ବଦଳିଲେ ମାଲକାନଗିରି ପିଏ ଆଇଟିଡ଼ିଏ।

ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରିର ପିଏ ଆଇଟିଡିଏ ଜୟଶ୍ରୀଙ୍କ ବଦଳି ହୋଇଛି। ମାଲକାନଗିରିରୁ ତାଙ୍କୁ ବ୍ରହ୍ମପୁର ଆରଡିସି କାର୍ଯ୍ୟାଳୟକୁ ବଦଳି କରାଯାଇଥିବା ନେଇ ଜଣା ପଡିଛି। ବାରମ୍ବାର ବଦଳି ଓ ବଦଳି ବାତିଲକୁ ନେଇ ଏହି ସରକାରୀ ଅଧିକାରିଣୀ ଜଣକ ଚର୍ଚ୍ଚାରେ ରହିଆସିଥିଲେ ସେହିପରି ବିଭିନ୍ନ କାର୍ଯ୍ୟ ଓ ଅଭିଯୋଗକୁ ନେଇ ଅନେକ ବିବାଦରେ ମଧ୍ୟ ଛନ୍ଦି ହୋଇପଡିଥିଲେ। ଜୟଶ୍ରୀଙ୍କ ବିରୁଦ୍ଧରେ ଅନେକ ଅଭିଯୋଗ ଆସିଥିବା ବେଳେ ଲେମନ ଗ୍ରାସ ଚାଷକୁ ନେଇ ତାଙ୍କ ବିରୋଧରେ ଦୁର୍ନୀତି ହୋଇଥିବା ଅଭିଯୋଗହୋଇଥିଲା। ଏହାସହ ତାଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଜଣେ ଯନ୍ତ୍ରୀ ମଧ୍ୟ ଅଭିଯୋଗ କରିଥିବା ବେଳେ ବକେୟା ବିଲ୍ ଦେଉନଥିବାରୁ ଠିକାଦାର ମାନେ ତାଙ୍କୁ ବିରୋଧ କରି ଧାରଣାରେ ବସିଥିଲେ। ତେବେ ଏସବୁ ଅଭିଯୋଗ ପରେ ତାଙ୍କୁ ବ୍ରହ୍ମପୁର ଆରଡିସି କାର୍ଯ୍ୟାଳୟକୁ ବଦଳି କରାଯାଇଛି।

  • Related Posts

    ସାହସିକତାର ଏକ ଉଦାହରଣ: କାରେଗୁଟ୍ଟା ଅପରେସନରେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ସାଗର ବୋରାଡେ ହରାଇଲେ ବାମ ଗୋଡ।

    ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)କାରେଗୁଟ୍ଟା ଅପରେସନ୍ ମଧ୍ୟରେ ଯେତେବେଳେ ଜଣେ ସାଥି ଯବାନ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଗୁରୁତର ଆହତ ହୋଇଥିଲେ ସେତେବେଳେ ସାଗର ବୋରାଡେ କମାଣ୍ଡାଣ୍ଟଙ୍କ ନିର୍ଦ୍ଦେଶକୁ ଖାତିର ନକରି ଆହତ ଯବାନଙ୍କୁ ସୁରକ୍ଷିତ ସ୍ଥାନକୁ ନେବାକୁ ଚେଷ୍ଟା କରୁଥିବା ସମୟରେ ଆଉ…

    ନକ୍ସଲପନ୍ଥିଙ୍କ ଶ୍ମଶାନ ପାଲଟିଲା କରେଗୁଟ୍ଟା ପାହାଡ – ଯବାନଙ୍କ ଜୋରଦାର ଆକ୍ରମଣ ; ୨୦ ରୁ ଉର୍ଦ୍ଧ୍ୱ ନକ୍ସଲ ନିପାତ।

    ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)ମାଲକାନଗିରି ସୀମାନ୍ତ ଛତିଶଗଡ଼ ରାଜ୍ୟର ବିଜାପୁର ଜିଲ୍ଲା ଏବଂ ତେଲେଙ୍ଗାନା ସୀମାବର୍ତ୍ତି କରେଗୁଟ୍ଟା ପାହାଡ଼ରେ ଚାଲିଥିବା ବୃହତ୍ତର ନକ୍ସଲ ଅପରେସନର ୧୬ତମ ଦିନରେ ସୁରକ୍ଷା ବାହିନୀ ଏପର୍ଯ୍ୟନ୍ତ ସବୁଠାରୁ ବଡ଼ ସଫଳତା ହାସଲ କରିଛି। ବୁଧବାର ସକାଳେ ହୋଇଥିବା…

    Leave a Reply

    Your email address will not be published. Required fields are marked *

    You cannot copy content of this page