କନ୍ଧମାଳ କଳା ବିକାଶ କେନ୍ଦ୍ର ପକ୍ଷରୁ ନାଟକ ” ଆହେ ନୀଳ ଶଇଳ” ଏବଂ “ଫୁଲ”ର ବହି ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ।

ବାଲିଗୁଡା(ସଞ୍ଜୟ କୁମାର ପାଣିଗ୍ରାହୀ)କନ୍ଧମାଳ ଜ଼ିଲ୍ଲା ର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ର ପ୍ରଥମ ବାର୍ଷିକ ଉତ୍ସବ ଅବସରରେ ଅନୁଷ୍ଠାନ ପକ୍ଷରୁ ଦୁଇଟି ନାଟକ ର ବହି ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ବିଶିଷ୍ଟ ନାଟ୍ୟକାର ଶଙ୍କର ତ୍ରିପାଠୀ ଙ୍କ ରଚିତ ନାଟକ ” ଆହେ ନୀଳ ଶଇଳ ଓ ନାଟ୍ୟଚେତନା ର ପ୍ରତିଷ୍ଠାତା ତଥା ବିଶିଷ୍ଟ ନାଟ୍ୟକାର ସୁବୋଧ ପଟ୍ଟନାୟକ ଙ୍କ ରଚିତ ନାଟକ ” ଫୁଲ “ମଞ୍ଚସ୍ଥ ହେବ l ବାଲିଗୁଡା ଅଞ୍ଚଳ ର ବରିଷ୍ଠ ନାଟକ ନିର୍ଦ୍ଦେଶକ ଅଶ୍ୱିନୀ କୁମାର ମିଶ୍ର ଏହାର ନିର୍ଦ୍ଦେଶନା ଦାୟିତ୍ୱ ଗ୍ରହଣ କରିଛନ୍ତି ଏହି ନାଟକ ଟି ବାଲିଗୁଡା ଅଞ୍ଚଳ ର ବଛା ବଛା କଳାକାର ଙ୍କୁ ନେଇ ନାଟକ ପ୍ରସ୍ତୁତ ହେବ l ଆସନ୍ତା କାଲି ଠାରୁ ଅଡିସନ କାର୍ଯ୍ୟ ଆରମ୍ଭ ହେବ l ଏହି ଦୁଇଟି ରଙ୍ଗମଞ୍ଚ ନାଟକ ଭିନ୍ନ ସ୍ୱାଦର ହୋଇ ଥିବାରୁ ବାଲିଗୁଡା ର ଦର୍ଶକ ଙ୍କୁ ମନୋରଞ୍ଜନ ର ଖୋରାକ ଯୋଗାଇବ ବୋଲି ଆଶା କରାଯାଇଛି l ବହି ପୂଜନ କାର୍ଯ୍ୟକ୍ରମ ରେ କନ୍ଧମାଳ କଳା ବିକାଶ କେନ୍ଦ୍ରର ସମ୍ପାଦକ ତଥା ଯୁବ ନାଟ୍ୟକାର ପ୍ରମୋଦ କୁମାର ଦଣ୍ଡସେନା ଙ୍କ ସମେତ ଅନୁଷ୍ଠାନ ର କଳାକାର ବିଶ୍ୱଜିତ, ସଞ୍ଜୟ, ବୁନା, ଗୁଣ୍ଡିଚା, ଭାଗିରଥି,ମିଚି, ଜଗନ୍ନାଥ ବିଶୋଇ, ଜଗନ୍ନାଥ ପାତ୍ର, ସନ୍ତୋଷ, ଅମୁଲ୍ୟ, ଶ୍ରୀକାନ୍ତ ଓ ମୁଖ୍ୟ ସହଯୋଗୀ ଭାବେ ମକରଧ୍ଵଜ ନାୟକ, ସୁବ୍ରତ ମାଝୀ, ବିଭୁତି ଲହରିଆ, ଟିକି ଦଣ୍ଡିଆ, ସାମୁଏଲ ପ୍ରଧାନ, ପ୍ରମୁଖ ଉପସ୍ଥିତ ଥିଲେ l ଆସନ୍ତା ଡିସେମ୍ବର ମାସରେ ନାଟକ ମଞ୍ଚସ୍ଥ ହେବ ବୋଲି କନ୍ଧମାଳ କଳା ବିକାଶ କେନ୍ଦ୍ର ବାଲିଗୁଡା ପକ୍ଷରୁ କୁହାଯାଇଛି l

  • Related Posts

    ବିଜେପିରେ ଯୋଗ ଦେଲେ ବିଜେଡି ଜିଲ୍ଲା ଉପ ସଭାପତି।

    ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ବିଜେପି କାର୍ଯ୍ୟାଳୟ ପରିସରରେ ଆଜି ବିଜେପି ଜିଲ୍ଲା ସଭାପତି ନିମାଇଁ ଚରଣ ପାଲଙ୍କ ନେତୃତ୍ୱରେ ବୁଥ ସ୍ତରୀୟ ନିର୍ବାଚନ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ରାଜ୍ୟରୁ ଆସିଥିବା ଜିଲ୍ଲା ପର୍ଯ୍ୟବେକ୍ଷକ ଅଜୟ କୁମାର ସ୍ୱାଇଁ,…

    ମୋବାଇଲ , ସାଇକେଲ ଚୋରି ମାମଲାରେ ୪ ନାବାଳକଙ୍କ ସମେତ ୮ ଗିରଫ ; ୧୮ ମୋବାଇଲ,୨ ସାଇକେଲ ଜବତ।

    ମାଲକାନଗିରି(କ୍ରୋନିକ ଓଡ଼ିଶା)ଓର୍କେଲ ପୋଲିସକୁ ଏକ ବଡ ସଫାଳତା। ୪ ନାବାଳକ ସମେତ ମୋଟ ୮ ଜଣ ଚତୁର ଚୋରଙ୍କୁ ଗିରଫ କରିଛି ଓର୍କେଲ ପୁଲିସ। ଲୋକଙ୍କ ଆଖିରେ ଧୁଳି ଦେଇ କରୁଥିଲେ ଚୋରି ଗୃହ ଉପକରଣ ଏବଂ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ।…

    Leave a Reply

    Your email address will not be published. Required fields are marked *

    You cannot copy content of this page