ୧୫ ରୁ ୨୦ ଅନ୍ତେବାସୀଙ୍କ ପାଇଁ ନିଜ ଘରୁ ପ୍ରସ୍ତୁତ କରି ନେଇଥିବା ସୁସମ ଖାଦ୍ୟକୁ ଅନାଥ ପିଲାମାନଙ୍କ ସହ ଥାନାଧିକାରୀ , ତାଙ୍କ ପତ୍ନୀ ଓ ଝିଅ ମିଶି ଖାଇଥିଲେ। ଅନାଥାଶ୍ରମର ଅନ୍ତେବାସୀ ମଧ୍ୟରେ ଅନେକ ପ୍ରତିଭା ଲୁକ୍କାୟିତ ଭାବେ ରହିଥିବା ଜାଣି ଥାନାଧିକାରୀ ଶ୍ରୀ ପଟନାୟକ ଏବଂ ତାଙ୍କ ପରିବାର ଖୁସି ପ୍ରକଟ କରିଥିଲେ ଏବଂ ଆଗାମୀ ଦିନରେ ସେମାନଙ୍କ ପାଇଁ ସହଯୋଗର ହାତ ବଢାଇବେ ବୋଲି କହିଥିଲେ।ଏହି ଅବସରରେ ବାଲିମେଳା ଏନଏସି ପୂର୍ବତନ ଅଧ୍ୟକ୍ଷ ଶୁଭେନ୍ଦୁ ପଟନାୟକ , ଇଂ.ବିଜୟ ପ୍ରଧାନ , ସାମ୍ବାଦିକ ଶିବଦତ୍ତ ସାହୁ ସମେତ ଚିତ୍ତରଞ୍ଜନ ନାୟକ , ସାଗର ନାୟକ , ରାମଚନ୍ଦ୍ର ପାଢୀ , ପ୍ରଦ୍ୟୁମ୍ନ ସ୍ବାଇଁ ପ୍ରମୁଖ ଉପସ୍ଥିତ ରହି ପିଲାମାନଙ୍କୁ ଉତ୍ସାହିତ କରିଥିଲେ।
ଜିବୀକା ମିଶନ ଇସି ସଂଘ ମାଲକାନଗିରି ଜିଲ୍ଲାର ସାଧାରଣ ବୈଠକ।ଇ ସି ସଙ୍ଘର ଫେବୃଆରୀ ୪ରେ ଜିଲ୍ଲାପାଳ ଅଫିସ୍ ଘେରାଉ।
ମାଲକାନଗିରି, ନିରଞ୍ଜନ ମଲ୍ଲ (କ୍ରୋନିକ ଓଡ଼ିଶା)ଆଜି ନିଖିଳ ଓଡ଼ିଶା ଜିବୀକା ମିଶନ ଇସି ସଂଘ ମାଲକାନଗିରି ଜିଲ୍ଲା କମିଟି ର ସାଧାରଣ ବୈଠକ ମାଲକାନଗିରି ମିଶନ ଶକ୍ତି ହଲ୍ ଠାରେ ଜିଲ୍ଲା ସଭାପତି ରୀନା କବାସୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଏହି…