୧୭୭ ବାଟାଲିୟନ ବିଏସଏଫ ଯବାନଙ୍କ ଦ୍ୱାରା ମାଓ ଡମ୍ପ ଉଦ୍ଧାର।

ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡାର ବ୍ଲକ ଅନ୍ତର୍ଗତ ସ୍ୱାଭିମାନ ଅଂଚଳ ଘନବେଢାଏବଂ ଗୋରାସେତୁ ୧୭୭ ବିଏସଏଫ ଯବାନଙ୍କ ଦ୍ୱାରା ବିପୁଳ ପରିମାଣର ମାଓ ଡମ୍ପ ଉଦ୍ଧାର l ମିଳିଥିବା ସୂଚନା ଅନୁଯାଇ ଘନବେଢାଏବଂ ଗୋରାସେତୁ ବିଏସଏଫ କ୍ୟାମ୍ପ ଯବାନକୁ ଅଣ୍ଡ୍ରାପାଲି ପଂଚାୟତ ଅନ୍ତର୍ଗତ ଏରାପଦର ଗାଁ ନିକଟସ୍ଥ କୋଣ୍ଡାକାମ୍ବେରୁ ସରହଂକ୍ଷିତ ଜଙ୍ଗଲରେ ମଧ୍ୟରେ ବିପୁଳ ପରିମାଣର ଲୁଚାଇ ରଖିଥିବା ମାଓ ଡମ୍ପ ସମ୍ପର୍କରେ ଏକ ବିଶେଷ ସୂତ୍ରରୁ ସୂଚନା ମିଳିଥିଲା। ସୂଚନା ମିଳିବା ପରେ ଯବାନମାନେ ଘଟଣା ସ୍ଥଳକୁ ଯାଇ ତଲାସୀ ଅଭିଯାନ ଚଳାଇଥିବା ବେଳେ ବିପୁଳ ପରିମାଣର ମାଓ ଡମ୍ପ ଠାବ କରିଥିଲେ।ଯବାନଙ୍କ ଦ୍ୱାରା ଉଦ୍ଧାର କରାଯାଇଥିବା ମାଓ ଡମ୍ପ ମଧ୍ୟରେ ଟିଫିନ ବୋମା(୫କିଲୋ ),ଟିଫିନ ବୋମା (୨କିଲୋ ),ଆଇଇଡି ବୋମା ପାଇପ(୩ଟି ), ଡିଟୋନେଟର(୯ଟି ), ଜିଲୋଟିନ ଷ୍ଟିକ(୯ଖଣ୍ଡ ), ବ୍ୟାଟେରୀ, ବିଦ୍ୟୁତ ତାର ୧୦ମିଟର, ସୋଲାର ପ୍ଲେଟ, ପ୍ଲାଷ୍ଟିକ ଡ୍ରମ ଗୋଟିଏ ଏବଂ ଔଷଧ ଉଦ୍ଧାର କରାଯାଇଥିବା ବେଳେ ବୋମା ନିଷ୍କ୍ରିୟ ଦଳ ଦ୍ୱାରା ଉଦ୍ଧାର ଦୁଇ ଆଇଇଡିକୁ ସୁରକ୍ଷିତ ଭାବେ ନିଷ୍କ୍ରିୟ କରାଯାଇଥିଲା। ବିଏସଏଫର ଏହି ସଫଳତା ଦ୍ୱାରା ମାଓବାଦୀଙ୍କ ମନବଳ ଦୁର୍ବଳ ହେବ କୁହାଯାଉଛି

  • Related Posts

    ଗୁଣିଗାରେଡି ସନ୍ଦେହରେ ୬ ଗିରଫ, ବ୍ୟବହୃତ ଖଟୁଲି ସମେତ କାର ଜବତ।

    ମାଲକାନଗିରି(କ୍ରୋନିକ ଓଡ଼ିଶା) ମାଲକାନଗିରି ଜିଲ୍ଲା ଓର୍କେଲ ଥାନା ଅନ୍ତର୍ଗତ ଚିତାପାରୀ-୪ ଗ୍ରାମରେ ଗୁଣିଗାରେଡି ସନ୍ଦେହରେ ୬ ଜଣ ବ୍ୟକ୍ତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଓର୍କେଲ ପୋଲିସ। ମିଳିଥିବା ସୂଚନାନୁଯାୟୀ ଚିତାପାରୀ-୪ ଗ୍ରାମରେ ପୂଜା ହେବ ବୋଲି ପ୍ରଶାସନ ପକ୍ଷରୁ…

    ଭାରତୀୟ ରିଜର୍ଭ ବ୍ୟାଙ୍କ ତରଫରୁ ଏକଦିବସୀୟ ଆଲୋଚନାଚକ୍ର।

    ମାଲକାନଗିରି(କ୍ରୋନିକ ଓଡ଼ିଶା)ପି.ଏମ୍.ଶ୍ରୀ ଜବାହର ନବୋଦୟ ବିଦ୍ୟାଳୟ, ମାଲକାନଗିରି ଠାରେ ଭାରତୀୟ ରିଜର୍ଭ ବ୍ୟାଙ୍କ ତରଫରୁ ଗୋଟିଏ ଏକ ଦିବସୀୟ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି l ଭାରତୀୟ ରିଜର୍ଭ ବ୍ୟାଙ୍କର ୯୦ବର୍ଷ ପୂର୍ତ୍ତି ଅବସରରେ ଏହି କାର୍ଯ୍ୟକ୍ରମଟିର ଆୟୋଜନ କରାଯାଇଥିଲା l…

    Leave a Reply

    Your email address will not be published. Required fields are marked *

    You cannot copy content of this page