ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ସରକାରୀ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁବ ରେଡ୍ କ୍ରସ୍ ପକ୍ଷରୁ ଅଧିଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଥିଲାl ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ପଦ୍ମନାଭ ପୁଆଲ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ ଜିଲ୍ଲା ଯୁବ ରେଡକ୍ରସ୍ରର ପରା ମର୍ଶଦାତା ଡ. ରଞ୍ଜନ କୁମାର ସ୍ବାଇଁ।ମାଲକାନଗିରି ଜିଲ୍ଲାକୁ କିପରି ଭାବରେ ସୁସ୍ଥ ସମାଜରେ ପରିଣତ କରି ପାରିବା ଓ ଯୁବ ସମାଜକୁ କିପରି ଭାବେ ପ୍ରୋତ୍ସାହିତ କରି ପାରିବା ସେ ବିଷୟରେ ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟର ଅଧକ୍ଷ ଅବଗତ କରାଇଛନ୍ତି l ସମାଜରେ ସ୍ୱଇଛାରେ ଏବଂ ନିସ୍ୱାର୍ଥ ମାନବ ସେବା କରିବା ପାଇଁ ଜିଲ୍ଲା ଯୁବ ରେଡ୍ କ୍ରସର ପରାମର୍ଶଦାତା ଡ ରଞ୍ଜନ କୁମାର ସ୍ବାଇଁ ଉପଦେଶ ପ୍ରଦାନ କରିଛନ୍ତି। ସ୍ୱାସ୍ଥ୍ୟ ,ସେବା, ଏବଂ ବନ୍ଧୁତା ବିଷୟରେ ବହୁ ଉପଦେଶ ମୂଳକ ତଥ୍ୟ ମଧ୍ୟ ପ୍ରଦାନ କରିଛନ୍ତି l ଯୁବ ରେଡକ୍ରସ ଅଧିଗ୍ରହଣ କାର୍ଯକ୍ରମ ହେଉଛି ସୁସ୍ଥ ସମାଜ ଗଠନ କରିବାର ଏକ ପ୍ରୟାସ l ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଅଧ୍ୟାପକ ମୁରଲୀ ମାଝୀ, ନାଗାର୍ଜୁନ ବକ୍ସି,ଦୀପକ କୁମାର ପାତ୍ର, ଏଵଂ ଅଧ୍ୟାପିକା ନିକିତା ସିଂହ, ସଙ୍ଗୀତା କୁମାରୀ ହୋତା, ଉଜ୍ଜଳୀ ହାଜରା ଯୋଗଦାନ କରିଥିଲେ l ତିନି ଶହରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଯୋଗଦାନ କରି ବହୁ ଜ୍ଞାନର ଅଧିକାରୀ ହୋଇଛନ୍ତି l ରାସାୟନିକ ବିଜ୍ଞାନର ଅଧ୍ୟାପକ ନରେନ୍ଦ୍ର ସୋଡି ମହୋଦୟ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି l
ଜିଲ୍ଲା ରେଡକ୍ରସ ସୋସାଇଟି ପକ୍ଷରୁ ରକ୍ତଦାନ ଶିବିର।
ମାଲକାନଗିରି(କ୍ରୋନିକ ଓଡ଼ିଶା)ରକ୍ତ ଦାନ ଏକ ମହତ ଦାନ। ରକ୍ତ ଅଭାବ କାରଣରୁ ଚିକିତ୍ସାଧିନ ଅବସ୍ଥାରେ ଅନେକ ଲୋକଙ୍କ ଜୀବନ ଚାଲି ଯାଇଥାଏ। ରକ୍ତ ଦାନ କରିବା ଦ୍ୱାରା ଅନେକ ଲୋକଙ୍କ ଜୀବନ ବଞ୍ଚି ପାରିବ । ଏସବୁକୁ ଦୃଷ୍ଟିରେ ରଖି ମାଲକାନଗିରି…