ଏମଭି-୭୯ ପୁଲିସ ପକ୍ଷରୁ ସହୀଦ ଏସପିଓ ଅଜିତ ସୋଢିଙ୍କ ସ୍ମୃତିଚାରଣ।

ମାଲକାନଗିରି(କ୍ରୋନିକ ଓଡ଼ିଶା) ମାଲକାନଗିରି ଜିଲ୍ଲା ଏମଭି-୭୯ ପୁଲିସ ଦ୍ୱାରା ସହୀଦ ଏସପିଓ ଅଜିତ ସୋଢିଙ୍କ ସ୍ମୃତିଚାରଣ ଅନୁଷ୍ଠିତ ହୋଇଯାଇଛି। ଅକ୍ଟୋବର ୨୧ ତାରିଖ ସହୀଦ ଦିବସ ଠାରୁ ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ କର୍ତ୍ତବ୍ୟରତ ସହୀଦ ମାନଙ୍କ ସ୍ମୁତିଚାରଣ କରାଯାଇଥାଏ।ଏହି ପରିପ୍ରେକ୍ଷୀରେ ଆଜି ଏମଭି-୭୯ ଥାନା ପକ୍ଷରୁ ସିମିଳିବାଞ୍ଛା ପଞ୍ଚାୟତ ଅନ୍ତର୍ଗତ ପୂଜାରୀ ଗୁଡା ଗାଁରେ ସହୀଦ ଏସପିଓ ଅଜିତ ସୋଡିଙ୍କ ସ୍ମୃତିଚାରଣ ଅନୁଷ୍ଠିତ ହୋଇଥିଲା। ପୂଜାରୀ ଗୁଡା ଗାଁର ଅଜିତ ସୋଡି ଜିଲ୍ଲା ପୁଲିସ ବିଭାଗରେ ଏସପିଓ ଭାବରେ କାର୍ଯ୍ୟରତ ଥିଲେ। ୨୦୧୨ ମସିହାରେ ଏସପିଓ ଅଜିତ ସୋଡି ତାଙ୍କର ଅନ୍ୟ ସାଥି ପୁଲିସ କର୍ମଚାରୀ ସହ ପଡ଼ିଆ ସାପ୍ତାହିକ ହାଟରେ କର୍ତ୍ତବ୍ୟ କରୁଥିବା ସମୟରେ ନକ୍ସଲ ମାନେ ତାଙ୍କୁ ଗୁଳି କରିଥିଲେ। ଫଳରେ ଅଜିତ ସୋଢି ଘଟଣା ସ୍ଥଳରେ ହିଁ ସହୀଦ ହୋଇଥିଲେ। ସୂଚନାଯୋଗ୍ୟ ଯେ ଦୀର୍ଘ ବର୍ଷ ପୂର୍ବରୁ ନକ୍ସଲମାନଙ୍କ ଦ୍ୱାରା ବିଭିନ୍ନ ସମୟରେ କାର୍ଯ୍ୟରତ ପୁଲିସ କର୍ମଚାରୀ ମାନେ ବୀରଗତିକୁ ପ୍ରାପ୍ତ ହୋଇଛନ୍ତି। ପୁଲିସ ବିଭାଗର ସହୀଦ ସପ୍ତାହ ଅବସରରେ ଜିଲ୍ଲାର ବିଭିନ୍ନ ସହିଦ ମାନଙ୍କ ସ୍ମୁତିଚାରଣ କରାଯାଉଥିବା ବେଳେ ଏମଭି-୭୯ ଥାନା ଅଧିକାରୀ ସୁବାଷ ଚନ୍ଦ୍ର କରକରାଙ୍କ ଦ୍ବାରା ଅଜିତ ସୋଢିଙ୍କ ପରିବାର ବର୍ଗଙ୍କୁ ଡକା ଯାଇ ତାଙ୍କ ପ୍ରତିମୂର୍ତ୍ତିରେ ପ୍ରଥମେ ପୁଷ୍ପ ମାଲ୍ୟାର୍ପଣ ପୂର୍ବକ ଦୀପ ପ୍ରଜ୍ଜ୍ୱଳନ କରାଯାଇଥିଲା। ଏହା ପରେ ସହୀଦଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା।ଏହି ଅଞ୍ଚଳରେ ଅଜିତ ସୋଢିଙ୍କ ଭଳି ଅନେଇ ପୁଲିସ ସହୀଦ ହେବା ପରଠାରୁ ଆମେ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଖୁଲମଖୁଲା ଏବଂ ଶାନ୍ତିପୂର୍ଣ୍ଣ ଜୀବନଯାପନ କରି ପାରୁଛୁ ବୋଲି ଉପସ୍ଥିତ ଏମଭି-୭୯ ଥାନା ଅଧିକାରୀ ସୁବାଷ ଚନ୍ଦ୍ର କରକରା କହିଥିଲେ। ଏହି ଅବସରରେ ସହୀଦଙ୍କ ପରିବାର ବର୍ଗଙ୍କ ସମେତ ଏସଆଇ ଭୁବନେଶ୍ୱର ପଟନାୟକ , ଏସଆଇ ଚନ୍ଦନ ବେହେରା , ସିମିଲିବାଞ୍ଚା ସରପଞ୍ଚ ସୀଙ୍ଗା ମାଡ଼କାମି , ସ୍ବେଚ୍ଛାସେବୀ ଶୁଭ୍ରାଂଶୁ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

  • Related Posts

    ଗୁଣିଗାରେଡି ସନ୍ଦେହରେ ୬ ଗିରଫ, ବ୍ୟବହୃତ ଖଟୁଲି ସମେତ କାର ଜବତ।

    ମାଲକାନଗିରି(କ୍ରୋନିକ ଓଡ଼ିଶା) ମାଲକାନଗିରି ଜିଲ୍ଲା ଓର୍କେଲ ଥାନା ଅନ୍ତର୍ଗତ ଚିତାପାରୀ-୪ ଗ୍ରାମରେ ଗୁଣିଗାରେଡି ସନ୍ଦେହରେ ୬ ଜଣ ବ୍ୟକ୍ତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଓର୍କେଲ ପୋଲିସ। ମିଳିଥିବା ସୂଚନାନୁଯାୟୀ ଚିତାପାରୀ-୪ ଗ୍ରାମରେ ପୂଜା ହେବ ବୋଲି ପ୍ରଶାସନ ପକ୍ଷରୁ…

    ଭାରତୀୟ ରିଜର୍ଭ ବ୍ୟାଙ୍କ ତରଫରୁ ଏକଦିବସୀୟ ଆଲୋଚନାଚକ୍ର।

    ମାଲକାନଗିରି(କ୍ରୋନିକ ଓଡ଼ିଶା)ପି.ଏମ୍.ଶ୍ରୀ ଜବାହର ନବୋଦୟ ବିଦ୍ୟାଳୟ, ମାଲକାନଗିରି ଠାରେ ଭାରତୀୟ ରିଜର୍ଭ ବ୍ୟାଙ୍କ ତରଫରୁ ଗୋଟିଏ ଏକ ଦିବସୀୟ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି l ଭାରତୀୟ ରିଜର୍ଭ ବ୍ୟାଙ୍କର ୯୦ବର୍ଷ ପୂର୍ତ୍ତି ଅବସରରେ ଏହି କାର୍ଯ୍ୟକ୍ରମଟିର ଆୟୋଜନ କରାଯାଇଥିଲା l…

    Leave a Reply

    Your email address will not be published. Required fields are marked *

    You cannot copy content of this page