ବର ଗଛ ସହ ଓସ୍ତ ଗଛର ବାହାଘର।

ମାଲକାନଗିରି(କ୍ରୋନିକ ଓଡ଼ିଶା)ଯଜ୍ଞ କୁଣ୍ଡରେ ଜଳୁଛି ହୋମ ନିଆଁ, ପଡୁଛି ହାତଗଣ୍ଠି।ବାଜୁଛି ବାଜା ଓ ଶଙ୍ଖ ସହ ହୁଳୁହୁଳିରେ ପ୍ରକମ୍ପିତ ହେଉଛି ପରିବେଶ। ତୁହାକୁ ତୁହା ଚାଲିଛି ବ୍ରାହ୍ମଣଙ୍କ ମନ୍ତ୍ର ଧ୍ୱନି।ସମ୍ପୂର୍ଣ୍ଣ ପାରମ୍ପରିକ ରୀତିନୀତିରେ ଚାଲିଛି ବାହାଘର। ତେବେ ଏ କୌଣସି ମଣିଷ ବାହାଘର ନୁହେଁ ଉଭୟ ବର କନ୍ୟା ପକ୍ଷ ଥାଇ ଚାଲିଛି ଗଛ ବାହାଘର। ମାଲକାନଗିରି ଜିଲ୍ଲାର ଏମ ଭି ୭୯ ଇରି ଗେସନ୍ କଲୋନୀ ଠାରେ ବରଗଛର ଓସ୍ତ ଗଛ ସହ ବାହାଘର ହୋଇଛି। ବରଗଛ ବର ସାଜିଥିଲା ବେଳେ ଓସ୍ତ ଗଛ କନ୍ୟା ସାଜିଥିଲା।ବଡ ଧୁମଧାମରେ ସମସ୍ତ ବୈଦିକ ରିତିରେ ଅନୁଷ୍ଠିତ ହୋଇଥିଲା ଏହି ବାହାଘର। ପୁରୁଣା ପରମ୍ପରାକୁ ବଜାୟ ରଖିବା ପାଇଁ ଏହି ବୃକ୍ଷ ବାହାଘର କରାଯାଇଛି।ବରଗଛକୁ ନାରାୟଣ ଓ ଓସ୍ତ ଗଛକୁ ଲକ୍ଷ୍ମି ବୋଲି କୁହନ୍ତି।ବିଶ୍ୱାସ ରହିଛି ଏହି ଗଛ ଦୁଇଟିର ବାହାଘର କରିଲେ ଅଶେଷ ପୁଣ୍ୟ ମିଳିଥାଏ। ଯାହାର ଆଧାରରେ ବେଶ ଧୁମଧାମରେ ଏହି ଗଛ ବାହାଘର କରାଯିବା ସହିତ ଭୋଜି ଭାତର ଆସର ଜମିଛି। ଆଉ ନିମନ୍ତ୍ରିତ ଅତିଥି ମଧ୍ୟ ଆସି ବାହାଘରରେ ଯୋଗଦାନ କରିଛନ୍ତି।ଏକ ବିରାଟ ପଟୁଆରରେ ବରଯାତ୍ରୀ ବାଜା ଓ ଶଙ୍ଖ ବଜାଇ ନାଚି ନାଚି ପହଞ୍ଚିବା ପରେ ଆରମ୍ଭ ହୋଇଥିଲା ବାହାଘରର ବିଦ୍ଧି। ପ୍ରଥମେ ବାଟବରଣ କରାଯିବା ପରେ ବେଦୀ ପୂଜା ହୋଇଥିଲା। ଏହାପରେ ସମୟ ନିର୍ଘଣ୍ଟ ଅନୁଯାୟୀ ହୋମ କରାଯାଇ ହସ୍ତଗଣ୍ଠି ପଡିଥିଲା। ବରଯାତ୍ରୀ ପହଞ୍ଚିବା ପରେ ଜଳଖିଆ ଖାଦ୍ୟର ଆୟୋଜନ କରାଯାଇଥିଲା। ବାହାଘର ପରେ ସମସ୍ତଙ୍କ ପାଇଁ ପ୍ରସାଦ ସେବନର ଆୟୋଜନ କରାଯାଇଥିଲା। ଏହି ବାହାଘରରେ ଅନେକ ଲୋକ ଯୋଗ ଦେଇଥିଲେ। ପରିବେଶକୁ ଭଲ ପାଇବା ଓ ଗଛକୁ ସୁରକ୍ଷା ଦେବା ନେଇ ଏହି ବରଗଛ ଓ ଓସ୍ତ ଗଛକୁ ବାହାଘର କରାଯାଇଛି।ଯାହା ସମାଜକୁ ଏକ ନୂଆ ବାର୍ତ୍ତା ପହଞ୍ଚାଇବ। ମଧୁସୂଦନ ରାଉତ ଙ୍କ ଝିଅ ରୁପେ ଅସ୍ତ ଓ କେ.ମାଧବ ରେଡ୍ଡୀଙ୍କ ପୁଅ ରୁପେ ବର ଗଛ ଙ୍କ ବିବାହ ହୋଇଛି।

  • Related Posts

    ସାହସିକତାର ଏକ ଉଦାହରଣ: କାରେଗୁଟ୍ଟା ଅପରେସନରେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ସାଗର ବୋରାଡେ ହରାଇଲେ ବାମ ଗୋଡ।

    ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)କାରେଗୁଟ୍ଟା ଅପରେସନ୍ ମଧ୍ୟରେ ଯେତେବେଳେ ଜଣେ ସାଥି ଯବାନ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଗୁରୁତର ଆହତ ହୋଇଥିଲେ ସେତେବେଳେ ସାଗର ବୋରାଡେ କମାଣ୍ଡାଣ୍ଟଙ୍କ ନିର୍ଦ୍ଦେଶକୁ ଖାତିର ନକରି ଆହତ ଯବାନଙ୍କୁ ସୁରକ୍ଷିତ ସ୍ଥାନକୁ ନେବାକୁ ଚେଷ୍ଟା କରୁଥିବା ସମୟରେ ଆଉ…

    ନକ୍ସଲପନ୍ଥିଙ୍କ ଶ୍ମଶାନ ପାଲଟିଲା କରେଗୁଟ୍ଟା ପାହାଡ – ଯବାନଙ୍କ ଜୋରଦାର ଆକ୍ରମଣ ; ୨୦ ରୁ ଉର୍ଦ୍ଧ୍ୱ ନକ୍ସଲ ନିପାତ।

    ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)ମାଲକାନଗିରି ସୀମାନ୍ତ ଛତିଶଗଡ଼ ରାଜ୍ୟର ବିଜାପୁର ଜିଲ୍ଲା ଏବଂ ତେଲେଙ୍ଗାନା ସୀମାବର୍ତ୍ତି କରେଗୁଟ୍ଟା ପାହାଡ଼ରେ ଚାଲିଥିବା ବୃହତ୍ତର ନକ୍ସଲ ଅପରେସନର ୧୬ତମ ଦିନରେ ସୁରକ୍ଷା ବାହିନୀ ଏପର୍ଯ୍ୟନ୍ତ ସବୁଠାରୁ ବଡ଼ ସଫଳତା ହାସଲ କରିଛି। ବୁଧବାର ସକାଳେ ହୋଇଥିବା…

    Leave a Reply

    Your email address will not be published. Required fields are marked *

    You cannot copy content of this page