ପରୀକ୍ଷାରେ ମାର୍କ କମ୍ ଆସିଥିବାରୁ ଛାତ୍ରଛାତ୍ରୀ ଜିଲ୍ଲାପାଳଙ୍କ ଦ୍ବାରସ୍ଥ।

ମାଲକାନଗିରି(କ୍ରୋନିକ ଓଡ଼ିଶା)୩ୟ ସେମିଷ୍ଟାର ପରୀକ୍ଷାରେ ମାର୍କ କମ୍ ନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଲେ କଲେଜର ଶତାଧିକ ଛାତ୍ର ଛାତ୍ରୀ। ମଡେଲ ଡିଗ୍ରୀ ମହାବିଦ୍ୟାଳୟର ଯୁକ୍ତ-୩ର ତୃତୀୟ ସେମିଷ୍ଟାର ପରୀକ୍ଷାରେ ବ୍ରହ୍ମପୁର ୟୁନିଭେରସିଟିରେ ଯାଞ୍ଚ ହୋଇଥିବା ପରୀକ୍ଷା ଖାତାରେ ମେଧାବୀ ଛାତ୍ରଛାତ୍ରୀ ମାନେ ପ୍ରତ୍ୟେକ ପାଠ୍ୟକ୍ରମରେ ମାତ୍ର ୧ କିମ୍ବା ୨ ନମ୍ବର ଆଣିଛନ୍ତି। ଏପରିକି କିଛି ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ପରେ ମଧ୍ୟ ସେମାନେ ଅନୁପସ୍ଥିତି ରହିଥିବା ଦର୍ଶାଇଥିବା ଜଣାପଡ଼ିଛି । ଯାହାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।ତେବେ ଏନେଇ ମହାବିଦ୍ୟାଳୟର କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିବା ପରେ ଆନ୍ଦୋଳନ କରିବା ନେଇ ଛାତ୍ରଛାତ୍ରୀ ପ୍ରସ୍ତୁତ ହେଉଥିବା ବେଳେ ପୁଲିସ ଏନେଇ ଅନୁମତି ଦେଇନଥିଲା। ଫଳରେ ଦୁଇଟା କଲେଜର ଶତାଧିକ ଛାତ୍ର ଛାତ୍ରୀ ବାଧ୍ୟ ହୋଇ କଲେଜ ଠାରୁ ଏକ ବିରାଟ ଶୋଭାଯାତ୍ରାରେ ଜିଲ୍ଲାପାଳଙ୍କ କାର୍ଯ୍ୟଳୟକୁ ଆସିଥିଲେ।ଜିଲ୍ଲାପାଳ ଗସ୍ତରେ ଯାଇଥିବାରୁ ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନଙ୍କୁ ଭେଟି ଏହି ସମସ୍ୟା ସଂପର୍କରେ ଅବଗତ କରାଇବା ସହ ଏକ ଦରଖାସ୍ତ ଦେଇଥିଲେ।ପରେ ଅତିରିକ୍ତ ଜିଲ୍ଲାପାଳ ୟୁନିଭେରସିଟି ସହ ଆଲୋଚନା କରି ଆସନ୍ତା ୭ ଦିନ ମଧ୍ୟରେ ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ସାତ ଦିନ ମଧ୍ୟରେ ମାର୍କ ପୁନ୍ନନିର୍ଦ୍ଦାରଣ କରା ନଗଲେ ଆଗାମୀ ଦିନରେ ଛାତ୍ରଛାତ୍ରୀ ଆନ୍ଦୋଳନା କୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।

  • Related Posts

    ବିଜେପିରେ ଯୋଗ ଦେଲେ ବିଜେଡି ଜିଲ୍ଲା ଉପ ସଭାପତି।

    ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ବିଜେପି କାର୍ଯ୍ୟାଳୟ ପରିସରରେ ଆଜି ବିଜେପି ଜିଲ୍ଲା ସଭାପତି ନିମାଇଁ ଚରଣ ପାଲଙ୍କ ନେତୃତ୍ୱରେ ବୁଥ ସ୍ତରୀୟ ନିର୍ବାଚନ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ରାଜ୍ୟରୁ ଆସିଥିବା ଜିଲ୍ଲା ପର୍ଯ୍ୟବେକ୍ଷକ ଅଜୟ କୁମାର ସ୍ୱାଇଁ,…

    ମୋବାଇଲ , ସାଇକେଲ ଚୋରି ମାମଲାରେ ୪ ନାବାଳକଙ୍କ ସମେତ ୮ ଗିରଫ ; ୧୮ ମୋବାଇଲ,୨ ସାଇକେଲ ଜବତ।

    ମାଲକାନଗିରି(କ୍ରୋନିକ ଓଡ଼ିଶା)ଓର୍କେଲ ପୋଲିସକୁ ଏକ ବଡ ସଫାଳତା। ୪ ନାବାଳକ ସମେତ ମୋଟ ୮ ଜଣ ଚତୁର ଚୋରଙ୍କୁ ଗିରଫ କରିଛି ଓର୍କେଲ ପୁଲିସ। ଲୋକଙ୍କ ଆଖିରେ ଧୁଳି ଦେଇ କରୁଥିଲେ ଚୋରି ଗୃହ ଉପକରଣ ଏବଂ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ।…

    Leave a Reply

    Your email address will not be published. Required fields are marked *

    You cannot copy content of this page