ଅନ୍ତର୍ଜାତୀୟ ବାଲୁକା କଳା ମହୋତ୍ସବ ପାଇଁ ମାଲକାନଗିରିରୁ ଦୁଇ ଯୁବ ପ୍ରତିଭା ମନୋନୀତ।

ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲାର ଦୁଇ ଜଣ ଆଦିବାସୀ ଯୁବକ ଅନ୍ତର୍ଜାତୀୟ ବାଲୁକା କଳା ମହୋତ୍ସବ ୨୦୨୪ ପାଇଁ ମନୋନୀତ ହୋଇଛନ୍ତି। କୋଣାର୍କର ଚନ୍ଦ୍ରଭାଗା ଠାରେ ଓଡ଼ିଶା ପର୍ଯ୍ୟଟନ ବିଭାଗ ଦ୍ୱାରା ଆୟୋଜିତ ବାଲୁକା କଳା ଏବଂ କୋଣାର୍କ ଶାସ୍ତ୍ରୀୟ ନୃତ୍ୟ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ସେହିପରି ବାଲୁକା କଳା ପ୍ରତିଯୋଗିତାରେ ଦେଶର ୨୮ ରାଜ୍ୟର ପ୍ରତିଯୋଗୀ ଭାଗ ନେଉଥିବା ବେଳେ ଓଡ଼ିଶାର ପ୍ରତି ଜିଲ୍ଲାର ପ୍ରତିଯୋଗୀ ମଧ୍ୟ ଭାଗ ନେବେ ବୋଲି ଜଣାପଡିଛି।ଏହା ସହିତ ବିଦେଶର ସାତରୁ ଆଠ ପ୍ରତିଯୋଗୀ ମଧ୍ୟ ଏହି ବାଲୁକା କଳା ମହୋତ୍ସବରେ ଭାଗ ନେବାର ବ୍ୟବସ୍ଥା ରହିଛି। ଆସନ୍ତା ଡ଼ିସେମ୍ବର ମାସ ୧ ତାରିଖରୁ ୫ ତାରିଖ ପର୍ଯ୍ୟନ୍ତ ଦୀର୍ଘ ପାଞ୍ଚ ଦିନ ଧରି ଏହି ପ୍ରତିଯୋଗିତା ଅନୁଷ୍ଠିତ ହେବ। ମାଲକାନଗିରି ଜିଲ୍ଲାର ଦୁଇ ଆଦିବାସୀ ଯୁବକ ମୁକା କବାସୀ ଏବଂ କେନି କବାସୀ ଉକ୍ତ ମହୋତ୍ସବରେ ବାଲୁକା କଳା ପ୍ରଦର୍ଶନ ପାଇଁ ମନୋନୀତ ହୋଇଛନ୍ତି। ମାଲକାନଗିରି ଜିଲ୍ଲା ସର୍ବଦା ଦୁର୍ଗମ ଏବଂ ଉପାନ୍ତ ଅଞ୍ଚଳ ଭାବେ ପରିଚିତ ହେଉଥିବା ବେଳେ ଜିଲ୍ଲାରେ ଅନେକ ସମ୍ଭାବନା ରହିଛି ହେଲେ ପ୍ରୋତ୍ସାହନର ଅଭାବ ହେତୁ ଲୋକଲୋଚନକୁ ଆସି ପାରୁନାହିଁ ବୋଲି ବୁଦ୍ଧିଜୀବୀ ମାନେ ମତ ରଖିଛନ୍ତି। ତେବେ ଏହି ଖବର ପ୍ରଚାରିତ ହେବା ପରେ ମାଲକାନଗିରି ଜିଲ୍ଲାରୁ ଦୁଇ ଯୁବ ପ୍ରତିଭାଙ୍କ ସଫଳତା କାମନା କରିଛନ୍ତି ଜିଲ୍ଲାବାସୀ

  • Related Posts

    ସାହସିକତାର ଏକ ଉଦାହରଣ: କାରେଗୁଟ୍ଟା ଅପରେସନରେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ସାଗର ବୋରାଡେ ହରାଇଲେ ବାମ ଗୋଡ।

    ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)କାରେଗୁଟ୍ଟା ଅପରେସନ୍ ମଧ୍ୟରେ ଯେତେବେଳେ ଜଣେ ସାଥି ଯବାନ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଗୁରୁତର ଆହତ ହୋଇଥିଲେ ସେତେବେଳେ ସାଗର ବୋରାଡେ କମାଣ୍ଡାଣ୍ଟଙ୍କ ନିର୍ଦ୍ଦେଶକୁ ଖାତିର ନକରି ଆହତ ଯବାନଙ୍କୁ ସୁରକ୍ଷିତ ସ୍ଥାନକୁ ନେବାକୁ ଚେଷ୍ଟା କରୁଥିବା ସମୟରେ ଆଉ…

    ନକ୍ସଲପନ୍ଥିଙ୍କ ଶ୍ମଶାନ ପାଲଟିଲା କରେଗୁଟ୍ଟା ପାହାଡ – ଯବାନଙ୍କ ଜୋରଦାର ଆକ୍ରମଣ ; ୨୦ ରୁ ଉର୍ଦ୍ଧ୍ୱ ନକ୍ସଲ ନିପାତ।

    ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)ମାଲକାନଗିରି ସୀମାନ୍ତ ଛତିଶଗଡ଼ ରାଜ୍ୟର ବିଜାପୁର ଜିଲ୍ଲା ଏବଂ ତେଲେଙ୍ଗାନା ସୀମାବର୍ତ୍ତି କରେଗୁଟ୍ଟା ପାହାଡ଼ରେ ଚାଲିଥିବା ବୃହତ୍ତର ନକ୍ସଲ ଅପରେସନର ୧୬ତମ ଦିନରେ ସୁରକ୍ଷା ବାହିନୀ ଏପର୍ଯ୍ୟନ୍ତ ସବୁଠାରୁ ବଡ଼ ସଫଳତା ହାସଲ କରିଛି। ବୁଧବାର ସକାଳେ ହୋଇଥିବା…

    Leave a Reply

    Your email address will not be published. Required fields are marked *

    You cannot copy content of this page