
ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ବାଲିମେଳା ଏନ ଏ ସି ରେ ଏବେ ମିଳିବ ଅମୃତ ଯୋଜନାରେ ପାନୀୟଜଳ। ଅଞ୍ଚଳରେ ଥିବା ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ମାଣ ହେଉଛି ଅମୃତ ଯୋଜନା ନିର୍ମାଣ ଚାଲିଛି ଜଳ ବିଶୋଧନାଗାର ପ୍ରକଳ୍ପ। ବାଲିମେଳା ସହରରେ ପୂର୍ବରୁ ପାନୀୟ ଜଳ ମିଳୁଛି। ହେଲେ ସମସ୍ତ ଅଞ୍ଚଳକୁ ପାନୀୟ ସଠିକ ପରିମାଣର ଜଳ ଯୋଗାଣ ହୋଇ ପାରୁନଥିବା ବେଳେ ଯେଉଁ ସବୁ ଅଞ୍ଚଳ ଜଳ ଯୋଗାଣ ହେଉଥିଲା ତାହା ସୀମିତ ସମୟ ନିର୍ଦ୍ଧାରିତ ଥିଲା। ଯାହାକି ଲୋକଙ୍କ ପାଇଁ ସମୁଦ୍ରକୁ ଶଙ୍ଖେ ଭଳି ମନେ ହେଉଥିଲା।ଏହାକୁ ଦୃଷ୍ଟିରେ ରଖି ସମଗ୍ର ଅଞ୍ଚଳରେ କିପରି ସଠିକ ପରିମାଣରେ ଜଳ ଯୋଗାଣ ହୋଇପାରିବ ଏଥି ନିମନ୍ତେ କେନ୍ଦ୍ର ସରକାରଙ୍କ ଅମୃତ ଯୋଜନା ମାଧ୍ୟମରେ ବାଲିମେଳା ୧୨ ନ ୱାର୍ଡ ନିକଟରେ ନୂତନ ଭାବରେ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ଆରମ୍ଭ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ ସମ୍ପୂର୍ଣ ବାଲିମେଳାକୁ ସୁଚାରୁରୂପେ ଜଳ ଯୋଗାଣ ନିମନ୍ତେ ବାଲିମେଳା ମିନି ଷ୍ଟାଡିୟମ ନିକଟରେ ୩ ଲକ୍ଷ ୫୦ହଜାର ଲିଟର ବିଶିଷ୍ଠ ଏକ ଟାଙ୍କି ଓ ବର୍ତ୍ତମାନ ଜନସ୍ୱାସ୍ଥ୍ୟ କାର୍ଯ୍ୟାଳୟ ପାହାଡ ଉପରେ ୨ ଲକ୍ଷ ଲିଟର ଓ ୧୨ ନ ୱାର୍ଡରେ ୨ଲକ୍ଷ ଲିଟର କ୍ଷମତା ବିଶିଷ୍ଟ ଟାଙ୍କି ନିର୍ମାଣ ହେବାକୁ ଯାଉଛି। ବିଭିନ୍ନ ଅଞ୍ଚଳରେ ପୂର୍ବରୁ ଲାଗିଥିବା ଏମ ଏସ ପାଣି ପାଇପ ବଦଳରେ ଡି ଆଇ ପାଇପ ପ୍ରାୟ ୧୭ କିଲୋମିଟର ବିଛା ଯିବାର ଯୋଜନା ରହିଛି।ଏହି ପ୍ରକଳ୍ପର ମୂଲ୍ୟ ୧୪ କୋଟି ୨୦ ଲକ୍ଷ ବ୍ୟୟ ଅଟକଳ କରାଯାଇଛି।ଏହି କାର୍ଯ୍ୟକୁ ସବିତା ଏଣ୍ଟରପ୍ରାଇଜ ନାମକ ଠିକା କମ୍ପାନୀ ହାତକୁ ନେଇଛି ବୋଲି କନିଷ୍ଠ ଯନ୍ତ୍ରୀ ମଳୟ ରଞ୍ଜନ ବେହେରା ସୂଚନା ଦେଇଛନ୍ତି।ଆଗାମୀ ମାର୍ଚ୍ଚ ମାସ ସୁଦ୍ଧା କାର୍ଯ୍ୟ ଶେଷ ହେବାର ଯୋଜନା ଥିବାବେଳେ ବାଲିମେଳାର ଜଳ ସମସ୍ୟା ସବୁଦିନ ପାଇଁ ଦୂର ହେବ ବୋଲି କନିଷ୍ଠ ଯନ୍ତ୍ରୀ ଶ୍ରୀ ବେହେରା ପ୍ରକାଶ କରିଛନ୍ତି। ତେବେ ଆଗାମୀ ଦିନରେ ବାଲିମେଳା ଅଞ୍ଚଳରେ ପାନୀୟଜଳ ସମସ୍ୟା ଦୂର ଖବର ପ୍ରସାରିତ ହେବା ପରେ ଅଞ୍ଚଳବାସୀ ଖୁସି ପ୍ରକଟ କରିଛନ୍ତି।