
ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ପୋଷ୍ଟ ଅଫିସ ଭିତରେ ମଦୁଆ ପୋଷ୍ଟମାଷ୍ଟରଙ୍କ ଉନ୍ମତକାଣ୍ଡ। ଜିଲ୍ଲା ସଦର ମହକୁମାର ଡି.ଏନ.କେ କଲୋନି ପୋଷ୍ଟ ଅଫିସରେ ଦେଖିବାକୁ ମିଳିଛି ଏପରି ଏକ ଅଭାବନିୟ ଘଟଣା । ପ୍ରଭାସ ସାହୁ ନାମକ ଏହି ପୋଷ୍ଟ ମାଷ୍ଟର ପ୍ରାୟ ଦିନ ମଦ ପିଇ ପୋଷ୍ଟ ଅଫିସରେ ଆସିବା ସହ ନିଜ କାର୍ଯ୍ୟରେ ଯୋଗ ଦିଅନ୍ତି। ଗ୍ରାହକ ମାନଙ୍କୁ ଦୁର୍ବ୍ୟବହାର କରିବା ସହ ଲୋକଙ୍କ ପୋଷ୍ଟାଲ କାର୍ଯ୍ୟ ଠିକ ସମୟରେ କରନ୍ତି ନାହିଁ।ଏନେଇ କିଛି ଅଭିଯୋଗ କଲେ ମୋର ସଂପର୍କୀୟ ବଡ ନେତା ବୋଲି କହିବା ସହ ଲୋକଙ୍କୁ ଧମକ ଚମକ ମଧ୍ୟ ଦିଅନ୍ତି। ଟିକିଏ ଭଲ ଭାବେ ଦେଖନ୍ତୁ ସେହି ମଦୁଆ ପୋଷ୍ଟ ମାଷ୍ଟରଙ୍କ କାଣ୍ଡ । ମଦ ପିଇ ଗ୍ରାହକ ମାନଙ୍କୁ କେମିତି ଦୁର୍ବ୍ୟବହାର କରୁଛନ୍ତି। ଗ୍ରାହକ ମାନେ ଟଙ୍କା ଜମା ରଖ ବୋଲି କହିଲେ କାଲି ଆସନ୍ତୁ ବୋଲି କହୁଛନ୍ତି।ମଦ ପିଇ କାହିକି ଡ୍ୟୁଟି କରୁଛନ୍ତି ବୋଲି ସାମ୍ବାଦିକ ମାନେ ପଚାରିବାରୁ ହଁ ମୁ ଖୋଲି କି କହିଲି ପରା ମଦ ପିଇଛି ହେଲେ ଆପଣଙ୍କ ହାତରେ ଅଛି ଯଦି ମୋଟେ ଚାକିରିରୁ ବାହାର କରି ଦିଅନ୍ତୁ ଏପରି ବ୍ୟବହାର କରୁଛନ୍ତି ମଦୁଆ ପୋଷ୍ଟ ମାଷ୍ଟ ଜଣକ। କିଛି ସମୟ ଧରି ଏମିତି ଚାଲିବା ପରେ ଅନ୍ୟ ଜଣେ ସହ କର୍ମଚାରି ପୋଷ୍ଟ ମାଷ୍ଟରଙ୍କ ଚେୟାରରେ ବସି ଗ୍ରାହକ ମାନଙ୍କ କଥା ବୁଝିଥିଲେ। ଏଭଳି ମଦୁଆ ପୋଷ୍ଟମାଷ୍ଟରଙ୍କ ଦାଦାଗିରିରେ ଅସନ୍ତୁଷ୍ଟ ହେଉଛନ୍ତି ଗ୍ରାହକ। ତେବେ ଟଙ୍କା ପଇସା କାରବାର ହେଉଥିବା ଭଳି ଏକ ଗୁରୁତ୍ବପୁର୍ଣ କାର୍ଯ୍ୟାଳୟରେ ଜଣେ ମଦୁଆ ପୋଷ୍ଟମାଷ୍ଟରଙ୍କୁ କେମିତି ରଖା ଯାଇଛି,ସେ ନେଇ ସାଧାରଣରେ ନାନା ପ୍ରଶ୍ନ ସୃଷ୍ଟି ହୋଇଛି।