
ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ସଦର ମହକୁମା ଠାରେ ବିଜୁ ଜନତା ଦଳ ତରଫରୁ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଆଜିର ଏହି ପଦଯାତ୍ରାରେ ମାଲକାନଗିରି ଜିଲ୍ଲା ବିଜେଡ଼ି ସଭାପତି ମାନସ ମାଡକାମୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲାବେଳେ, ଜିଲ୍ଲା ମହିଳା ସଭାନେତ୍ରୀ ଲକ୍ଷ୍ମୀପ୍ରିୟା ନାୟକ, ଖଇରପୁଟ ବ୍ଲକ ବିଜେଡ଼ି ସଭାପତି ସାଧୁ ହନ୍ତାଳ, ଜିଲ୍ଲା ପରିଷଦ ସଭ୍ୟ ବଳୀ ମାଝୀ, ଲ୍ୟାମ୍ପ ସଭାପତି ଗୋପୀ ପାଙ୍ଗୀ, ଗୋବିନ୍ଦପାଲୀ ସରପଞ୍ଚ ଶ୍ରୀନିଭାସ ମୁଦୂଲୀ, କୁଡୁମୁଲୁଗୁମ୍ମା ସରପଞ୍ଚ ମଙ୍ଗଳା ମାଢୀ, ମାଡକାପଦର ସରପଞ୍ଚ ଡମ୍ବରୁ ଶିଷା,ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ସର୍ବ ବିଶୋଇ, ବିକାଶ ଚନ୍ଦ୍ର ମଣ୍ଡଳ, ଭଗବାନ ସାହୁ,ସଦାଶିବ ପୂଜାରୀ, ପିତାମ୍ବର ଗୁଡତେଲୀ ଓ ପରକନମାଳା ସମିତି ସଭ୍ୟ ରାମ ମଲଲୀ ପ୍ରମୁଖ ଯୋଗଦେଇଥିଲେ । ମୁଖ୍ୟ ଅତିଥି ଶ୍ରୀ ମାଡକାମୀ ଆଜିର ପଦଯାତ୍ରା ର ଉଦ୍ଧେଶ୍ୟ ସଂପର୍କରେ ସମସ୍ତଙ୍କୁ ଅବଗତ କରି କହିଥିଲେ ଯେ ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ପ୍ରତ୍ୟେକ ଗାଁ ଗାଁ ରେ ପଦଯାତ୍ରା କରି ଲୋକଙ୍କୁ ଦଳରେ ସାମିଲ କରିବା ସହ ଦଳର ଆଭିମୁଖ୍ୟ ଲୋଜଣାଇବାକୁ ଅନୁରୋଧ କରିଥିଲେ।ପଦଯାତ୍ରାରେ ପାଖାପାଖି ୫୦୦ ରୁ ଅଧିକ ବିଜେଡ଼ି କର୍ମୀ ପୋଷ୍ଟର ବ୍ୟାନର ଓ ଦଳୀୟ ପତାକା ଧରି ଯୋଗଦେଇଥିଲେ ଓ ଏହି ଯାତ୍ରା ସ୍ଥାନୀୟ ଜଗନ୍ନାଥ ମନ୍ଦିର ଠାରୁ ଆରମ୍ଭ ହୋଇ ହାଟପଦା ଠାରେ ପରିସମାପ୍ତି ଘଟିଥିଲା।