ଦକ୍ଷିଣ ଓଡିଶା ନାଟକରେ ଦକ୍ଷ ବିନ୍ଧାଣୀଙ୍କ ଦଖଲ।

ବାଲିଗୁଡା(ସଞ୍ଜୟ କୁମାର ପାଣିଗ୍ରାହୀ)ଗଞ୍ଜାମ ଓ କନ୍ଧମାଳ ଜ଼ିଲ୍ଲାର ବିଭିନ୍ନ ପୌରାଣିକ ନାଟକ ରେ ଦକ୍ଷ ବିନ୍ଧାଣୀ ଙ୍କ ଦଖଲ।ଦକ୍ଷିଣ ଓଡିଶା ର ବିଭିନ୍ନ ମଞ୍ଚରେ ଦକ୍ଷ ଙ୍କୁ ଦେଖିବାକୁ ମିଳେ। ପୌରାଣିକ ନାଟକ ରାମାୟଣ ରେ ହନୁମାନ ଭୂମିକା ରେ ବଳିଷ୍ଠ ଅଭିନୟ କରି ଏବେ ସାରା ଓଡିଶା ରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛନ୍ତି ଦକ୍ଷ l ନିଜର ବଳିଷ୍ଠ ଚେହେରା, ଷ୍ଟଣ୍ଟ ସାଙ୍ଗକୁ ଅଭିନୟ ର ଯାଦୁ ଦର୍ଶକ ଙ୍କୁ ବାନ୍ଧିରଖିଛି। ଗଞ୍ଜାମ ଓ କନ୍ଧମାଳ ଜ଼ିଲ୍ଲା ରେ ଯେଉଁଠି ପୌରାଣିକ ନାଟକ ହୁଏ ଦକ୍ଷ ଙ୍କୁ ଖୋଜା ପଡେ।କେବଳ ପୌରାଣିକ ନାଟକ ନୁହେଁ ସାମାଜିକ କାଳ୍ପନିକ ଓ ଥିଏଟର ରେ ମଧ୍ୟ ଦକ୍ଷ ଙ୍କ ଦଖଲ ରହିଛି ତା ଛଡା ସେ ଜଣେ ଏକାଧାରାରେ କଣ୍ଠଶିଳ୍ପୀ ଓ ବାଦ୍ୟକାର ମଧ୍ୟ, ପାରମ୍ପରିକ ବାଦ୍ୟ ଚାଙ୍ଗୁ, ଢୋଲ, ତବଲା ବାଦ୍ୟ ବଜାଇବାରେ ମଧ୍ୟ ସେ ନିପୁଣ। କନ୍ଧମାଳ ଜ଼ିଲ୍ଲା କ. ନୂଆଗାଁ ବ୍ଲକ ସିର୍ତ୍ତିଗୁଡା ରେ ଜନ୍ମିତ ଦକ୍ଷ ବିନ୍ଧାଣୀ ପିଲାଟି ବେଳୁ କୁସ୍ତି କସରତ ଓ ଅଭିନୟ ପ୍ରତି ରୁଚିଥିଲା। ଗାଁ ନାଟକ ରେ ସେ ବିଭିନ୍ନ ଭୂମିକା ରେ ଅଭିନୟ କରୁକରୁ ଆଉ ପଛକୁ ଫେରି ନାହାନ୍ତି ଏବେ ସେ ଓଡିଶା ର ସଫଳ ହନୁମାନ ଭାବେ ବେଶ ପରିଚିତ।

  • Related Posts

    ବିଜେପିରେ ଯୋଗ ଦେଲେ ବିଜେଡି ଜିଲ୍ଲା ଉପ ସଭାପତି।

    ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ବିଜେପି କାର୍ଯ୍ୟାଳୟ ପରିସରରେ ଆଜି ବିଜେପି ଜିଲ୍ଲା ସଭାପତି ନିମାଇଁ ଚରଣ ପାଲଙ୍କ ନେତୃତ୍ୱରେ ବୁଥ ସ୍ତରୀୟ ନିର୍ବାଚନ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ରାଜ୍ୟରୁ ଆସିଥିବା ଜିଲ୍ଲା ପର୍ଯ୍ୟବେକ୍ଷକ ଅଜୟ କୁମାର ସ୍ୱାଇଁ,…

    ମୋବାଇଲ , ସାଇକେଲ ଚୋରି ମାମଲାରେ ୪ ନାବାଳକଙ୍କ ସମେତ ୮ ଗିରଫ ; ୧୮ ମୋବାଇଲ,୨ ସାଇକେଲ ଜବତ।

    ମାଲକାନଗିରି(କ୍ରୋନିକ ଓଡ଼ିଶା)ଓର୍କେଲ ପୋଲିସକୁ ଏକ ବଡ ସଫାଳତା। ୪ ନାବାଳକ ସମେତ ମୋଟ ୮ ଜଣ ଚତୁର ଚୋରଙ୍କୁ ଗିରଫ କରିଛି ଓର୍କେଲ ପୁଲିସ। ଲୋକଙ୍କ ଆଖିରେ ଧୁଳି ଦେଇ କରୁଥିଲେ ଚୋରି ଗୃହ ଉପକରଣ ଏବଂ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ।…

    Leave a Reply

    Your email address will not be published. Required fields are marked *

    You cannot copy content of this page