
ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ରାଜ୍ୟର ବିଜାପୁର ଜିଲ୍ଲାରେ ପୁଣି ନକ୍ସଲଙ୍କ ତାଣ୍ଡବ।ଗତକାଲି ବିଳମ୍ବିତ ରାତିରେ ଜିଲ୍ଲାର ତୋୟନାର ଥାନା ଅନ୍ତର୍ଗତ ମୋରେମେଡ ଗାଁରେ ନକ୍ସଲମାନେ ଜିଓ ମୋବାଇଲ ଟାୱାରକୁ ନଷ୍ଟ କରିଦେଇଥିବା ଜଣାପଡିଛି। ଟାୱାରର ସମସ୍ତ ଯନ୍ତ୍ରପାତି ପୋଡି ପାଉଁଶ ହୋଇଯାଇଛି।ଘଟଣା ସ୍ଥଳରେ ପଶ୍ଚିମ ବସ୍ତର ଡିଭିଜନ୍ କମିଟି ନାମରେ ଏକ ପାମ୍ପଲେଟ୍ ମିଳିଛି।ଜିଲାରେ ସଂଚାର ସୁବିଧା ଯୋଗାଇବା ପାଇଁ ଗତ ମାସରେ ମୋରେମେଡ୍ ଗାଁର ସ୍କୁଲପାରା ନିକଟରେ ୟୁଏସଓଏଫ(USOF) ଯୋଜନାରେ ଜିଓ ମୋବାଇଲ୍ ଟାୱାର ସ୍ଥାପନ କରାଯାଇଥିଲା। ଯାହା ଗତକାଲି ରାତିରେ ନକ୍ସଲମାନଙ୍କ ଦ୍ୱାରା କରାଯାଇଥିବା ଅଗ୍ନିକାଣ୍ଡରେ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ। ଅଗ୍ନିକାଣ୍ଡ ହେତୁ ଟାୱାରର ଯନ୍ତ୍ରପାତି ପୋଡି ପାଉଁଶ ହୋଇଯାଇଛି। ଜିଓ କତୃପକ୍ଷଙ୍କ ପକ୍ଷରୁ ତୋୟନାର ଥାନାରେ ଏକ ଲିଖିତ ଅଭିଯୋଗ କରାଯାଇଛି ଯେ ରବିବାର-ସୋମବାର ମଧ୍ୟରାତ୍ରିରେ ସାଧା ପୋଷାକରେ ଅଜ୍ଞାତ ନକ୍ସଲମାନେ ମୋରେମେଡ ଗ୍ରାମରେ ନୂତନ ପ୍ରତିଷ୍ଠିତ ଜିଓ ଟାୱାରରେ ନିଆଁ ଲଗାଇ ଦେଇଛନ୍ତି।ନକ୍ସଲମାନଙ୍କ ଦ୍ୱାରା ନିଆଁ ଲଗେଇବା ଦ୍ବାରା ଟାଓ୍ବାରର ସମସ୍ତ ଯନ୍ତ୍ରପାତି ପୋଡି ନଷ୍ଟ ହୋଇଯାଇଛି। ଅଭିଯୋଗକୁ ଆଧାର କରି ତୋୟନାର ପୁଲିସ ତଦନ୍ତ ଆରମ୍ଭ କରିଛି।