ପୁଲିସ ଡିଜିପି ଓ୍ବାଇ ବି ଖୁରାନିଆଙ୍କ ମାଲକାନଗିରିରେ ମାଓ ଦମନ ସମୀକ୍ଷା।

ମାଲକାନଗିରି(କ୍ରୋନିକ ଓଡ଼ିଶା)ଆଜି ସ୍ୱତନ୍ତ୍ର ହେଲିକେପ୍ଟର ଯୋଗେ ପୁଲିସ ମହାନିର୍ଦ୍ଦେଶକ ୱାଇବି ଖୁରାନୀୟା ମାଲକାନଗିରି ଗସ୍ତ କରିଛନ୍ତି, ସେ ପ୍ରଥମେ ମାଓପ୍ରଵଣ ଚିତ୍ରକୋଣ୍ଡା ବ୍ଲକସ୍ଥ ସ୍ୱାଭିମାନ ଆଞ୍ଚଳ ର ଗୋରାସେତୁ ବିଏସ ଏଫ କ୍ୟାମ୍ପ ପରିଦର୍ଶନ କରି ଯବାନ ମାନଙ୍କ ସୁବିଧା ଅସୁବିଧା କଥା ପଚାରି ବୁଝି ବିଏସ ଏଫ ଅଧିକାରୀ ଙ୍କ ସହିତ ମାଓ ସମସ୍ୟା ନେଇ ଆଲୋଚନା କରିଥିଲେ। ପରେ ମାଲକାନଗିରି ବିଏସଏଫ ବେଶ କ୍ୟାମ୍ପ ଓ ଜିଲ୍ଲା ପୁଲିସ କାର୍ଯ୍ୟାଳୟ ଠାରେ ବିଏସ ଏଫ ଉଚ୍ଚ ଅଧିକାରୀ ଓ ଅନ୍ୟାନ ପୁଲିସ ଅଧିକାରୀ ଙ୍କ ସହିତ ମାଓ ଦମନ ର ରଣ ନିତି ସମ୍ପର୍କ ରେ ଆଲୋଚନା କରିବା ସହିତ ମାଓ ସମୀକ୍ଷା କରିଛନ୍ତି। ଅପରାହ୍ନ ରେ ଜିଲ୍ଲା ପୁଲିସ କାର୍ଯ୍ୟାଳୟ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ରେ ଡିଜିପି ସୂଚନା ଦେଇଛନ୍ତି।ଆସନ୍ତା ୨୦୨୬ ମାର୍ଚ୍ଚ ସୁଦ୍ଧା ମାଓ ବିରୋଧୀ ଲଢ଼େଇ ସାରିବାକୁ ଟାର୍ଗେଟ୍‌ କହିଛି,ଏନେଇ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଲକ୍ଷ୍ୟ ଧାର୍ଯ୍ୟ କରି ସାରିଛନ୍ତି’ ମାଓବାଦୀଙ୍କ ପ୍ରୋତ୍ସାହନରେ ରାଜ୍ୟରେ ଗଞ୍ଜେଇ ଚାଷ ହେଉଥିଲା, ଏବେ ମାଓବାଦୀ ଙ୍କ ସଂଖ୍ୟା ହ୍ରାସ ପାଇ ଥିବାରୁ ବେଇଆଇନ ଗଞ୍ଜେଇ ଚାଷ ଓ ଚାଲାଣ ମଧ୍ୟ କମିଛି’ ଆସନ୍ତା ୨୦୨୬ ମସିହା ମାର୍ଚ୍ଚ ମାସ ସୁଦ୍ଧା ଜିଲ୍ଲା ରୁ ମାଓବାଦୀ ନିପାତ ହେବା ସହିତ ବେଆଇନ ଗଞ୍ଜେଇ ଚାଷକୁ ରୋକା ଯିବ ବୋଲି କହିଛନ୍ତି। ଡିଜିପିଙ୍କ ସହିତ ଡିଆଇଜି ଅରେସନ ଅଖିଳେଶ୍ଵର ସିଂ, ଡିଆଇଜି ଏସ ଆଇ ଡବ୍ଲ୍ୟୁ କେଭି ସିଂ, ଏସପି ରୋହିତ ବର୍ମା ପ୍ରମୁଖ ପୁଲିସ ଅଧିକାରୀ ଉପସ୍ଥିତ ଥିଲେ। ଡିଜେପି ଆଜି ମାଲକାନଗିରି ରେ ରାତ୍ର ରହଣୀ କରି ଆସନ୍ତା କାଲି ଭୁବନେଶ୍ୱର ଫେରି ଯିବାର କାର୍ଯ୍ୟକ୍ରମ ରହିଛି।

  • Related Posts

    ଜିଲ୍ଲା ରେଡକ୍ରସ ସୋସାଇଟି ପକ୍ଷରୁ ରକ୍ତଦାନ ଶିବିର।

    ମାଲକାନଗିରି(କ୍ରୋନିକ ଓଡ଼ିଶା)ରକ୍ତ ଦାନ ଏକ ମହତ ଦାନ। ରକ୍ତ ଅଭାବ କାରଣରୁ ଚିକିତ୍ସାଧିନ ଅବସ୍ଥାରେ ଅନେକ ଲୋକଙ୍କ ଜୀବନ ଚାଲି ଯାଇଥାଏ। ରକ୍ତ ଦାନ କରିବା ଦ୍ୱାରା ଅନେକ ଲୋକଙ୍କ ଜୀବନ ବଞ୍ଚି ପାରିବ । ଏସବୁକୁ ଦୃଷ୍ଟିରେ ରଖି ମାଲକାନଗିରି…

    ଏକ ଦିବସୀୟ ପଦାର୍ଥ ବିଜ୍ଞାନ ଆଲୋଚନା ଚକ୍ର ଆୟୋଜିତ।

    ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ଆଦର୍ଶ ସ୍ନାତକ ମହାବିଦ୍ୟାଳୟରେ ପଦାର୍ଥ ବିଜ୍ଞାନ ବିଭାଗରେ ଏକ ଦିବସୀୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷ ଡକ୍ଟର ଆଲୋକ କୁମାର ପାତ୍ରଙ୍କ ସଭାପତିତ୍ଵରେ ଆୟୋଜିତ ଏହି ଆଲୋଚନା ଚକ୍ରରେ ପାରେଳାଖେମୁଣ୍ଡିର ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ଵୟଂଶାସିତ…

    Leave a Reply

    Your email address will not be published. Required fields are marked *

    You cannot copy content of this page