ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ଓର୍କେଲ ଦ୍ବାରା ୨୦ ଲକ୍ଷ ଟଙ୍କାର ଡମ୍ପ ହୋଇଥିବା ଗଞ୍ଜେଇ ଜବତ କରାଯାଇଛି। ମିଳିଥିବା ସୂଚନାନୁଯାୟୀ ଗତକାଲି କୁଡୁମୁଲୁଗୁମ୍ମା ଅନ୍ତର୍ଗତ ପାଖନାଗୁଡା ଜଙ୍ଗଲରେ କୌଣସି ଅଜଣା ଗଞ୍ଜେଇ ଚୋରା ଚାଲାଣକାରୀ ଦ୍ବାରା ପ୍ରଚୁର ପରିମାଣର ଗଞ୍ଜେଇ ଲୁଚେଇ ରଖା ଯାଇଥିବା ଓର୍କେଲ ପୁଲିସକୁ ସୂଚନା ମିଳିଥିଲା।ଏହା ପରେ ଓର୍କେଲ ଥାନା ଅଧିକାରୀ ଧିରେନ ପଟ୍ଟନାୟକଙ୍କ ନେତୃତ୍ଵରେ ସଦଳବଳେ ପାଖନାଗୁଡା ଜଙ୍ଗଲରୁ ଡମ୍ପ ଗଞ୍ଜେଇକୁ ଖୋଜି ବାହାର କରିବା ସହ ୮ ବସ୍ତା ଗଞ୍ଜେଇ ଜବତ କରାଯାଇଥିଲା। ଉକ୍ତ ଗଞ୍ଜେଇ କାହାର ଏବଂ କିଏ ଜଙ୍ଗଲରେ ଲୁଚେଇ ଥିଲେ ସେ ସମ୍ପର୍କରେ କୌଣସି ତଥ୍ୟ ମିଳି ପାରିନାହିଁ।କେହି ଚୋରା ଚାଲାଣକାରୀ ଜଙ୍ଗଲରେ ଲୁଚେଇ ଥିଲେ ଏବଂ ଚାଲାଣ କରିବା ପାଇଁ ସୁବିଧା ସୁଯୋଗର ଅପେକ୍ଷାରେ ଥିବା ପୁଲିସ ଅନୁମାନ କରୁଛି। ତେବେ ଜବତ ଗଞ୍ଜେଇକୁ ଓଜନ କରିବାରୁ ୨ ଶହ କେଜି ଗଞ୍ଜେଇ ଥିବାବେଳେ ଏହାର ବଜାର ମୂଲ୍ୟ ୨୦ ଲକ୍ଷରୁ ଉର୍ଦ୍ଧ୍ବ ହେବ ବୋଲି ପୁଲିସ କହିଛି।ଏନେଇ ଏକ ଏନଡିପିଏସ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି ବୋଲି ଥାନା ଅଧିକାରୀ ଶ୍ରୀ ପଟ୍ଟନାୟକ ସୂଚନା ଦେଇଛନ୍ତି।
ବିଜେପିରେ ଯୋଗ ଦେଲେ ବିଜେଡି ଜିଲ୍ଲା ଉପ ସଭାପତି।
ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ବିଜେପି କାର୍ଯ୍ୟାଳୟ ପରିସରରେ ଆଜି ବିଜେପି ଜିଲ୍ଲା ସଭାପତି ନିମାଇଁ ଚରଣ ପାଲଙ୍କ ନେତୃତ୍ୱରେ ବୁଥ ସ୍ତରୀୟ ନିର୍ବାଚନ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ରାଜ୍ୟରୁ ଆସିଥିବା ଜିଲ୍ଲା ପର୍ଯ୍ୟବେକ୍ଷକ ଅଜୟ କୁମାର ସ୍ୱାଇଁ,…